Odiapua.com

ସ୍ୱାଧୀନତା ଦିବସରେ ଜୀବନ ସାଥୀ ଫାଉଣ୍ଡେସନ ପକ୍ଷରୁ ରକ୍ତଦାନ ଶିବିର

ଅନୁଗୋଳ,୧୫/୮(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ମହାମାରୀ କରୋନାର ପ୍ରାଦୁର୍ଭାବ ବେଳେ ଚାରିଆଡ଼େ ରକ୍ତ ସଙ୍କଟ ଦେଖାଦେଇଛି l ଏହି ପରିପ୍ରେକ୍ଷୀରେ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଜୀବନ ସାଥୀ ଫାଉଣ୍ଡେସନ ପକ୍ଷରୁ ୭୪ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକର ଦଣ୍ଡସିଂହା ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଟିତ ହୋଇଯାଇଛି l ଜୀବନ ସାଥୀ ଫାଉଣ୍ଡେସନର ସଭାପତି ଯୋଗେନ୍ଦ୍ର ବେହେରା ଉପସ୍ଥିତିରେ କଣିହାଁ ତହସିଲଦାର ପତିତପାବନ ଦେବତା ଏହାକୁ ଉଦଘାଟନ କରିଥିଲେ l ଏଥିରେ କଣିହାଁ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ନମିତା ସାହୁ, କମରେଇ ଗ୍ରାମପଞ୍ଚାୟତ ସରପଞ୍ଚ ଦୁଃଖବନ୍ଧୁ ଭୂତିଆ,ସମାଜ ସେବୀ ସତ୍ୟବ୍ରତ ମହାନ୍ତି, ବିଜୟ କୁମାର ବେହେରା ପ୍ରମୁଖ ଦିବ୍ୟରଞ୍ଜନ ମହାନ୍ତି,ସତ୍ୟବାନ୍ ସାହୁ,ବିଶ୍ବବିଜନ ମହାନ୍ତି, ପୀତବାସ ଗଡ଼ନାୟକ,ପ୍ରବିଣ ମହାନ୍ତି, ଉମାକାନ୍ତ ମହାନ୍ତି, ନାରାୟଣ ସାମଲ,ଶ୍ରୀକାନ୍ତ ସାହୁ,ଅଭୟ ସାହୁ, କାର୍ତ୍ତିକେଶ୍ୱର ମହାନ୍ତି,ଦିବେସ ମହାନ୍ତି,ସିପୁନ ସାହୁ,ଗଣେଶ୍ୱର ମହାନ୍ତି,ଶଙ୍କର ସାହୁ,ଜିତୁ ସାହୁ ଆଶିଷି ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ l କୋଭିଡ-୧୯ ନିୟମାବଳୀକୁ ପାଳନ କରାଯାଇ ଆଗ୍ରହୀ ବ୍ୟକ୍ତି ମାନଙ୍କ ଠାରୁ ରକ୍ତ ସଂଗୃହିତ ହୋଇଥିଲା l ତାଳଚେର ରକ୍ତ ଭଣ୍ଡାର ଅଧିକାରୀ ଡ଼. ମାନସ ରଞ୍ଜନ ସାହୁ ଏବଂ କର୍ମଚାରୀଙ୍କ ସହାୟତାରେ ମୋଟ ୬୯ୟୁନିଟ ରକ୍ତ ସଂଗୃହିତ ହୋଇଥିଲା l ଜୀବନ ସାଥୀ ଫାଉଣ୍ଡେସନ ଓ ଦଣ୍ଡସିଂହା ଯୁବକ ସଂଘର କାର୍ଯ୍ୟକର୍ତ୍ତା ଶିବିର ପରିଚାଳନାରେ ସହଯୋଗ କରିଥିଲେ ।