Odiapua.com

ସ୍ୱାଭିମାନ ଅଚଂଳରେ ମତ୍ସଚାଷ ଆରମ୍ଭ,ଚିତ୍ରକୋଣ୍ଡା ଜଳଭଣ୍ଡାରରେ ଜିଲ୍ଲାପାଳ ଛାଡିଲେ ମାଛ ଯାଆଁଳ

ମାଲକାନଗିରି,୧୨ା୧୨ (ଓଡିଆ ପୁଅ) ସ୍ୱାଭିମାନ ଅଚଂଳରେ ଗୁରୁପ୍ରୟୀ ସେତୁ ଉଦଘାଟନ କରିବା ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ସେ ଅଚଂଳର ଉନ୍ନୟନ ପାଇଁ୧୦୦  କୋଟି ଟଙ୍କାର ପ୍ରକଳ୍ପ  ଘୋଷଣାକରିଥିଲେ, ସେଥି ମଧ୍ୟରୁ ୧୮କୋଟି୨୫ଲ କ୍ଷଟଙ୍କାର ମାଛ ଯାଆଁଳ ଜଳଭଣ୍ଡାର ରେ ଛଡା ଯାଇ ସ୍ୱାଭିମାନ ଅଚଂଳର ୨ହଜାର ଗରିବ ମତ୍ସଜୀବୀ ଉନ୍ନତପ୍ରଣାଳିରେ ମାଛଚାଷ କରି ସ୍ୱାବଲମ୍ବି ହୋଇପାରିବେ ବୋଲି କହିଥିଲେ , ମୁଖ୍ୟମନ୍ତ୍ରୀଙ୍କ ଷୋଷଣା ଅନୁସାରେ ପ୍ରଥମ ପର୍ଯ୍ୟାୟରେ ଜଳଭଣ୍ଡାରରେ ୧ଲକ୍ଷ ମାଛ ଯାଆଁଳ ଛଡା ଯାଇଛି । ଜିଲ୍ଲାପାଳ ମନୀଷ ଅଗ୍ରଓ୍ବାଲ ଜଳଭଣ୍ଡାର ରେ ପ୍ରଥମେ ମାଛ ଯାଆଁଳ ଛାଡି ମତ୍ସଚାଷୀ ମାନଙ୍କୁ ଉତ୍ସାହିତ କରିଛନ୍ତି । ଗରିବ ମତ୍ସଚାଷୀଙ୍କ ପାଇଁ  ସ୍ୱତନ୍ତ୍ର ଭାବେ ଟନେଲକ୍ୟାମ୍ପ,ସ୍ପିଲେଓ୍ୟ ଠାରେ ୬୦ଏକର ଜମିରେ ପ୍ୟାନ ନିର୍ମାଣ କରାଯାଇ ସେଠାରେ ମତ୍ସ ଯାଆଁଳ ଉତ୍ପାଦନ ହୋଇ ସୋସାଇଟ ମାଧ୍ୟମରେ ସେହି ଯାଆଁଳ କୁ ଜଳଭଣ୍ଡାର ରେ ଛଡାଯିବ । ପ୍ରଥମ ପର୍ଯ୍ୟାୟରେ ୨ଟି ମତ୍ସଜୀବୀ ସୋସାଇଟ ଗଠନ ହୋଇସାରିଛି,ଏହି ଯୋଜନା ୫ବର୍ଷ ମଧ୍ୟରେ ଜଳ ଭଣ୍ଡାର ରେ ୫ଲକ୍ଷ ମାଛ ଯାଆଁଳ ଛଡାଯିବ ବୋଲି ନିସ୍ପତି ନିଆଯାଇଛି ।ପରବର୍ତି ସମୟରେ ସ୍ୱାଭିମାନ ଅଚଂଳର ପଣସପୁଟ,ନାକାମାମୁଡି,ଯନ୍ତ୍ରୀ, ଗାଜଲମାମୁଡି, ଯୋଜାଆମ୍ବ ଗ୍ରାମରେ ମତ୍ସ ସୋସାଇଟ ଗଠନ କରାଯାଇ ସେଠାକାର ଗ୍ରାମବାସୀ ମାନଙ୍କୁ ସାମିଲ କରାଯିବ । ମତ୍ସ ଯାଆଁଳ ଜଳଭଣ୍ଡାର ରେ ଛଡା ଯିବା ସମୟରେ ଅନ୍ୟାନ ମାନଙ୍କ ମଧ୍ୟରେ  ମତ୍ସ ବିଭାଗ ଉପନିଦେ୍ର୍ଦଶକ ଶଶିକାନ୍ତ ଆଚାର୍ଯ୍ୟ,ଉମେଶ ଚନ୍ଦ୍ର ସ୍ୱାଇଁ,ସୀମାଚଂଳ ବେହେରା,ଜିଲ୍ଲା ମତ୍ସ ଅଧିକାରୀ ହେମନ୍ତ କୁମାର ଦାସ,ମତ୍ସ ବିଶେଷଜ୍ଞ କ୍ଷୀରୋଦ ମୋହନ ମଜୁମଦାର,ସହକାରି ମତ୍ସ ଅଧିକାରୀ କେ.ସି.ପାତ୍ର,ମତ୍ସ ସୋସାଇଟ ସଭାପତି ଲଛମନ ଖେମୁଡୁ ପ୍ରମୁଖ ଯୋଗଦେଇ ଜଳଭଣ୍ଡାରରେ ସୁଚାରୁ ଭାବେ ନିରାପଦରେ ଯେପରି ମତ୍ସଚାଷ ହୋଇପାରିବ ସେନେଇ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମକୁ ମା ଦୁର୍ଗା ପ୍ରାଥମିକ ମତ୍ସଜୀବୀ ସମବାୟ ସମତି ର କର୍ମକର୍ତା ମାନେ ପରିଚାଳନା କରିଥିଲେ ।