Odiapua.com

ସ୍ୱାଧୀନତା ସଂଗ୍ରାମୀଙ୍କ ପତ୍ନୀଙ୍କ ବିୟୋଗରେ

ଭଦ୍ରକ, ୪ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗରସ୍ଥିତ ଶାମପୁର ଗ୍ରାମନିବାସୀ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତଃ ସୂର୍ଯ୍ୟମଣି ତ୍ରିପାଠୀଙ୍କର ପତ୍ନୀ ସରସ୍ୱତୀ ଦେବୀଙ୍କର ୯୯ବର୍ଷ ବୟସରେ ଗତକାଲି ରାତିରେ ପରଲୋକ ଘଟିଛି । ସେ କିଛିଦିନ ଧରି ଅସୁସ୍ଥ ଥିବାବେଳେ ହଠାତ୍ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଖରାପ ହୋଇଥିଲା । ସେ ଜଣେ ଧର୍ମ ପରାୟଣ,ମିଷ୍ଟଭାଷୀ, ପରୋପକାରୀ ଆଦର୍ଶ ମହିଳା ଥିଲେ । ଅନେକ ସମୟରେ ଦୁଃଖିରଙ୍କିଙ୍କ ସେବା କରିଆସୁଥିଲେ । ତାଙ୍କର ଏହି ବିୟୋଗରେ ସମଗ୍ର ଭଦ୍ରକ ଜିଲାରେ ଶୋକର ଛାୟା ଖେଳିଯାଇଛି । ଏହି ଦୁଃଖଦ ଖବର ପାଇ ପୂର୍ବତନ ସାଂସଦ ମୁରଲୀଧର ଜେନା, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଏନଏସି ଅଧ୍ୟକ୍ଷ ନିବେଦିତା ଜେନା, ଉପାଧ୍ୟକ୍ଷ ଏମ୍‌ଡି ନୁରାନୀ, ବ୍ଲକ୍ କଂଗ୍ରେସ ସଭାପତି ରମେଶ ଚନ୍ଦ୍ର ବେହେରା, ଯୁବନେତା ସୁଶାନ୍ତ ରାଉତ, ଶ୍ରୀଧର ବେହେରା, ବିଜୟ ରାମଙ୍କ ସମେତ ଶିକ୍ଷାବିତ୍‌, ସାମ୍ବାଦିକ, ସମାଜସେବୀ ପ୍ରମୁଖ ତାଙ୍କ ବାସଭବନରେ ପହଂଚି ଶେଷ ଦର୍ଶନ କରିଥିଲେ । ଏଥିସହିତ ରାଜ୍ୟ ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ସାଂସଦ ଅଭିମନ୍ୟୁ ସେଠୀ, ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ, ମଂଜୁଲତା ମଣ୍ଡଳ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ବିଜେଡି ଜିଲା ସଭପତି ଜଗନ୍ନାଥ ସ୍ୱାଇଁ, ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ, ବରିଷ୍ଠ ସାମ୍ବାଦିକ ପ୍ରମୋଦ ରାୟ, ରବିନାରାୟଣ ଖିଲାର, ସଂଜୀବ ନାୟକ, ବ୍ଲକ୍ ଅଧ୍ୟକ୍ଷା ଶର୍ମିଷ୍ଠା ବେହେରା, ପୂର୍ବତନ ଅଧ୍ୟକ୍ଷ ଅଶୋକ ନାୟକ, ବିଜେଡି ବ୍ଲକ୍ ସଭାପତି ଉମେଶ ମହାନ୍ତି, ବିଧାୟକଙ୍କ ପ୍ରତିନିଧି କୈଳାସ ମହାପାତ୍ର, ପୂର୍ବତନ ଜିଲା ପରିଷଦ ସଭ୍ୟ ମନୋଜ ମଲ୍ଲିକ, ଜିଲା ପରିଷଦ ଉପାଧ୍ୟକ୍ଷ ଟୁନିବାଳା ବିଶ୍ୱାଳ, ଜିଲା ପରିଷଦ ସଭ୍ୟ ପ୍ରଦୀପ ମଲ୍ଲିକ, ସାରଦା ପ୍ରସନ୍ନ ସାହୁ ଓ ଉର୍ମିଳା ବିଶ୍ୱାଳ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି । ମୃତ୍ୟୁବେଳକୁ ସ୍ୱର୍ଗତଃ ତ୍ରିପାଠୀଙ୍କ ଜ୍ୟେଷ୍ଠପୁତ୍ର ସମାଜସେବୀ ନାରାୟଣ ଚନ୍ଦ୍ର ତ୍ରିପାଠୀ, ମଝିଆ ପୁତ୍ର, ସାମ୍ବାଦିକ ବାସୁଦେବ ତ୍ରିପାଠୀ ଓ ସାନପୁତ୍ର ଅଧ୍ୟାପକ ପଦ୍ମନାଭ ତ୍ରିପାଠୀଙ୍କ ସମେତ ଝିଅ ଓ ନାତିନାତୁଣୀ ଉପସ୍ଥିତ ଥିଲେ । ଆଜି ତାଙ୍କ ଶବ ସ୍ଥାନୀୟ ଅଂଚଳ ପରିକ୍ରମା କରାଯାଇ ସତ୍କାର କରାଯାଇଛି ।