Odiapua.com

ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଜିଲ୍ଲାହସପିଟାଲ ପରିଦର୍ଶନ ଉତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ସଂପର୍କରେ ସମିକ୍ଷା

ମାଲକାନଗିରି,୨୧ା୮ (ଓଡିଆ ପୁଅ) ମାଲକାନଗିରି ଜିଲ୍ଲା ହସପିଟାଲକୁ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ପରିଦର୍ଶନ କରି ରୋଗିଙ୍କୁ ଭେଟି ସେମାନଙ୍କୁ କିପରି ସ୍ୱାସ୍ଥ୍ୟ ସେବା,ଖାଦ୍ୟ ଯୋଗାଯାଉଛି ସେ ସଂପର୍କରେ ପଚାରି ବୁଝିଥିଲେ ।ପରେ ଜିଲ୍ଲା ହସପିଟାଲ ସଭାଗୃହରେ ରୋଗିଙ୍କୁ କିପରି ଉତମ ସ୍ୱାସ୍ଥ୍ୟ ସେବା ମାଗଣାରେ ଯୋଗାଇ ଦିଆ ଯିବ ସେ ସଂପର୍କରେ ସମିକ୍ଷା କରିଥିଲେ । ଏହି ସମୀକ୍ଷା ବୌଠକରେ ଜିଲ୍ଲାମୁଖ୍ୟ ସ୍ୱାସ୍ଥ୍ୟଅଧିକାରୀ ଡାକ୍ତର ପ୍ରଫୁଲକୁମାର ନନ୍ଦ,ଏଡିଏମଓ ମେଡିକାଲ ଶିବପ୍ରସାଦ ମହାରଣା,ବରିଷ୍ଟ ଡାକ୍ତର ଅନିଲ କୁମାର ମିଶ୍ର ପ୍ରମୁଖ ଡାକ୍ତର ,ନର୍ସ,ସ୍ୱାସ୍ଥ୍ୟକର୍ମୀ ମାନେ ଉପସ୍ଥିତ ଥିଲେ ।ମନ୍ତ୍ରୀ ହସପିଟାଲର ସମସ୍ତ ବିଭାଗର କୋଠରୀ ପରିଦର୍ଶନ କରିବାସହିତ ରୋଗୀ ମାନଙ୍କ ସୁବିଧା ଅସୁବିଧା ସଂପର୍କରେ ପଚାରି ବୁଝିଥିଲେ । ଅନୁରୁପ ଭାବେ ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ଦାସ କାଲିମେଳା ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ସେଠାରେ ସ୍ୱାସ୍ଥ୍ୟ ସେବା ସଂପର୍କରେ ରୋଗି ମାନଙ୍କୁ ପଚାରି ବୁଝିଥିଲେ ।