Odiapua.com

ସ୍ୱାଧୀନତା ସଂଗ୍ରାମୀ ନକୁଳ ଦାସଙ୍କ ସ୍ମୃତିସଭା

କେନ୍ଦ୍ରାପଡ଼ା, ୧୮ା୬ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ବିଶିଷ୍ଠ ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ନକୁଳ ଚରଣ ଦାସଙ୍କ ଦ୍ୱିତୀୟ ଶ୍ରାଦ୍ଧାବାର୍ଷିକୀ ଉପଲକ୍ଷେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ଶନିବାର କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ସୁଜାନଗର ଗ୍ରାମର ନେତାଜୀ ମଡେଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ନକୁଳ ଦାସ ସ୍ମୃତି କମିଟି ସଭାପତି ଡଃ. ବାସୁଦେବ ଦାସଙ୍କ ସଭାପରିତ୍ୱରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମ୍ମାନୀତ ଅତିଥି ଭାବେ ଆଇନଜୀବୀ ପ୍ରଦୀପ କୁମାର ଦାଶ ଯୋଗଦେଇ ବକ୍ତବ୍ୟରେ ସଂଗ୍ରାମୀ ସ୍ୱର୍ଗତ ଦାସ ଏକାଧାରାରେ ସ୍ୱାଧୀନତା ସଂଗ୍ରାମୀ, ଭୂଦାନ କର୍ମୀ, ବିଭିନ୍ନ ସାମାଜିକ କାର୍ଯ୍ୟରେ ନିୟୋଜିତ ରହିବା ସହ ଜୀବନବ୍ୟାପି ଗାନ୍ଧୀ ଦର୍ଶନର ଅନୁଗାମୀ ଥିଲେ। ନୂତନ ପିଢୀଙ୍କ ପାଇଁ ତାଙ୍କର ତ୍ୟାଗ, ତିତିକ୍ଷା ଓ ସରଳ ଜୀବନଯାପନ ଏକ ଉଦାହରଣ ସୃଷ୍ଟି କରିଛି। ସଭାପତି ଡଃ. ଦାସ ନିଜ ବକ୍ତବ୍ୟରେ ସଂଗ୍ରାମୀ ସ୍ୱର୍ଗତ ଦାସ ଜଣେ ସଚ୍ଚୋଟ ଓଡିଆ ଓ ପ୍ରକୃତ ଦେଶପ୍ରେମୀ ଥିଲେ ବୋଲି କହିଥିଲେ। ସେ ଗାନ୍ଧିଜୀଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ କୁଟି ଖାଅ ଓ କାଟି ପିନ୍ଧ ନାରାରେ ସାମିଲ ହୋଇ ନିଜ ଘରେ ଚରଖାରେ ସୂତା କାଟୁଥିଲେ। ଆହୁରୀ ମଧ୍ୟ ସମାଜରୁ କୁସଂସ୍କାର ଓ ଅନ୍ଧ ବିଶ୍ୱାସ ଦୂର ପାଇଁ ଅନେକ କାର୍ଯ୍ୟ ହାତକୁ ନେଇଥିଲେ। ଏହି ସ୍ମୃତି ସଭାରେ ନେତାଜୀ ମଡେଲ ୟୁପି ସ୍କୁଲର ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀମାନେ ଉପସ୍ଥିତ ରହି ସ୍ୱର୍ଗତ ଦାସଙ୍କ ଉଦେଶ୍ୟରେ ସ୍ମୃତିଚାରଣ କରିବା ସହ ତାଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାସୁମନ ଜ୍ଞାପନ କରିଥିଲେ। ସ୍ମୃତି କମିଟି ସମ୍ପାଦକ ଅବନୀ କୁମାର ଦାସ, କାର୍ତ୍ତୀକ ଚନ୍ଦ୍ର ସାହୁ, ଲୋପାମୁଦ୍ରା ବାରିକ, ରବୀନ୍ଦ୍ର ଦାସ, ଅଲେଖ ନାୟକ, ମନ୍ଦର ରଥ ପ୍ରମୁଖ ସଭାରେ ଯୋଗଦେଇ ସ୍ମୃତିଅର୍ଘ୍ୟ ଅର୍ପଣ କରିଥିଲେ।