Odiapua.com

ସ୍ୱାଧୀନତା ସଂଗ୍ରାମୀ ମହମ୍ମଦ ହନିଫଙ୍କ ନାତି ସମାଜେସବୀ ମୁଖତାର ଆଜ଼ାଦ (ମୁମୁ)ର ଦେହାନ୍ତ

ଭଦ୍ରକ, ୧୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଓଡ଼ିଶାର ପୂବର୍ତନ ବାଚସ୍ପତି ଓ ରାଜ୍ୟସଭା ସାଂସଦ ମହମ୍ମଦ ହନିଫ ଙ୍କ ନାତି ମୁଖତାର ଅହେମଦ ଆଜ଼ଦ ଓରଫ ମୁମୁ ଭାଇ (୬୬ ବର୍ଷ )ଙ୍କ ଆମେରିକା ସ୍ଥିତ ଓହାଇଓ ସିନସନାତି ସହରରେ ହୃଦଘାତ ଯୋଗୁଁ ନିଜ ବାସଭବନରେ ପରଲୋକ ହୋଇଯାଇଛି ଓ ଭଦ୍ରକ ପୁରୁଣା ବଜ଼ାର ସ୍ଥିତ କାଜ଼ି ମହଲ୍ଲା ନିବାସୀ ସ୍ୱଗର୍ତ କମରୁଲ ହୋଦା ଆଜାଦ, ମାତା ତଇମିନା ଖାତୁନଙ୍କ ଔରଷ ରୁ ୨୮ଡିସେମ୍ବର ୧୯୫୯ ମସିହାରେ ଜନ୍ମଲାଭ କରିଥିଲେ ଓ ପାଠପଢା ସହିତ ଜନସାଧାରଣଙ୍କ ସେବାରେ ଲିପ୍ତ ରହିଥିଲେ ଓ ମୁମୁ ନିଜ ଗାଁ ସହିତ ଆଖପାଖ ଅଂଚଳରେ ମଧ୍ୟ ଜଣେ ମେଳାପୀ ଓ ପରୋପକାରୀ କାର୍ଯ୍ୟରେ ରହି ଲୋକ ମାନଙ୍କ ସେବା କରୁଥିଲେ ଓ ପୁରୁଣା ବଜ଼ାର ରୋଭର୍ସ କ୍ଲବରେ ଆଗଧାଡିର ଫୁଟବଲ ଖେଳାଳୀ ଭାବେ ସୁନାମ ଅଜର୍ନ କରିଛନ୍ତି ଓ ୧୯୮୫ ରୁ ୧୯୯୦ ମସିହା ସମୟରେ ନିଜ ଗାଁ କାଜ଼ି ମହଲ୍ଲା ୱାର୍ଡ ନମ୍ବର ୨୭ ରେ ୱାର୍ଡ ମେମ୍ବର ନିର୍ବାଚନରେ ନିର୍ବାଚିତ ହୋଇ କାଉନସିଲର ହୋଇଥିଲେ ଓ ଏହାପରେ “ନାଜନୀନ ଅଖତର ଆଜାଦ’ ସହିତ ବିବାହ ହୋଇ ଆମେରିକାରେ ରହୁଥିବା ତାଙ୍କ ନିଜ ଭଉଣୀ ଓ ଭିଣୋଇ ପାଖକୁ ଚାଲିଯାଇଥିଲେ ଏବଂ ସେଠାରେ ରହି ନିଜର ବ୍ୟବସାୟ ଆରମ୍ଭ କରି ୩୫ ବର୍ଷ ପର୍ଯ୍ୟନ୍ତ ଆମେରିକାରେ ରହି ୧୪ ଡ଼େିସମ୍ବର ୨୦୨୫ ଆମେରିକା ଠାରେ ହୃଦଘାତ ଯୋଗୁଁ ନିଜ ବାସଭବନରେ ପରଲୋକ ହୋଇଛି ଓ ତାଙ୍କ ମୃତ୍ୟୁର ଖବର ମୁମୁ ର ଭାଇ ମିର୍ଜା ଇଜ଼ାଜ଼ ବେଗ ପ୍ରକାଶ କରିଥିବାରୁ ଭଦ୍ରକ ସହରରେ ଶୋକର ଛାୟା ଖେଳି ଯାଇଥିଲା ଓ ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ମାଁ, ସ୍ତ୍ରୀ, ଏକ ମାତ୍ର ବିବାହିତ ପୁଅ ଓ ଅବିବାହିତ ଝିଅ ମଧ୍ୟ ଉପସ୍ଥିତ ରହିଥିଲେ।