Odiapua.com

ସ୍ୱାମୀକୁ ଛୁରୀ ଭୁସି ନିର୍ମମ ଭାବେ ହତ୍ୟା କଲା ପତ୍ନୀ ଓ ନାବାଳକ ପୁତ୍ର

ଭଦ୍ରକ, ୨୭ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଆଜି ଏକ ପାରିବାରିକ କଳହରୁ ପତ୍ନୀ ନିଜ ନାବାଳକ ପୁତ୍ର ସହ ମିଶି ସ୍ୱାମୀକୁ ଛୁରୀ ଓ ଶାବଳ ଭୁସି ହତ୍ୟାକରିବା ଘଟଣା ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି । ପ୍ରାପ୍ତ ସୂଚନାରୁ ଯାହା ଜଣାଯାଏ ଏହି ଜିଲାର ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ବାଣିତିଆ ପଞ୍ଚାୟତର ମହଲା ସାହିରେ ସୁରେଶ ମହଲାଙ୍କ ଘର । ଦାରିଦ୍ର‌୍ୟ ସୀମାରେଖା ତଳେ ଥିବା ଏହି ପରିବାର ଅଭାବବୋଧ ମଧ୍ୟରେ ଚଳିଆସୁଥିବାବେଳେ ଗତ ପ୍ରାୟ ୪/୫ ମାସ ତଳେ ତାଙ୍କ ପତ୍ନୀ ସଂଜୁଲତା ଜଣେ ଯୁବକ ସହ ଫେରାର ହୋଇ ଓଡ଼ିଶା ବାହାରକୁ ପଳାଇଯାଇଥିଲା । ଗତ କିଛିଦିନ ହେବ ସେ ଘରକୁ ଫେରିଥିଲେ ମଧ୍ୟ ଗ୍ରାମରେ ରହୁଥିବା ସ୍ୱାମୀ ସହ ବିଭିନ୍ନ କାରଣକୁ ନେଇ ଅଶାନ୍ତି ଲାଗି ରହେ । ତେବେ ସ୍ୱାମୀ ସୁରେଶ ଆଜି ନିଜ ଗ୍ରାମର ଜଣେ ବନ୍ଧୁକୁ କହିଥିବା ତଥ୍ୟ ମୂଳେ ସଂଜୁଲତା ଘରକୁ ଫେରିବା ପରେ ସ୍ୱାମୀ ସୁରେଶ ସହ ଶାରୀରିକ ସଂପର୍କ ରଖିନଥିଲା । ନିଜ ପତ୍ନୀର ଚରିତ୍ରକୁ ନେଇ ସନ୍ଦେହ କରୁଥିବା ସୁରେଶ ସହ ତାର ମତାନ୍ତର ଲାଗି ରହିଥିଲା । ଆଜି ସକାଳେ ଉପରୋକ୍ତ ଘଟଣାକୁ ନେଇ ସଂଜୁଲତା ପୁଅ ସହ ପୁନର୍ବାର ବାହାରକୁ ଚାଲିଯିବାର ପ୍ରସ୍ତୁତିକୁ ନେଇ ସୁରେଶ ପ୍ରତିବାଦ କରିବାରୁ ଉଭୟ ମା’ ଓ ଦଶମ ଶ୍ରେଣୀରେ ପଢୁଥିବା ପୁଅ ଉତ୍‌କ୍ଷିପ୍ତ ହୋଇ ଆଜି ସୁରେଶକୁ ସବୁଦିନ ପାଇଁ ଦୁନିଆରୁ ହଟାଇବା ନେଇ ରଚିଥିବା ଷଡଯନ୍ତ୍ର ମୂଳେ ଏକ ଧାରୁଆ ଛୁରୀ ଓ ଶାବଳ ଦ୍ୱାରା ବାରମ୍ବାର ଆକ୍ରମଣ କରି ହତ୍ୟା କରିଥିଲେ । ଏହି ଘଟଣା ଜାଣିବା ପରେ ମା’ ଓ ପୁଅ ଫେରାର ହୋଇଯିବା ପୂର୍ବରୁ ଗ୍ରାମବାସୀମାନେ ଉଭୟଙ୍କୁ ଏକ ଗଛରେ ବାନ୍ଧିଦେଇଥିଲେ । ଖବର ପାଇ ଗ୍ରାମାଞ୍ଚଳ ଥାନା ପୁଲିସ୍ ସେଠାରେ ପହଞ୍ôଚ ସେମାନଙ୍କୁ ଥାନାକୁ ଆଣି ଅଟକ ରଖି ତଦନ୍ତ ଚଳାଇଥିବାର ଜଣାପଡିଛି ।