Odiapua.com

ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଭଦ୍ରକରେ ତ୍ରିରଙ୍ଗା ପତାକା ଶୋଭାଯାତ୍ରା

ଭଦ୍ରକ, ୧୪ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତର ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନରେ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଅମୃତ ମହୋତ୍ସବ ତରଫରୁ ଭଦ୍ରକରେ ମହତାବ ପ୍ରତିମୂର୍ତ୍ତି ଠାରୁ ଆରମ୍ଭ କରି ଭଦ୍ରକ ନଗର ପରିକ୍ରମା କରି ବାଇପାସ୍ ପର୍ଯ୍ୟନ୍ତ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହାକୁ ତ୍ରିରଙ୍ଗା ପତାକା ଦେଖାଇ ଶୁଭାରମ୍ଭ କଲେ ଧାମନଗର ବିଧାୟକ ତଥା ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ। ରାଜ୍ୟ କାଉନସିଲ ସଦସ୍ୟ ତଥା ପୂର୍ବତନ ଭାଇସ ଚେୟାରମେନ୍ ଶରତ ପଢିଆରୀଙ୍କ ନେତୃତ୍ୱରେ ଏହା ସଂପନ୍ନ ହୋଇଥିଲା। ଏଥିରେ ବିଜେପିର ରାଜ୍ୟ ସଂପାଦକ ଅଭିମନ୍ୟୁ ସେଠୀ, ପୂର୍ବତନ ବିଜେପି ଜିଲ ସଭାପତି ବଦ୍ରୀନାରାୟଣ ଧଳ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ଦାସ, ତପନ ମହାନ୍ତି, ରାଜ୍ୟ ଯୁବମୋର୍ଚ୍ଚା ସୋସିଆଲ ମିଡିଆ ପ୍ରମୁଖ ସୂର୍ଯ୍ୟବଂଶୀ ସୂରଜ, କୃଷକ ମୋର୍ଚ୍ଚାର ଉପସଭାପତି ସନ୍ତୋଷ ସାହୁ, ଶରତ କୁମାର ରାଉତ, ରମିତା ପାଢୀ, ଜିଲା ସାଧାରଣ ସଂପାଦକ ଶଶିକାନ୍ତ ବିଶ୍ୱାଳ, ସ୍ୱରୂପାନନ୍ଦ ମହାପାତ୍ର, ଜିଲା ଯୁବମୋର୍ଚ୍ଚା ସଭାପତି ଦେବାଂଶୁ ରାଉତ, ଏବିଭିପିର ଜିଲା ପ୍ରମୁଖ ସ୍ୱାଧୀନ ସୁନ୍ଦର ଦାସ ପ୍ରମୁଖ ଉପସ୍ଥିତ ଥିଲେ।