ଭଦ୍ରକ, ୧୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ରାମଚନ୍ଦ୍ରପୁର ପଚାଂୟତ ନିମାପଡାସ୍ଥିତ ସ୍ୱାମୀ ବିବେକାନନ୍ଦ ଶିଶୁ ମନ୍ଦିରର ପରିଚାଳନା ପରିଷଦ ବୈଠକ ଅନୁଷ୍ଠିତ ହୋଇଛି । ପ୍ରଧାନଚାର୍ଯ୍ୟା ଇତିଶ୍ରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଶିକ୍ଷାବିତ୍ ପ୍ରକାଶ ଚନ୍ଦ୍ର ସାହୁ, ନାରାୟଣ ଚନ୍ଦ୍ର ସାମଲ, ସୂର୍ଯ୍ୟମଣୀ ରାଉଳ, ପତଞ୍ଜଳୀ କରଶର୍ମା, ଭାଗିରଥି ସେଠୀ, ମହେଶ ଚନ୍ଦ୍ର ସାହୁ, ସନାତନ ସେଠୀ ପ୍ରମୁଖ ଯୋଗଦେଇ ଶିଶୁ ମନ୍ଦିରରେ ୨ ଶହ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଅଧ୍ୟୟନରତ ଥିବା ବେଳେ ଶ୍ରେଣୀ ପ୍ରକୋଷ୍ଠର ଅଭାବ, ଦୂରଦୂରାନ୍ତରୁ ଆସୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଯାନବାହନ ସଂଖ୍ୟା ବୃଦ୍ଧି ସହ ଶୈକ୍ଷିକ ବାତାବରଣକୁ ବଜାଇ ରଖିବା ନେଇ ଆଲୋଚନା କରାଯାଇଥିଲା । ବିଶେଷ କରି କପାଳୀ ନଦୀ କୂଳରେ ଶିଶୁ ମନ୍ଦିର ଥିବାରୁ ବର୍ଷା ଋତୁରେ ପ୍ରତ୍ୟେକ ବର୍ଷ ଶ୍ରେଣୀଗୃହ ଜଳାପର୍ଣ୍ଣ ଯୋଗୁ ପାଠପଢାରେ ଘୋର ବ୍ୟାଘାତ ଘଟୁଛି । ଏହାକୁ ଦୃଷ୍ଟିରେ ରଖି ନୂତନ ଶ୍ରେଣୀ ଗୃହ ନିର୍ମାଣକୁ ଗୁରୁତ୍ୱାରୋପ କରାଯାଇଥିଲା । ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ,ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସୀତାଶୁଂ ଶୈଖର ମହାପାତ୍ର,ଭଣ୍ଡାରିପୋଖରୀ ବିଧାୟକ ସଞ୍ଜିବ କୁମାର ମଲ୍ଲିକଙ୍କୁ ଭେଟି ଶ୍ରେଣୀ ଗୃହ ନିର୍ମାଣ ନେଇ ଅନୁଦାନ ଯୋଗାଇ ଦେବାକୁ ଆଲୋଚନା କରାଯିବ ବୋଲି ମତ ପ୍ରକାଶ ପାଇଥିଲା । ଏହି ଅବସରରେ ଆଗାମୀ ତିନି ବର୍ଷ ପାଇଁ ପରିଚାଳନା କମିଟି ଗଠନ କରାଯାଇଥିଲା । ସଭାପତି ସୂର୍ଯ୍ୟମଣୀ ରାଉଳ, ଉପ-ସଭାପତି ଭାଗିରଥୀ ସେଠୀ, ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁ, ସହ-ସମ୍ପାଦକ ମହେଶ ଚନ୍ଦ୍ର ସାହୁ ସମେତ ଉପଦେଷ୍ଟା ମଣ୍ଡଳୀରେ ବରିଷ୍ଠ ସାମ୍ବାଦିକ ପତଞ୍ଜଳୀ କରଶର୍ମା, ଶିକ୍ଷାବିତ୍ ତଥା ସମାଜସେବୀ ନାରାୟଣ ଚନ୍ଦ୍ର ସାମଲ, ହୃଷିକେଷ ମିଶ୍ର, ସନାତନ ସେଠୀ,ଶ୍ରନିବାସ ବିଶ୍ୱାଳ, ଜ୍ଞାନଦା କରଶର୍ମା ମନୋନୀତ ହୋଇଛନ୍ତି ।