Odiapua.com

ସ୍ୱାଧୀନତା କପ ଫୁଟବଲ ପ୍ରତିଯୋଗିତା: କ୍ୱାଟର ଫାଇନାଲ ରେ କ.ନୂଆଗାଁ ଓ ନନ୍ଦମାହା ବିଜୟୀ

ବାଲିଗୁଡା, ୧୧-୮ (ଓଡ଼ିଆ ପୁଅ/ସଞ୍ଜୟ ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ କ୍ରୀଡା ସଂଘ ଆନୁକୁଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ ପରିସର ମଧ୍ୟରେ ୭୩ତମ ସ୍ୱାଧୀନତା ଦିବସ ଉପଲକ୍ଷେ ସ୍ୱାଧୀନତା କପ ଫୁଟବଲ ପ୍ରତିଯୋଗିତା ର ତୃତୀୟ କ୍ଵlଟର ଫାଇନାଲ ର ପ୍ରଥମଖେଳ ରେ କ.ନୂଆଗାଁ ଓ ସିନ୍ଧିରି ଗାଁ ମଧ୍ୟରେ ଅନୁଷ୍ଠିତ ହୋଇଥିଲା,। ଏଥିରେ ୪-୦ ଗୋଲ ରେ କ.ନୂଆଗାଁ ଦଳ ବିଜୟୀ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ଟାଉନ ର ବରିଷ୍ଠ କ୍ରୀଡାବିତ ତଥା ପୂର୍ବତନ ଫୁଟବଲ ଖେଳାଳି ରବି ଚନ୍ଦ୍ର ପାଳ ଯୋଗ ଦେଇ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ସଂଘ ର ଉପସଭାପତି ସେକ ସାଦିକ, ସମ୍ପାଦକ ସୁଶାନ୍ତ କୁମାର ଦାସ, ଗଙ୍ଗାଧର ପଣ୍ଡା, ସୁଦାମ ନାୟକ ପ୍ରମୁଖ ଉପସ୍ଥିତ ରହି ଖେଳ କୁ ଶୁଭାରମ୍ଭ କରିଥିଲେ। ଦ୍ୱିତୀୟ ଖେଳ ଚତୁର୍ଥ କ୍ଵlଟର ଫାଇନାଲ ରେ ଉପଖଣ୍ଡ କ୍ରୀଡା ସଂଘ ଓ ନନ୍ଦମାହା ମଧ୍ୟରେ ଆୟୋଜିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ଥାନା ଆଇ.ଆଇ .ସି ପ୍ରଶାନ୍ତ କୁମାର ବେହେରା ଯୋଗ ଦେଇ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଏଲ ଆଇ ସି ଏଜେଣ୍ଟ କାଳୁ ଚରଣ ପଣ୍ଡା, ଆଦାମ ଦିଗାଲ।, ପ୍ରମୁଖ ଉପସ୍ଥିତ ରହି ଖେଳ କୁ ଶୁଭାରମ୍ଭ କରିଥିଲେ। ଏଥିରେ ସମୟ ସୀମା ମଧ୍ୟରେ କେହି କାହାରିକୁ ଗୋଲ ଦେବାରେ ସକ୍ଷମ ନ ହେବାରୁ ଟାଇବେକର ଜରିଆରେ ୪-୩ ଗୋଲ ରେ ନନ୍ଦମାହା ଦଳ ବିଜୟୀ ହୋଇଥିଲା। ଏହି ପ୍ରତିଯୋଗିତା ରେ ବାଲିଗୁଡା ତଥା ଏହାର ଆଖପାଖ ଅଂଚଳ ର ୧୬ ଟି ଦଳ ଭାଗ ନେଉଥିବା ବେଳେ ପ୍ରତିଦିନ ଦୁଇଟି ଲେଖାଏଖେଳ ଅନୁଷ୍ଠିତ ହେଉଛି। ଏହି ଫୁଟବଲ ପ୍ରତିଯୋଗିତାର ଫାଇନାଲ ଖେଳ ଅଗଷ୍ଟ ୧୫ତାରିଖ ଦିନ ହେବ। ଏହି ଖେଳ କୁ ପ୍ରଶାନ୍ତ କୁମାର ସାହୁ, ରାମପତି ପାତ୍ର, ଟାର୍ଜନ ଦିଗାଲ, ରଞ୍ଜନ କୁମାର ନାୟକ, ପରିଚାଳନା କରିଥିବା ବେଳେ, ତୀର୍ଥ ବାସି ଘଡେଇ, ସୂର୍ଯ୍ୟ ନାରାୟଣ ସୁଆର, ବିରେନ ପ୍ରଧାନ, ଗଙ୍ଗାଧର ପଣ୍ଡା, ଏଲିଆସ ଦିଗାଲ, ଦେବବ୍ରତ ସିଂ ଦେଓ ପ୍ରମୁଖ ସହଯୋଗ କରିଥିଲେ।