Odiapua.com

ସ୍ୱାଧୀନତା ସଂଗ୍ରାମୀ ମହମ୍ମଦ ହନିଫଙ୍କ ୫୩ତମ ଶ୍ରାଦ୍ଧବାର୍ଷିକ

ଭଦ୍ରକ, ୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ଓଡ଼ିଶା ବିଧାନସଭାର ଉପବାଚସ୍ପତି ସ୍ୱର୍ଗତ ମହମ୍ମଦ ହନିଫ ଓରଫ୍ ମାଷ୍ଟରଜୀଙ୍କ ୫୩ତମ ଶ୍ରାଦ୍ଧବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଉତ୍ସବ ଦିନରେ ସକାଳ ୮ଘଟିକା ସମୟରେ ପୁରୁଣାବଜାର କାଜିମହଲ୍ଲା ସ୍ଥିତ ତାଙ୍କ ସମାଧିଠାରେ ହନିଫ ସ୍ମୃତି କମିଟିର ସମସ୍ତ ସଦସ୍ୟ, ଭଦ୍ରକ ବୁଦ୍ଧିଜୀବିଗଣ ଓ ସ୍କୁଲର ଛାତ୍ରଛାତ୍ରୀଙ୍କ ଦ୍ୱାରା ପୁଷ୍ପାମାଲ୍ୟ ଅର୍ପଣ, ଫାତେହା ସରିଫ ଓ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇ ମିଷ୍ଟାନ ବଣ୍ଟନ କରାଯାଇଥିଲା ଏବଂ ସନ୍ଧ୍ୟା ସମୟରେ ରୋଭର୍ସ କ୍ଲବ ପ୍ରାଣଙ୍ଗନରେ ଅନୁଷ୍ଠିତ ସଭା କାର୍ଯ୍ୟକ୍ରମ କରାଯାଇଥିଲା। ଏହି ଶ୍ରାଦ୍ଧବାର୍ଷିକରେ ସଭାପତି ପରମାନନ୍ଦ ଦାସ, ସଂପାଦକ ହାଜୀ ଅନୱର ହୋସେନ, ହାଜୀ କାସିମ ଖାଁ, ହାଜୀ ମନୱର ହୋସେନ, ହରୀ ପ୍ରସାଦ ନନ୍ଦୀ, ଅବଦୁଲ ମୁକିତ ଖାଁ, ଡଃ ବାଇଧର ସାହୁ, ଅଟଳ ବିହାରୀ ନାୟକ, ଡଃ ରବି ମହାପାତ୍ର, ଅନିତା ଆଚାର୍ଯ୍ୟ, ବସୁମିତ୍ରା ସାହୁ, ମହେବୁବ ଖାଁ, ଅବୁ ହୋସେନ, ନାସିର ବକ୍ସ ପ୍ରମୁଖ ଅତିଥିମାନେ ଯୋଗଦାନ କରି ମହମ୍ମଦ ହନିଫଙ୍କ ନିତିବାଣୀ ଉପରେ ଆଲୋକପାତ କରିଥିଲେ। ସୁ-ପ୍ରସିଦ୍ଧ କବି ମାଷ୍ଟର ମୁସ୍ତାକ ଗୌହର ସଂଚାଳକ ରୂପେ ଦାୟିତ୍ୱ ତୁଲାଇଥିଲେ ଏବଂ ନିଜ କବିତାରୁ ସ୍ରୋତାମାନଙ୍କୁ ମନମୁଗ୍ଧ କରାଇଥିଲେ। ଶେଖ ଅବଦୁଲ ଦୟାନ ଓ ଅମିରୁନ ବିିବିଙ୍କ ଔରଷରୁ ମହମ୍ମଦ ହନିଫ ୧୨ ଜୁଲାଇ ୧୮୯୯ରେ ଜନ୍ମଲାଭ କରିଥିଲେ। ରେଭେନ୍ସା କଲେଜରୁ ଆଇଏଏସ୍ ପାସ କରି ଅବକାରୀ ଇନ୍ସପେକ୍ଟରରେ ଚାକିରୀ କରି ୧୯୨୦ରେ ହେଦାତୁନ ନିଶା ବିବିଙ୍କ ସହିତ ବିବାହ ହୋଇଥିଲେ। ଚାକିରୀ ଛାଡ଼ି ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ କରି ଭାରତ ଛାଡ଼ ଆନ୍ଦୋଳନରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ଏବଂ ବ୍ରହ୍ମପୁର ଜେଲରେ କାରାବରଣ ମଧ୍ୟ କରିଥିଲେ। ଦେଶ ସ୍ୱାଧୀନ ପରେ ୧୯୫୨ରେ ଭଦ୍ରକରୁ ବିଧାନସଭାକୁ ନିର୍ବାଚିତ ହୋଇ ଉପବାଚସ୍ପତି ହୋଇଥିଲେ ଏବଂ ୬ ଅକ୍ଟୋବର ୧୯୬୭ରେ ଦେହାନ୍ତ ହୋଇଥିଲା। ଏବେବି ସ୍ୱର୍ଗତ ହନିଫ୍ ବାବୁଙ୍କର ଭଙ୍ଗା ଚାଳ ଘରଟିଏ ରହିଛି। ଏହି ସଭାରେ ଶେଖ ସମଦାନୀ, ମିର୍ଜା ଇଜାଜ ବେଗ, ମଇରାଜ ସାର, ଫାରୁକ ଖାଁ, ସେକ ଜହିରୁଦ୍ଦିନ, ନସିମ ଖାଁ, ଶେଖ ସାହାଜାନ, ପେଣ୍ଟର ରିଆଜ ପ୍ରମୁଖ ପରିଚାଳନା କରିଥିଲେ ଏବଂ ଭଦ୍ରକ ପୁରୁଣାବଜାରର ଅନେକ କବିମାନେ ଅଂଶଗ୍ରହଣ କରିଥିଲେ।