Odiapua.com

ସ୍ୱାଧୀନତା ସଂଗ୍ରାମୀ, ସର୍ବୋଦୟ ସଂଗଠକ ଗୟାଧର ବାରିକଙ୍କ ସ୍ମୃତି ସମାରୋହ

ଭଦ୍ରକ, ୨୭ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ସଂସ୍କୃତି ଭବନ ପରିସରରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ସର୍ବୋଦୟ ସଂଗଠକ ତଥା ଗାନ୍ଧୀବାଦୀ ଉତ୍କଳ ଜ୍ୟୋତି ଗୟାଧର ବାରିକଙ୍କ ୧୪ତମ ସ୍ମୃତି ସମାରୋହ ଅନୁଷ୍ଠିତ ହୋଇଯାଇଛି । ସ୍ମୃତି ସଂସଦର ସ୍ଥାୟୀ ସଭାପତି ଡ. ଭାଗବତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ସମାରୋହରେ ମୁଖ୍ୟ ଅତିଥିଭାବେ ବିଶିଷ୍ଟ ଗାନ୍ଧୀବାଦୀ, ସ୍ତମ୍ଭକାର ଓ ଅଧିବକ୍ତା ପ୍ରହଲ୍ଲାଦ ସିଂ ଯୋଗ ଦେଇ ତାଙ୍କ ବକ୍ତବ୍ୟରେ ଭଦ୍ରକ ସହ ଗାନ୍ଧୀଜିଙ୍କର ସମ୍ପର୍କ ଓ ମାର୍ଚ୍ଚ ୨୫ ତାରିଖର ତାତ୍ପର୍ଯ୍ୟ ସମ୍ପର୍କରେ ଅବତାରଣାକରି ସ୍ୱାଧୀନତା ସଂଗ୍ରାମରେ ଭଦ୍ରକର ସଂଗ୍ରାମୀଙ୍କ ଅବଦାନ ଓ ଇଂରେଜ ଶାସନର ଅତ୍ୟାଚାର ବିଷୟରେ ଆଲୋକପାତ କରିଥିଲେ । ନିଜର ଅନୁଭୁତିରୁ ୧୯୯୧ ମସିହାରେ ଭଦ୍ରକରେ ଅନୁଷ୍ଠିତ ହିଂସାକାଣ୍ଡ ସମୟରେ ଗୟାଧର ବାବୁଙ୍କ ସହ ସମ୍ପର୍କ ଓ ତାଙ୍କର ବଳିଷ୍ଠ ବ୍ୟକ୍ତିତ୍ୱ ଓ ଆଚରଣ ସମ୍ପର୍କରେ ଜାଣି ଅଭିଭୂତ ହୋଇଥିଲେ । ଏପରି ଜଣେ ବ୍ୟକ୍ତି ଯାହାଙ୍କର କାର୍ଯ୍ୟ, ବାକ୍ୟ ଓ ଆଚରଣରେ କୌଣସି ପାର୍ଥକ୍ୟ ନଥିଲା । ସମାଜର ସର୍ବନିମ୍ନ ସ୍ତରର ଲୋକମାନଙ୍କର ସୁବିଧା ଅସୁବିଧାର ସମାଧାନ ପାଇଁ ସେ ସଦା ତତ୍ପର ରହୁଥିଲେ ବୋଲି ମତବ୍ୟକ୍ତ କରିଥିଲେ । ସେହିପରି ମୁଖ୍ୟବକ୍ତା ଭାବେ ପୂର୍ବତନ ରାଜ୍ୟ ସମ୍ପାଦକ ସର୍ବୋଦୟ ମଣ୍ଡଳ, ବରିଷ୍ଠ ପତ୍ରକାର ଓ ସମାଜସେବୀ ବିନୋଦ ମହାନ୍ତି ଯୋଗଦେଇ ନିଜ ଅଭିଭାଷଣରେ ସେ କିପରିଭାବେ ଗୟାଧର ବାରିକଙ୍କ ସହ ୧୯୬୬ ମସିହାରେ କୋରାପୁଟରେ ପରିଚିତ ହୋଇଥିଲେ । ତାଙ୍କର ସରଳ ଅମାଇକି ବ୍ୟବହାରରେ ପ୍ରଭାବିତ ହୋଇଥିଲେ ତାର ପ୍ରତ୍ୟେକ୍ଷ ଅବତାରଣା କରିଥିଲେ । ସର୍ବୋଦୟ ଆନ୍ଦୋଳନ ସହ ଜଡ଼ିତ ହୋଇ ଗୟାଧର ବାବୁ କିପରି ମା ରମାଦେବୀ, ନବକୃଷ୍ଣ ଚୌଧୁରୀଙ୍କ ସହ ଅତି ଘନିଷ୍ଠ ସମ୍ପର୍କ ସ୍ଥାପନ କରିପାରିଥିଲେ ତାର କେତେକ ଉଦାହରଣ ଉପସ୍ଥାପନା କରିଥିଲେ ଏବଂ ଆଜି ପର୍ଯ୍ୟନ୍ତ ଗୟାଧର ବାବୁଙ୍କ ସହ କାର୍ଯ୍ୟକରିବାର ସେହି ପ୍ରେରଣା ତାଙ୍କ ହୃଦୟରେ ଉଦ୍‌ଜୀବିତ ହୋଇ ରହିଛି ବୋଲି ବକ୍ତବ୍ୟରେ କହିଥିଲେ । ବିଶିଷ୍ଟ ବକ୍ତାଭାବେ ଅବସରପ୍ରାପ୍ତ ପ୍ରାଧ୍ୟାପକ, ପ୍ରତିଷ୍ଠିତ ସାହିତ୍ୟିକ ଓ ବିଶିଷ୍ଟ ବାଗ୍ମୀ ଡ. ବ୍ରଜ ମୋହନ ମିଶ୍ର ଯୋଗ ଦେଇଥିବା ବେଳେ, ବିଶିଷ୍ଟ ସମାଜସେବୀ ତଥା ବର୍ଷୀୟାନ୍ ସ୍ୱାଧୀନତା ସଂଗ୍ରାମୀ ବୈଲଚନ ଜେନା ଯୋଗଦେଇ ସ୍ୱର୍ଗତ ବାରିକଙ୍କ କେତେକ ନୈତିକ ଓ ସାମାଜିକ ଦିଗ ଉପରେ କେତେକ ଦିଗ ଉପରେ ଆଲୋଚନା କରିଥିଲେ ।

ପ୍ରାରମ୍ଭରେ ବିଶିଷ୍ଟ ଶିକ୍ଷାବିତ୍ ତଥା ପ୍ରେମ ପୃଥିବୀ ପତ୍ରିକାର ସମ୍ପାଦକ କୈଳାଶ ପଣ୍ଡା ନିମନ୍ତ୍ରିତ ଅତିଥୁମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥିବା ବେଳେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ଶିକ୍ଷାବିତ୍ ଗୟାଧର ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିଲେ । ସେହିପରି ସଂଗ୍ରାମୀ ଗୟାଧର ବାରିକଙ୍କ ଜ୍ୟେଷ୍ଠା କନ୍ୟା ତଥା ଲେଖକା ଶାନ୍ତିଲତା ନାଗ୍ ତାଙ୍କ ପିତାଙ୍କ ଜିବନ ଶୈଳୀ ସମ୍ପର୍କରେ ସୌମ୍ୟକ ସୂଚନା ପ୍ରଦାନ କରିଥିଲେ । ଗାନ୍ଧୀ ଓଡ଼ିଶା ବାଳାଶ୍ରମର ସମ୍ପାଦକ ଅଶୋକ କୁମାର ଦାସ ଗୟାଧର ବାରିକଙ୍କର ଗାନ୍ଧୀ ଓଡ଼ିଶା ବାଳାଶ୍ରମ ସହ ସମ୍ପର୍କ ଏବଂ ତାଙ୍କର ପିତା ତଥା ପ୍ରାକ୍ତନ ସମ୍ପାଦକ କପିଳ ଚରଣ ଦାସଙ୍କ ସହ ନିବିଡ଼ ସମ୍ପର୍କ ବିଷୟରେ ଆଲୋକପାତ କରିଥିଲେ । ସେହିପରି ସ୍ମୃତି ସଂସଦର ସମ୍ପାଦକ ତଥା ଭଦ୍ରକ ଜିଲ୍ଲା କ୍ରିକେଟ୍ ଆସୋସିଏସନର ସଭାପତି ଉପେନ୍ଦ୍ର କୁମାର ବାରିକ ସଂପାଦକୀୟ ବିବରଣୀ ପାଠ କରିଥିଲେ । ଏହି ଅବସରରେ ସ୍ମୃତି ସଂସଦ ପକ୍ଷରୁ ମୁଖ୍ୟ ଅତିଥି ପ୍ରହଲ୍ଲାଦ ସିଂହ ଓ ମୁଖ୍ୟ ବକ୍ତା ବିନୋଦ ମହାନ୍ତିଙ୍କୁ ମାନପତ୍ର ଓ ଉତ୍ତରୀୟ ଦେଇ ସମ୍ବଦ୍ଧିତ କରାଯାଇଥିଲା । ନାଟ୍ୟଶ୍ରୀ ନିର୍ମଳ ରାଉତ ଓ ସ୍ମୃତି ସଂସଦର ସହ ସମ୍ପାଦକ ପ୍ରଭାକର ପରିଡ଼ା ମାନପତ୍ର ପାଠ କରିଥିଲେ । ସେହିପରି ଗାନ୍ଧୀ ଓଡ଼ିଶା ବାଳାଶ୍ରମର କୃତି ଛାତ୍ର କୃଷ୍ଣଚନ୍ଦ୍ର ବିଶ୍ୱାଳ ଓ ଭଦ୍ରକ ପୌରପାଳିକାର ସଫେଇ କର୍ମଚାରୀ ବିକି ନାୟକ ଏବଂ ଭଦ୍ରକ ଜିଲ୍ଲାର ଯୁବ କ୍ରିକେଟ ପ୍ରତିଭା ଶୁଶ୍ରୀ ଭାଗ୍ୟଶ୍ରୀ ରାଉତଙ୍କୁ ସ୍ମୃତି ସଂସଦ ପକ୍ଷରୁ ମାନପତ୍ର, ଟଫି ସହ ନଗର ଅର୍ଥ ରାଶୀ ପ୍ରଦାନ କରାଯାଇଥିଲା । ଶେଷରେ ପ୍ରାଧାପକ ନାସିର ବକ୍ସ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଡାକ୍ତର ହରେକୃଷ୍ଣ ନାୟକ, ଡ. ମନିନ୍ଦ୍ର ମହାନ୍ତି, ସମାଜସେବୀ ସୁଧାକର ରାଉତ, ଅଜୟ ନାୟକ, ଶାନ୍ତନୁ ରାଉତ, ଅମର ପାଣିଗ୍ରାହୀ, ଏସ୍‌.ଏମ୍ ଫାରୁକ୍‌, ପଫୁଲ୍ଲ ପାଢ଼ୀ, ଗୋବର୍ଦ୍ଧନ ସାମଲ, ରବିନାରାୟ ଖୁଲାର, ରାଇମହୋନ ମହାପାତ୍ର, ପବନ କୁମାର ଶର୍ମା, ଜ୍ୟୋତିକାନ୍ତ ନାୟକ, ଆଦିତ୍ୟ କୁମାର ନାୟକ, ବିଜୟ କୁମାର ବହଳୀ, ଅରୁଣ ଖୁଲାର, ବିଜୟ କୁମାର ମହାନ୍ତି, ବିଚିତ୍ର ନନ୍ଦ ଦାସ, ପ୍ରଦିପ ପଲାଇ, ରାଜେନ୍ଦ୍ର ବାରିକ, ମିଲି ପରିଡ଼ା, ନାରାୟଣ ନାଗ୍‌, ସିଧାର୍ଥ ବାରିକ, ରାଜଲକ୍ଷ୍ମୀ ଦାସ ଭାଗ୍ୟଲକ୍ଷ୍ମୀ ପଲାଇ, ବିଜୟଲକ୍ଷ୍ମୀଦାସ ପ୍ରମୁଖ ଉପସ୍ଥିତ । ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।