Odiapua.com

ସ୍ୱାଭିମାନ ଅଞ୍ଚଳରେ କୁମ୍ବିଂ ଅପରେସନ ସମୟରେ ବିପୁଳ ପରିମାଣର ବିସ୍ପୋରକ ଦ୍ରବ୍ୟ, ଟିଫିନ ବୋମା, ମାଓ ସାମଗ୍ରୀ ଜବତ

ମାଲକାନଗିରି, ୩୧/୧୨ : (ଓଡ଼ିଆ ପୁଅ) ମାଲକାନଗିରି ପୋଲିସକୁ ବଡ଼ ସଫଳତା। ସ୍ୱାଭିମାନ ଅଞ୍ଚଳ ମାଗଡ଼ରେ କୁମ୍ବିଂ ଅପରେସନ ବେଳେ ବିପୁଳ ପରିମାଣର ଔଷଧ ସହ ଟିଫିନ ବୋମ, ବିସ୍ଫୋରକ, ମାଓ ସାମଗ୍ରୀ ଜବତ। ମାଲକାନଗିରି ଜିଲ୍ଲା ସ୍ଵାଭିମାନ ଅଞ୍ଚଳର ଜୋଡାଆମ୍ବ ଥାନା ଅନ୍ତର୍ଗତ ତାବେର ଓ ଅରିଙ୍ଗିପାଲ୍ଲୀ ଅଞ୍ଚଳରେ ଡିଆର ଜି, ବିଏସଏଫ, ଏସ ଓଜି ଯବାନ ଓ ସୁରକ୍ଷାକର୍ମୀଙ୍କ କୁମ୍ବିଂ ଅପରେସନ ସମୟରେ ବିପୁଳ ପରିମାନର ବିସ୍ଫୋରକ ସାମଗ୍ରୀ ସହ ମାଓ ଅସ୍ତ୍ରଶସ୍ତ୍ର ଜବତ ହୋଇଛି।

ସୂଚନାନୁଯାୟୀ, ଆନ୍ଧ୍ର ଓଡ଼ିଶା ସୀମାନ୍ତରେ ବିଏସ.ଏଫ, ଡି.ଭି.ଏଫ ଓ ଏସ.ଓ.ଜି ବାହିନୀର ଯବାନମାନେ ମିଳିତ ଭାବେ କୁମ୍ବିଂ ଅପରେସନ କରୁଥିବା ବେଳେ ଗୁଇନ୍ଦା ସୂଚନା ପାଇ ତାବେର ଓ ଅରିଙ୍ଗିପାଲ୍ଲୀ ଗ୍ରାମ ନିକଟରେ ମାଟି ତଳେ ମାଓବାଦୀ ପୋତିରଖିଥିବା ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଛନ୍ତି। ଜବତ ସାମଗ୍ରୀ ମଧ୍ୟରେ ୬ଟି ଟିଫିନ ବୋମା, ୨ଟି ପ୍ରେସର ଆଇଡି, ୨ଟି ୭.୬୨ର ଏମ.ଏମ ବଲ ଆମୁନେସ, ଗୋଟିଏ ଇନଶାସ ମାଗାଜିନ, ଗୋଟିଏ ହେଭରସେକ, ବିପୁଳ ପରିମାଣର ଜୀବନ ରକ୍ଷାକାରୀ ଔଷଧ, କୋଡେକ୍ସ କେବୁଲ ସହ ଅନେକ ବିସ୍ଫୋରକ ସାମଗ୍ରୀ ଜବତ କରିଛନ୍ତି। ଯବାନ ଓ ସାଧାରଣ ଲୋକଙ୍କୁ ଟାର୍ଗେଟ କରି ନକ୍ସଲପନ୍ଥୀମାନେ ଏହି ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଏଠାରେ ରଖିଥିବା ମାଲକାନଗିରି ଏସ.ଡି.ପିଓ ଅଭିଳାଷ ଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଆଗାମି ଦିନରେ ମଧ୍ୟ ସ୍ଥାନୀୟ ଅଞ୍ଚଳରେ ଏହି ଅପରେସନ ଜାରି ରହିବ ବୋଲି ଏସ ଡିପିଓ କହିଛନ୍ତି।