Odiapua.com

ସ୍ୱାମୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ପତ୍ନୀ

କେନ୍ଦ୍ରାପଡ଼ା ୭ -୩ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ବାରିମୂଳ ଗ୍ରାମର ପ୍ରଦୋଷ କୁମାର ପରିଡାଙ୍କ ପତ୍ନୀ ଶୁଭସ୍ମିତା ପରିଡା ତାଙ୍କ ସ୍ୱାମୀଙ୍କୁ ହତ୍ୟା କରାଯାଇଥିବା ନେଇ ସଦର ଥାନାରେ ଅଭିଯୋଗ କରିଛନ୍ତି। ଘରବାରୀ ଜମିକୁ ନେଇ ପୂର୍ବରୁ ତାଙ୍କ ସ୍ୱାମୀଙ୍କ ସହିତ ବିଭିନ୍ନ ସମୟରେ ଗଣ୍ଡଗୋଳ କରିବା ସହ ମାଡମାରୁଥିବା ସେ ଅଭିଯୋଗ କରିଛନ୍ତି। ଶୁଭସ୍ମିତା ତାଙ୍କ ବାପଘର ଗ୍ରାମକୁ ଯଜ୍ଞ ଓ ଶିବ ମନ୍ଦିର ପ୍ରତିଷ୍ଠା ପାଇଁ ଯାଇଥିଲେ। ସୋମବାର ଅପରାହ୍ନରେ ସେ ମାଇଁଶାଶୁଙ୍କ ଠାରୁ ଖବର ପାଇଲେ ଯେ ତାଙ୍କ ସ୍ୱାମୀ ମରିଯାଇଛନ୍ତି। ଖବର ପାଇ ସେ କେନ୍ଦ୍ରାପଡା ଡାକ୍ତରଖାନାରେ ପହଞ୍ଚି ଦେଖିଲେ ଯେ ତାଙ୍କ ସ୍ୱାମୀ ମରିଯାଇଛନ୍ତି। ବାରିମୂଳ ଗ୍ରାମର କେତେକ ବ୍ୟକ୍ତି ଯୋଜନାବଦ୍ଧ ଭାବେ ତାଙ୍କ ସ୍ୱାମୀଙ୍କ ତଣ୍ଟିଚିପି ମୁହଁରେ ଗାମୁଛା ଦେଇ ହତ୍ୟା କରିଥିବା ଶୁଭସ୍ମିତା ଅଭିଯୋଗ କରିଛନ୍ତି।