Odiapua.com

ସ୍ୱାଭିମାନ ଅଚଂଳରେ କୋଟିଆ ଆଦିବାସୀ ସମାଜ ବିକାଶ ପରିଷଦର ସମାବେଶ,ସ୍ୱାସ୍ଥ୍ୟ, ଶିକ୍ଷା,ଗମନାଗମନ, ପାନୀୟଜଳ ସମସ୍ୟା ପ୍ରତି ଗୁରୁତ୍ୱ

ମାଲକାନଗିରି,୨୪ା୨(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଚଂଳରେ କୋଟିଆ ଆଦିବାସୀ ସମାଜ ବିକାଶ ପରିଷଦର ବିରାଟ ସମାବେଶ ର ଆୟୋଜନ କରାଯାଇ ସ୍ୱାସ୍ଥ୍ୟ, ଶିକ୍ଷା,ଗମନାଗମନ,ପାନୀୟଜଳ ସମସ୍ୟା ଓ ସରକାରି ଯୋଜନା ପ୍ରତି ଗୁରୁତ୍ୱ ଦିଆଯାଇଛି । ଆଜି ସକାଳେ ଚିତ୍ରକୋଣ୍ଡା ବ୍ଲକସ୍ଥ ସ୍ୱାଭିମାନ ଅଚଂଳର ବଡପଡା ଗ୍ରାମ ଶିବମନ୍ଦିର ପ୍ରାଙ୍ଗଣରେ ଟିବୁରାମ ଟାଙ୍ଗୁଲ ଙ୍କ ଅଧ୍ୟକ୍ଷତାରେ କୋଟିଆ ଆଦିବାସୀ ସମାଜ ବିକାଶ ପରିଷଦର ସମାବେଶରେ ମୁଖ୍ୟଅତିଥି ଭାବେ ଜିଲ୍ଲା ସ୍ୱତନ୍ତ୍ରବିକାଶ ପରିଷଦ ଅଧ୍ୟକ୍ଷ ମାନସ ମାଡକାମି,ମୁଖ୍ୟବକ୍ତା ଭାବେ ଆଦିବାସୀ ନେତା ଘେନୁ ମୁଦୁଲି, ସମ୍ମାନିତ ଅତିଥି ଭାବେ ଜିଲ୍ଲାଆଦିବାସୀ ସମାଜ ମହାସଂଘ ସଭାପତି ଘନଶ୍ୟାମ ମାଡକାମି ଙ୍କ ସହିତ କୋରାପୁଟ,ନନ୍ଦପୁର, ପଟାଙ୍ଗି,ନବରଙ୍ଗପୁର,ରାୟଗଡା,ମାଲକାନଗିରି ଜିଲ୍ଲା କୋଟିଆ ଆଦିବାସୀ ସମାଜର କର୍ମାକର୍ତା ଓ ଲୋକପ୍ରତିନିଧି ମାନେ ଉପସ୍ଥିତ ରହି କୋଟିଆ ଆଦିବାସୀ ସଂପ୍ରଦାୟଙ୍କ ଭାଷା,ସଂସ୍କୃତି, ପରମ୍ପରା,ଯାନି ଯାତ୍ରା ସହ ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ । ବିଶେଷ କରି ସ୍ୱାଭିମାନ ଅଚଂଳରେ ସ୍ୱାସ୍ଥ୍ୟ,ଶିକ୍ଷା, ଗମନାଗମନ,ପାନୀୟଜଳ ଜୋଗାଣ,ସାଧରଣ ବଟଂନ,ବାର୍ଦ୍ଦକ୍ୟଭତା ପ୍ରଦାନସହିତ ଅନ୍ୟାନ ସରକାରି ଯୋଜନା ପ୍ରତି ଗୁରତ୍ୱ ଦେଇଥିଲେ । ଏହି ସମାବେଶରେ ଶତାଧିକ କୋଟିଆ ଆଦିବାସୀ ସଂପ୍ରଦାୟର ମହିଳା ପୁରୁଷ ମାନେ ଉପସ୍ଥିତ ଥିଲେ ।