Odiapua.com

ସ୍ୱାଧୀନତା ଦିବସ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ପୁରୀ ୧/୮ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ୭୭ ତମ ପୁରୀ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ମଙ୍ଗଳବାର ଅପରାହ୍ନରେ ସର୍କିଟ ହାଉସ ସମ୍ମିଳନୀ ଗୃହରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ସରକାରଙ୍କ ସ୍ୱାଧୀନତା ଦିବସ ପାଳନ ନିୟମ ଆଧାରରେ ଜିଲ୍ଲାରେ ମଧ୍ୟ ଏହି ଜାତୀୟ ଦିବସ ପାଳନ କରାଯିବ ବୋଲି ସ୍ଥିର ହେଲା। ତାଳବଣିଆ ସ୍ଥିତ ଜିଲ୍ଲା ସ୍ପୋର୍ଟସ କମ୍ଲେକ୍ସ ଠାରେ ଅଗଷ୍ଟ ୧୫ ତାରିଖରେ ଦିବସ ର ମୁଖ୍ୟ ଅତିଥି ପୂର୍ବାହ୍ନ ୯.୧୫ ମିନିଟ ସମୟରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ ଓ ଉଦବୋଧନ ପ୍ରଦାନ କରିବେ। ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଓ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ ପକ୍ଷରୁ ପୂର୍ବରୁ ଆୟୋଜିତ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇ ଶ୍ରେଷ୍ଠ କୃତୀ ପ୍ରତିଯୋଗୀଙ୍କୁ ପ୍ୟାରେଡ଼ ପଡିଆରେ ପୁରସ୍କୃତ କରାଯିବ। ସେହିପରି ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମଧ୍ୟ ବ୍ୟକ୍ତି ବିଶେଷ ମାନଙ୍କୁ ସମ୍ବର୍ଦ୍ଧିତ କରାଯିବ।ଏହି ସମ୍ବର୍ଦ୍ଧନା ପାଇଁ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇ ନିଷ୍ପତ୍ତି ନିଆଯିବ। ସ୍ୱାଧୀନତା ଦିବସ ଦିନ ପ୍ରତ୍ୟୁଷରୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସହର ମଧ୍ୟରେ ଡାକବାଜି ଯନ୍ତ୍ର ମାଧ୍ୟମରେ ରାମଧୂନ ପରିବେଷଣ, ପୌର ପ୍ରଶାସନ ସହଯୋଗ ରେ ସହରର ବିଭିନ୍ନ ସ୍ଥାନରେ ଥିବା ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯିବ। ସେହିପରି ସ୍ପୋର୍ଟସ କମ୍ଲେକ୍ସ ପରିସରରେ ବୃକ୍ଷ ରୋପଣ, ଉତ୍କଳ ବାଳାଶ୍ରମର ଅନ୍ତେବାସୀ ଙ୍କୁ ମିଷ୍ଟାନ୍ନ ବଣ୍ଟନ, ମୁଖ୍ୟ ଚିକିତ୍ସାଳୟ ର ରୋଗୀ ମାନଙ୍କୁ ଫଳ ବଣ୍ଟନ ଓ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ରେ ରକ୍ତଦାନ ଶିବିର ର ଆୟୋଜନ କରାଯିବ।ଅଗଷ୍ଟ ୧୪ ତାରିଖ ଅପରାହ୍ନ ରେ ସଦଭାବନା ସଭାଗୃହ ଠାରେ ଦେଶାତ୍ମବୋଧକ କବିତା ପାଠୋତ୍ସବ ଅନୁଷ୍ଠିତ ହେବ।ସେହିପରି ସ୍ୱାଧୀନତା ଦିବସ ଦିନ ସକାଳ ୭ ଘଟିକା ରେ ଗାନ୍ଧୀ ଘାଟ ଠାରେ ସର୍ବଧର୍ମ ପ୍ରାର୍ଥନା ସଭା ଅନୁଷ୍ଠିତ ହେବ ବୋଲି ସ୍ଥିର କରାଗଲା।ପ୍ରତ୍ୟେକ ବିଭାଗ, ବ୍ୟାଙ୍କ ଓ ଅନ୍ୟାନ୍ୟ ଅନୁଷ୍ଠାନ ମାନେ ନିଜ ନିଜର କାର୍ଯ୍ୟାଳୟକୁ ସ୍ୱାଧୀନତା ଦିବସ ସଂଧ୍ୟାରେ ଆଲୋକ ମାଳାରେ ସଜେଇବାକୁ ଅନୁରୋଧ କରାଗଲା।ସ୍ୱାଧୀନତା ଦିବସ କୁ ପ୍ରତ୍ୟେକ ଜନସାଧାରଣ ଆନନ୍ଦ ଉଲ୍ଲାସ ଓ ସମ୍ମାନର ସହ ପାଳନ କରିବା, ନିଜ ଗୃହ ମାନଙ୍କୁ ସଂଧ୍ୟାରେ ଆଲୋକ ମାଳାରେ ସଜ୍ଜିତ କରିବାକୁ ମଧ୍ୟ ଅନୁରୋଧ କରାଗଲା।ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ କୈଳାସ ଚନ୍ଦ୍ର ନାୟକ, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ଡଃ ଶରତ ଚନ୍ଦ୍ର ମହାପାତ୍ର, ଅତିରିକ୍ତ ଏସ ପି ବିଷ୍ଣୁ ଚରଣ ପତି, ପୌର ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ, ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା ପ୍ରଣବ ଶଙ୍କର ଦାଶ, ପୋଲିସ ରିଜର୍ଭ ଇନିସପେକ୍ଟର ଚିତ୍ତ ରଞ୍ଜନ ମହାନ୍ତି, ଅଗ୍ନିଶମ ଅଧିକାରୀ ପ୍ରଶନ କୁମାର ବେହେରା, ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ, ଏସସିଏସ କଲେଜର ଏନସିସି ଅଫିସର ଡଃ ସଞ୍ଜୟ କୁମାର ସୁନ୍ଦରରାୟ, ସର୍ବୋଦୟ କମିଟିର ସମ୍ପାଦକ ଶିବ ପ୍ରସାଦ ଦାସ ଓ ଅନ୍ୟାନ୍ୟ ବିଭାଗର ଅଧିକାରୀ, ବିଭିନ୍ନ ଅନୁଷ୍ଠାନ ର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ସେଠୀ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।