Odiapua.com

ସ୍ୱାସ୍ଥ୍ୟ ବିଭାଗ ଗଠନ କଲା ୪ଟି ସ୍ୱତନ୍ତ୍ର ଟିମ୍, – ଗୁରୁତର ରୋଗୀଙ୍କୁ ଆଇସିୟୁ ବେଡ୍ ମିଳୁଛି କି ନାହିଁ ଯାଞ୍ଚ କରିବ ଏହି ଟିମ୍

ଭୁବନେଶ୍ୱର ୧୫-୫ (ଓଡ଼ିଆ ପୁଅ) : ରାଜ୍ୟରେ କେତେକ ସମୟରେ ଅଭିଯୋଗ ଆସୁଛିଯେ, ଆଇସିୟୁ ବେଡ୍ ଆବଶ୍ୟକ କରୁଥିବା ସିରିଅସ୍ ରୋଗୀଙ୍କୁ ବେଡ୍‌ ମିଳୁନାହିଁ। ଭିଭିଆଇପି ସାଧାରଣ ରୋଗୀ ଏହି ଆଇସିୟୁ ବେଡ୍‌ ମାଡ଼ିବସୁଛନ୍ତି। ଫଳରେ ଆଇସିୟୁ ବେଡ ଆବଶ୍ୟକ କରୁଥିବା ଗୁରୁତର ରୋଗୀ ତାହା ପାଇ ନ ପାରି ଛଟପଟ ହୋଇ ମୃତ୍ୟୁମୁଖରେ ପଡ଼ୁଛନ୍ତି। କିନ୍ତୁ ଏବେ, ଆଇସିୟୁ ବେଡ ଆବଶ୍ୟକ କରୁଥିବା ରୋଗୀଙ୍କୁ ଦିଆଯିବ ପ୍ରାଥମିକତା। ଏଥିନିମନ୍ତେ ୪ଟି ସ୍ୱତନ୍ତ୍ର ଟିମ୍ ଗଠନ କରିଛି ସ୍ୱାସ୍ଥ୍ୟ ବିଭାଗ। କେବଳ କଟକ, ଭୁବନେଶ୍ୱରରେ ବିଭିନ୍ନ ହସ୍ପିଟାଲର ଆଇସିୟୁ ଯାଞ୍ଚ କରିବ ଏହି ସ୍ୱତନ୍ତ୍ର ଟିମ୍।