Odiapua.com

ସ୍ୱାଧୀନତା ଦିବସ ଅବସରରେ ଯୋଡା ରୋଟାରୀ କ୍ଲବ ପକ୍ଷରୁ ୧୩୭ଜଣ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

ଯୋଡା, ୧୬/୦୮ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ସ୍ୱାଧିନତା ଦିବସ ଅବସରରେ ଯୋଡା ରୋଟାରୀ କ୍ଲବ ପକ୍ଷରୁ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା କରୋନା ଯୋଦ୍ଧାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ଜଣାପଡିଛି । କରୋନା ମହାମାରୀ ସମୟରେ ଯୋଡା ପୌରପାଳିକା, ଯୋଡା ଥାନା, ଟାଟା କମ୍ପାନୀଙ୍କ କୋଭିଡ ଡାକ୍ତରଖାନା ଏବଂ କମାରଯୋଡା ସରକାରୀ ଡାକ୍ତରଖାନା ର ଉଲ୍ଲେଖନୀୟ ଅବଦାନ ଯୋଗୁଁ ଯୋଡା ପୌରାଞ୍ଚଳରେ ଏହି କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରାଯାଇପାରିଛି । ଫଳରେ ବଡବିଲ ପୌରପାଳିକା, ଯୋଡା ବ୍ଲକ ଇତ୍ୟାଦି ଆଖପାଖ ଅଞ୍ଚଳରେ କରୋନା ସଂକ୍ରମଣର ସଂଖ୍ୟା ଆଶାତିତ ଭାବେ ବୃଦ୍ଧି ପାଇଥିବା ବେଳେ ଯୋଡା ପୌରପାଳିକାରେ ଏହା ମାତ୍ର ୧୮ଜଣରେ ସୀମିତ ରହିଛି । ଏବଂ ସମସ୍ତେ ଅସ୍ଥାୟୀ ସଂଘ ରୋଦ୍ଧ କେନ୍ଦ୍ରରୁ ସୁସ୍ଥ ହୋଇ ନିଜ ଘରକୁ ଫେରିପାରିଥିଲେ । ଏହି ଉଲ୍ଲେଖନୀୟ ଅବଦାନ ପାଇଁ ଯୋଡା ରୋଟାରୀ କ୍ଲବ ପକ୍ଷରୁ କମାରଯୋଡା ସରକାରୀ ଡାକ୍ତରଖାନାର ସମସ୍ତ ଡାକ୍ତର, ସ୍ୱାସ୍ଥ୍ୟ ସେବିକା, ଫାର୍ମାଶିଷ୍ଟ, କର୍ମଚାରୀ ଏବଂ ଯୋଡା ପୌରପାଳିକାର ଡାକ୍ତର, ଫାର୍ମାଶିଷ୍ଟ, ସଫେଇ କର୍ମଚାରୀ, ଟାଟା କମ୍ପାନୀଙ୍କ ଡାକ୍ତରଖାନାରେ ପରିବର୍ତ୍ତିତ କୋଭିଡ ସେଣ୍ଟରେ ୭୫ଜଣ ଡାକ୍ତର, ନେକ୍ନିସିଆନ, ଫାର୍ମାଶିଷ୍ଟ, ନର୍ସ, ସଫେଇ କର୍ମଚାରୀ, ଯୋଡା ଥାନା ଭାରପ୍ରାପ୍ତ ଅଧିକାରୀଙ୍କ ସମେତ ଅନ୍ୟ ସମସ୍ତ କର୍ମଚାରୀମାନଙ୍କୁ ପ୍ରମାଣ ପତ୍ର, ଉପଢୈକନ, ମାସ୍କ, ଫୁଲ ତୋଡା ଏବଂ ଏକ ମିଠା ପ୍ୟାକେଟ ଦେଇ ୧୩୭ ଜଣ କରୋନା ଯୋଦ୍ଧା ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ସ୍ୱାଧୀନତା ଦିବସ ଅବସରରେ କମାରଯୋଡା ଡାକ୍ତରଖାନା, ଟାଟା ଡାକ୍ତରଖାନା, କେନ୍ଦ୍ରୀୟ ଚିକିତ୍ସାଳୟରେ ସମସ୍ତ ରୋଗୀଙ୍କୁ ଫଳ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଯୋଡା ରୋଟାରୀ କ୍ଲବର ସଭାପତି ରୋଟାରୀଆନ ବିକାଶ ରଞ୍ଜନ ମହାନ୍ତି, ସମ୍ପାଦକ ରୋଟାରୀଆନ ସ୍ୱରୁପ ପଣ୍ଡାଙ୍କ ସହିତ ଯୋଡା ଟାଟା କମ୍ପାନୀ ମୁଖ୍ୟ ରାଜେଶ କୁମାର, ରୋଟାରୀଆନ ସର୍ବେଶ୍ୱର ନାଏକ, ରୋଟାରୀଆନ ଜିତେନ୍ଦ୍ର ବୈଦ୍ୟ, ରୋଟାରୀଆନ ରାକେଶ ସିଙ୍ଗାନିଆ, ରୋଟାରୀଆନ ସୁନିଲ ବାଷୋତିଆ, ରୋଟାରୀଆନ ଦୀପକ ବିହାରୀ, ରୋଟାରୀଆନ ସସ୍ମିତା ନାଏକ, ରୋଟାରୀଆନ ସାଦ୍ଧାର୍ଥ ସାରଥି କର ପ୍ରମୁଖ ଉପସ୍ଥିତ ରହିଥିଲେ ।