Odiapua.com

ସ୍ୱାଭିମାନଅଚଂଳ ମାଓଇଲାକାରେ ପହଁଚିଲେ ଜିଲ୍ଲାପାଳ ଓ ଏସ.ପି, ଘରପୋଡିରେ କ୍ଷତିଗସ୍ତ ପରିବାରଙ୍କୁ ଭେଟି ସହାୟତା ସହ ପକାଘର ଯୋଗାଇ ଦେବା ପାଇଁପ୍ରତି ଶୃତି ଦେଲେ ।

ମାଲକାନଗିରି,୨୭ା୧(ଓଡିଆ ପୁଅ ) ସ୍ୱାଭିମାନ ଅଚଂଳରେ ଗତ ଶନିବାର ରାତ୍ରରେ ଗ୍ରାମବାସୀ ମାନେ ଜଣେ ମାଓବାଦୀଙ୍କୁ ମାଡମାରିବା ଦ୍ୱାରା ଜଣେ ମାଓବାଦୀର ମୃତ୍ୟୁହେବାସହ ଜଣେ ଆହତ ହୋଇଥିଲେ । ସେହି ଘଟଣାରେ ମାଓବାଦୀ ମାନେ ଉତକ୍ଷିପ୍ତ ହୋଇ ୧୨ଟି ଘର ପୋଡିଦେଇଛନ୍ତି । ଆଜି ସ୍ୱାଭିମାନ ଅଚଂଳରେ ବିଏସଏଫ ଯବାନ ସହ ପୁଲିସ ଛାଉଣୀରେ ପରିଣତ ହୋଇଯାଇଛି, ବିଭିନ୍ନ ମାଓପ୍ରବଣ ଅଚଂଳରେ କମ୍ବିଂ,ପୋଟ୍ରୋଲିଂ ଯୋରଦାର ଚାଲିଛି । ଆଜି ସକାଳେ ମାଲକାନଗିରି ଜିଲ୍ଲାପାଳ ମନୀଷଅଗ୍ରଓ୍ୟାଲ ,ଏସପି ରିଶିକେଶ ଡି ଖିଲାରୀ ପ୍ରମୁଖ ଅଧିକାରୀ ମାନେ ମାଓଗଡ ଯନ୍ତୁରାଇ ଗ୍ରାମରେ ପହଁଚି ଜୋଡାମ୍ବ ଘରପୋଡି କ୍ଷତି ଗସ୍ତ ପରିବାରଙ୍କୁ ଭେଟି ସ୍ୱାନ୍ତନା ଦେବାସହ ସେମାନଙ୍କୁ ଆର୍ଥିକ ସହାୟତା ସହ ଖୁବଶୀର୍ଷ ଘପୋଡିଯାଇଥିବା ପରିବାରଙ୍କୁ ପକ୍କାଗୃହ ଯୋଗାଇ ଦେବା ପାଇଁ ପ୍ରତି ଶୃତି ଦେଇଛନ୍ତି ।ମାଓଗଡରେ ଜିଲ୍ଲାପାଳ ଓ ଏସପି ପହଁଚିବା ଦେଖି ସ୍ୱାଭିମାନ ଅଚଂଳବାସୀ ବହୁତ ଖୁସିହୋଇ ଯାଇ ସେମାନଙ୍କ ଅଚଂଳରେ କିପରି ବିକାଶ ହେବ ସେଥିପ୍ରତି ଗୁରୁତ୍ୱ ଦେଇ ଜୋଡାମ୍ବରେ ଏକ ସ୍ୱାସ୍ଥ୍ୟକେନ୍ଦ୍ର ପ୍ରତିଷ୍ଟାପାଇଁ ଦାବିକରିଥିଲେ । ଆଗରୁ ଥିବା ବିଛିନ୍ନାଚଂଳ ଗୁରୁପ୍ରୟୀ ସେତୁ ହେବାପରେ ସ୍ୱାଭିମାନଅଚଂଳ ଭାବେ ପରିଚିତ ହୋଇଛି,ସେ ଅଚଂଳରେ ସମସ୍ତପ୍ରକାର ଉନ୍ନୟନ ମୂଳକ କାର୍ଯ୍ୟାସହିତ ଗ୍ରାମବାସୀମାନଙ୍କୁ ରୋଜଗାର କ୍ଷମ କରିବା ନିମନ୍ତେ ସ୍ୱାତନ୍ତ୍ର ଭାବେ ବ୍ୟବସ୍ଥା କରାଯିବ,ଗ୍ରାମବାସୀ ମାନେ ଏବି ସ୍ୱାଭିମାନ ଅଚଂଳର ବିକାଶ ଚାହୁଁଛନ୍ତି ,ସେମାନଙ୍କୁ ସମସ୍ତପ୍ରକାର ଆର୍ଥିକ ସହାୟତା ସହ ସୁରକ୍ଷା ବ୍ୟବସ୍ଥା ଯେଗାଇଦିଆ ଯିବ ବୋଲି ଜିଲ୍ଲାପାଳ ଶ୍ରୀ ଅଗ୍ରଓ୍ୟାଲ, ଏସପି ଶ୍ରୀ ଖିଲାରୀ କହିଛନ୍ତି । ଗତ ଶନିବାର ଦିନ ପ୍ରଥମ ଥରକରି ମାଓଗଡରେ ମାଓବାଦୀଙ୍କୁ ମୁକାବିଲା କରି ଗ୍ରାମବାସୀ ମାନଙ୍କ ସଂଘବଦ୍ଧ ଆକ୍ରମଣରେ ଜଣେ ମାଓବାଦୀ ନିହତ ହେବାସହ ଅନ୍ୟଜଣେ ଆହତ ହେବା ଘଟଣାରେ ମାଓବାଦୀ ମାନେ ଉକ୍ଷିପ୍ତ ହୋଇ ଔଷଧରାଗରେ ତାଟିଆ କାମୁଡିବା ଭଳି ୧୨ଜଣ ଗରିବ ଆଦିବାସୀଙ୍କ ଘର ପୋଡିଦେଇଥିଲେ,ଏହି ଗରିବ ଆଦିବାସୀଙ୍କ ଧାନଚାଉଳ,ମାଣ୍ଡିଆ,ବାସନକୁସୁନ.,ମଟର ସାଇକେଲ,ଆସବାପତ୍ର ଲକ୍ଷାଧିକ ଟଙ୍କାର ସମ୍ପିତି ପୋଡି ଯାଇଛି । ମାଓବାଦୀଙ୍କ ଭୟରେ ଗ୍ରାମରେ ପୁରୁଷ ଶୂନ୍ୟହେବାସହ ମହିଳାମାନେ ନିଜ ନିଜ ପିଲାଛୁଆ ଧରି ଗାଁ ଛାଡି ପଳାଇ ନିଜ ନିଜ ବନ୍ଧୁବାନ୍ଧବଙ୍କ ଘରେ ଆଶ୍ରୟ ନେଇଥିବାବେଳେ ଅନ୍ୟ ମାନେ ନିକଟସ୍ଥ କୁନ୍ତୁରପଦର ବିଏସଏଫ କ୍ୟାମ୍ପରେ ଆଶ୍ରୟ ନେଇଥିଲେ । ଆଜି ସେଠାରେ ଜିଲ୍ଲାପାଳ,ଏସପି ଓ ଅନ୍ୟାନ ଅଧିକାରୀ ମାନେ ପହଁଚି ଗ୍ରାମବାସୀମାନଙ୍କୁ ଭେଟି ସେମାନଙ୍କୁ ସୁରକ୍ଷା ସହ ସମସ୍ତପ୍ରକାର ସହାୟତା ଯୋଗାଇ ଦେବାପାଇଁ ପ୍ରତି ଶୃିତ ଦେଇଛନ୍ତି ।