Odiapua.com

ସ୍ୱାଭିମାନ ଅଚଂଳରେ ମାଓବାଦୀ ଯବାନ ଗୁଳିବିନିମୟ,ଜଣେ ହାର୍ଡକୋର ମାଓବାଦୀ ମୃତ

ମାଲକାନଗିରି,୨୬ା୭(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଚଂଳ ଆନ୍ଦ୍ରସୀମାନ୍ତ ଦିଗଜାନବାଇ ଗୁଜେଡି ଜଙ୍ଗଲରେ ମାଓବାଦୀଙ୍କ ସହିଦ ସପ୍ତାହ ପାଳନ ପାଇଁ ଗୁପ୍ତ ବୈଠକ ଚାଲିଥିବାର ଖବର ପାଇ ମାଲକାନଗିରି ଜିଲ୍ଲା ଏସଓଜି ଯବାନ ଙ୍କ ସହ ଆନ୍ଦ୍ରପ୍ରଦେଶ ଗ୍ରେହାଉଣ୍ଡ ଯବାନ ମାନେ ମିଳିତ ଭାବେ କମ୍ବିଅପରସେନ ରେ ସେଠାକୁ ଯାଇଥିଲେ , ସେହି ଜଙ୍ଗଲରେ ପହଁଚିଲା ପରେ ହଟାତ ମାଓବାଦୀ ମାନେ ଯବାନ ଙ୍କ ଉପରକୁ ଗୁଳିଚଳାଇ ଥିଲେ । ଯବାନ ମାନେ ମଧ୍ୟ ମାଏଓବାଦୀ ମାନଙ୍କ ଉପରକୁ ପାଲଟା ଗୁଳି ଚାଳନା କରିଥିଲେ । ମାଓବାଦୀ ଯବାନ ଙ୍କ ମଧ୍ୟରେ ଦୀର୍ଘସମୟ ଧରି ଗୁଳିବିନିମୟ ହୋଇଥିଲା । ଯବାନ ମାନଙ୍କୁ ସାମ୍ନା କରି ନପାରି ମାଓବାଦୀ ମାନେ ଛତ୍ରଭଙ୍ଗଦେଇ ଜଙ୍ଗଲରେ ଲୁଚିପଳାଇଥିବା ବେଳେ ସେମାନଙ୍କ ମଧ୍ୟରେ ମୋଷ୍ଠଓ୍ୟାଟେଂଡ ଟପକ୍ୟାର୍ଡର ମାଓବାଦୀ ରାମକ୍ରୀଷ୍ଣା, ଉଦୟ,ଅରୁଣା ଙ୍କ ସହ ଅନ୍ୟ କିଛି ଟପ କ୍ୟାର୍ଡର ମାଓବାଦୀ ଚମ୍ପଟ ମାରିଥିବାର ଜଣାପଡିଛି । ଯବାନ ମାନେ ସେହି ଜଙ୍ଗଲରେ ସର୍ଚଅପରେସନ କରିବାରୁ ଆନ୍ଦ୍ରସୀମାନ୍ତ ଜଙ୍ଗଲରେ ଜଣେ କ୍ୟର୍ଡର ମାଓବାଦୀର ମୃତଶରୀର କୁ ଠାବକରିବା ସହ ମାଓକ୍ୟାମ୍ପ ରୁ ଗୋଟିଏ ୩୦୩ ବନ୍ଧୁକ,ବିପୁଳ ପରିମାଣର ମାଓ ସାମଗ୍ରୀ ଜବତକରିଛନ୍ତି । ଏହି ଗୁଳିବନିମୟରେ ଅଧିକ ମାଓବାଦୀ ମୃତାଆହତ ହୋଇଥିବାର ସନ୍ଦେହରେ ଯବାନ ମାନଙ୍କ ପକ୍ଷରୁ ସେ ଜଙ୍ଗଲରେ ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ସର୍ଚଅପରେସନ ଚାଲିଥିଲା । ମାଓବାଦୀ ଯବାନଙ୍କ ଗୁଳିବିନିମୟରେ ଜଣେ ମାଓବାଦୀଙ୍କର ମୃତ୍ୟୁଘଟିଛି, ନିହତ ମାଓବାଦୀ ଙ୍କ ମୃତ ଶରୀର ମିଳିଥିବା ସ୍ଥାନଟି ଆନ୍ଦ୍ରପ୍ରଦେଶ ସୀମାନ୍ତ କୁ ଲାଗି ଥିବାରୁ ମାଓବାଦୀଙ୍କ ମୃତଶରୀର କୁ ଆନ୍ଦ୍ରପ୍ରଦେଶ ପୁଲିସ ନେଇଯାଇ ତାଙ୍କର ପରିଚୟ ଖୋଜୁଛନ୍ତି । ମାଓବାଦୀ ମାନେ ସହିଦ ସପ୍ତାହପାଳନ ପାଇଁ ପ୍ରସ୍ତୁତ ହେଉଥିବାରୁ ସ୍ୱାଭିମାନ ଅଚଂଳରେ ଓଡିଶା ଓ ଆନ୍ଦ୍ରପ୍ରଦେଶ ପୁଲିସର ମିଳିତ କମ୍ବିଂଅରେସନ ଜାରିରହିବ ବୋଲି ମାଲକାନଗିରି ଏସପି ରିଶିକେଶ ଡି ଖିଲାରୀ କହିଛନ୍ତି । ସୁଚନାଯୋଗ୍ୟ ଯେ ପ୍ରତିବର୍ଷ ଜୁଲାଇ ମାସ୨୮ତାରିଖ ଠାରୁ ଅଗଷ୍ଟ ମାସ୩ତାରିଖ ସପ୍ତାହ ବ୍ୟାପି ମାଓବାଦୀ ମାନେ ବିଭିନ୍ନ ମାଓ ପ୍ରବଣ ଅଚଂଳ ଗୁଡିକରେ ସହିଦ ସପ୍ତାହପାଳନ କରିଥାନ୍ତି । ପୁଲିସ ଗୁଳିରେ ମୃତ ମାଓବାଦୀ ମାନଙ୍କ ସହିଦ ସ୍ତମ୍ବନିର୍ମାଣ କରି ସେଠାରେ ସେମାନେ ମୃତମାଓବାଦୀ ଙ୍କ ସ୍ମୁତିରିଚାରଣ ସହ ସରକାର ଓ ପୁଲିସ ବିରୋଧରେ ସ୍ଲୋଗାନଦେଇ ନାନା ପ୍ରକାର ହିଂସାକାଣ୍ଡ କରିଥାନ୍ତି । ଚଳିତ ବର୍ଷ ସମଗ୍ର ବିଶ୍ୱରେ କରୋନା ମାହାମାରି ବ୍ୟାପିଥିବାରୁ ଗୋଟିଏ ସ୍ଥାନରେ ଅଧିକ ସଂଖ୍ୟକ ଲୋକଙ୍କ ସମାଗମ କିମ୍ବା ସଭାସମତି ହେବାପାଇଁ ବାରଣ ହୋଇଥିବାରୁ ମାଓବାଦୀ ଙ୍କ ସହିଦ ସପ୍ତାହ ଫିକାପଡି ଯିବାର ବହୁତ ସମ୍ଭାବନା ରହିଛି ।