Odiapua.com

ସ୍ୱାଧୀନତା ଦିବସ ପାଇଁ ପ୍ରତିଯୋଗିତା

ନୟାଗଡ଼, ୯ା୮(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ):ନୂଆଗାଁ ବ୍ଳକ ଅନ୍ତର୍ଗତ ମାଳିସାହି ଗତିଶ୍ୱର ଉଚ୍ଚମାଧ୍ୟମିକ ବିଦ୍ୟାଳୟର କଳା ଓ ବିଜ୍ଞାନ ଛାତ୍ରଛାତ୍ରୀମାନଙ୍କୁ ନେଇ ସ୍ୱାଧୀନତା ଦିବସ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଛାତ୍ରଛାତ୍ରୀମାନେ ବହୁ ସଂଖ୍ୟାରେ ଡିବେଟ୍‌, କୁଇଜ୍, ଝୋଟି ଓ ସଙ୍ଗୀତ ବିଭାଗରେ ଭାଗନେଇ ନିଜ ନିଜର ପାରଦର୍ଶିତା ଦେଖାଇଥିଲେ। ଏହିସବୁ ପ୍ରତିଯୋଗୀତାକୁ ଅଧ୍ୟାପକ ପ୍ରଶାନ୍ତ କୁମାର ରାଉତ ଓ ଖେଳ ଶିକ୍ଷକ କୃଷ୍ଣଚନ୍ଦ୍ର ରାଉତ ପରିଚାଳନା କରିଥିଲାବେଳେ ଅଧ୍ୟାପକ ସତ୍ୟବ୍ରତ ମହାପାତ୍ର, ପ୍ରିୟବ୍ରତ ସେନାପତି, ସତ୍ୟବାଦୀ ନାୟକ, ଦିଲ୍ଲୀପ କୁମାର ମହାନ୍ତି, ଅଧ୍ୟାପିକା ନମିତା ନାୟକ, କ୍ରିଷ୍ଣା କୁମାରୀ ତ୍ରିପାଠୀ, ଦଣ୍ଡପାଣି ନାୟକ ପ୍ରମୁଖ ବିଚାରକ ଭାବରେ ନିୟୋଜିତ ହୋଇଥିଲେ। ଅଧ୍ୟକ୍ଷା ଅମିତା ଦାଶଙ୍କ ତତ୍ତ୍ୱାବଧାନରେ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା। କୃତି ପ୍ରତିଯୋଗିମାନଙ୍କୁ ସ୍ୱାଧୀନତା ଦିବସରେ ପୁରଷ୍କୃତ କରାଯିବ ବୋଲି ଅଧ୍ୟକ୍ଷା ଶ୍ରୀମତୀ ଦାଶଙ୍କ ଠାରୁ ପ୍ରକାଶ।