Odiapua.com

ସ୍ୱାଧୀନତା ସଂଗ୍ରାମୀ ପୂର୍ଣ୍ଣଚନ୍ଦ୍ର ମହାଳିକଙ୍କ ଦେହାନ୍ତ

ଭଦ୍ରକ, ୧୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବ୍ଲକର ରାଜୁଆଳିବିନ୍ଧା, ମୁକୁନ୍ଦପୁର ଅର୍ଣ୍ଣପାଳର ବାସିନ୍ଦା ସ୍ୱାଧୀନତା ସଂଗ୍ରାମୀ ପୂର୍ଣ୍ଣଚନ୍ଦ୍ର ମହାଳିକ ୮୪ବର୍ଷ ବୟସରେ ଇହଧାମରୁ ବିଦାୟ ନେଇଛନ୍ତି। ଭଦ୍ରକ ଜିଲ୍ଲା ପ୍ରଶାସନ ତରଫରୁ ଉପଜିଲ୍ଲାପାଳ ମନୋଜ ପାତ୍ର, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ ୰ ମହାଳିକଙ୍କ ଘରେ ପହଞ୍ଚି ତାଙ୍କ ଶବାଧାରରେ ପୁଷ୍ପ ସ୍ତବକ ଅର୍ପଣ ପୂର୍ବକ ଶେଷ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ବାର୍ଦ୍ଧକ୍ୟ ଜନିତ ରୋଗରେ ଏକ ବର୍ଷରୁ ଉର୍ଦ୍ଧ୍ୱ ସେ ଶଯ୍ୟାସାୟୀ ଥିଲେ। ସୂଚନା ଯୋଗ୍ୟକି ପୂର୍ଣ୍ଣ ଚନ୍ଦ୍ର ମହାଳିକଙ୍କୁ ୪ବର୍ଷ ବୟସରେ ତାଙ୍କ ପିତା ଶ୍ୟାମ ମହାଳିକ ଲୁଣିଆ ଗୁଳିକାଣ୍ଡରେ ଶହିଦ ହୋଇଥିଲେ। ପୂର୍ଣ୍ଣଚନ୍ଦ୍ର ମହାଳିକ ରାଜ୍ୟ ସ୍ୱାଧୀନତା ସଂଗ୍ରାମୀ ଭତ୍ତା ପାଇ ଆସୁଥିଲେ। ତାଙ୍କର ଏକମାତ୍ର ପୁତ୍ର ଅକ୍ଷୟ କୁମାର ମହାଳିକ ମୁଖାଗ୍ନି ଦେଇଥିଲେ।