ଭଦ୍ରକ, ୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ସନ୍ଥିଆ ଗ୍ରାମ ସ୍ଥିତ ଶ୍ରୀରାଧା ଗୋବିନ୍ଦ ମନ୍ଦିରରେ ସପ୍ତାହ ବ୍ୟାପି ସ୍ୱାମୀ ମୁକୁନ୍ଦ କୃଷ୍ଣଜୀ ମହାରାଜ ଦ୍ୱାରା ଭାଗବତ କଥା ପାରାୟଣ ହୋଇଯାଇଛି । ଏହି କଥା ଭାଗବତ ପୁରାଣରେ ବର୍ଣ୍ଣିତ ଥିବା ରାଧାକୃଷ୍ଣ ଙ୍କ ଲୀଳା ମାଧୁରୀ ଠାରୁ ଆରମ୍ଭ କରି ଶୁକଦେବଜୀ ମହାରାଜ ଓ ରାଜା ପରୀକ୍ଷିତଙ୍କ ସମ୍ବାଦ ଉପରେ ମୁକୁନ୍ଦ କୃଷ୍ଣ ଜୀ ମହାରାଜ ଉପସ୍ଥିତ ଶ୍ରୋତାଙ୍କୁ ସରଳ ଭାଷାରେ ବୁଝାଇଥିଲେ । ବହୁବର୍ଷ ପୂର୍ବରୁ ଥିବା ସନ୍ଥ ନଗର ଏବେର ସନ୍ଥିଆ ଗ୍ରାମ ନାମରେ ପରିଚିତ କାରଣ ଏଠି ସବୁ ସମୟରେ ସାଧୁସନ୍ଥ ଙ୍କ ସମାଗମ ଲଗିରହି ଥାଏ । ପ୍ରତିଦିନ ସନ୍ଧ୍ୟାରେ ଭାଗବତ କଥା ଶୁଣିବା ପାଇଁ ଆଖପାଖ ଗାଁ ଓ ସହରାଂଚଳର ଭକ୍ତ ମାନେ ଆସୁଥିଲେ । ପ୍ରତିଦିନ ଭଜନ କୀର୍ତନ ‘ ଗୋବିନ୍ଦ ହରେ ଗୋପାଲ ହରେ ନଟ ନାଗର୍ କାହ୍ନା ଶ୍ୟାମ ହରେ ‘ ଏବଂ ରାଧେ ରାଧେ ଧ୍ୱନିରେ ଭକ୍ତିମୟ ପରିବେଶ ଦେଖିବାକୁ ମିଳୁଥିଲା । ସୂଚନା ଥାଉକି ମୁକୁନ୍ଦ କୃଷ୍ଣ ଜି ମହରାଜ ଭଦ୍ରକ୍ ସ୍ଥିତ ଆଶ୍ରମରେ ଶ୍ରୀରାଧାକୃଷ୍ଣ ଙ୍କ ବିବାହ ଉତ୍ସବ ପାଳନ କରିବା , ଭାଗବତ କଥାକାର ଭାବେ ଓ ବିଭିନ୍ନ ସେଟେଲାଇଟ୍ ଚେନାଲ ରେ ମଧ୍ୟ ନିଜର ଦିବ୍ୟ ବାଣୀ ଉପସ୍ଥାପନା କରି ଲୋକଙ୍କ ଭିତରେ ଆଧ୍ୟାତ୍ମିକ ଚେତନା ସୃଷ୍ଟି କରିପାରିଛନ୍ତି । ଉକ୍ତ ଦିବ୍ୟ କାର୍ଯ୍ୟକ୍ରମକୁ ରାଧା ଗୋବିନ୍ଦ ମନ୍ଦିର ଭାଗବତ ଟୁଙ୍ଗି ପରିଚାଳନା କମିଟିର ସଦସ୍ୟ ,ସନ୍ଥିଆ ନିଳକଣ୍ଠପୁର ର ଭକ୍ତବୃନ୍ଦ ଓ ମନ୍ଦିର ପୂଜକ ମୋହନ୍ ନନା ଭବ୍ୟ ରୂପେ ପରିଚାଳନା କରିଥିଲେ।