Odiapua.com

ସ୍ୱାଧିନତା ସଂଗ୍ରାମୀ ସମ୍ବର୍ଦ୍ଧିତ

ଯାଜପୁର ୭-୧୧ (ଓଡ଼ିଆ ପୁଅ/ମାନସ ରାଉତ): ଧର୍ମଶାଳା ଅଞ୍ଚଳର ବର୍ଷିଆନ ସ୍ୱାଧିନତା ସଂଗ୍ରାମୀ କୋତପୁର ନିବାସୀ ଗଗନ ବିହାରୀ ଜେନାଙ୍କୁ ରାଜ୍ୟସ୍ତରୀୟ ଉତ୍କଳ ଗୌରବ ସମ୍ମାନରେ ଭୁବନେଶ୍ୱର ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରାଯାଇଛି। ବିଜୁ ପଟ୍ଟନାୟକ ଛାତ୍ର ସଂଘ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ଉଚ୍ଚ ଶିକ୍ଷା ଓ କୃଷି ମନ୍ତ୍ରୀ ଅରୁଣ କୁମାର ସାହୁ ଓ ମୁଖ୍ୟବକ୍ତା ଓଡିଶା ଉଠା ଜଳସେଚନ କର୍ପୋରେସନର ଅଧ୍ୟକ୍ଷ ଅମରେଶ ପତ୍ରୀ ଯୋଗଦେଇ ଶ୍ରୀ ଜେନାଙ୍କୁ ମାନପତ୍ର ଓ ଉପଢୈାକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ। ଏହାର ଆବାହକ ତଥା ବିଜୁ ଯୁବ ଜନତା ଦଳର ସାଧାରଣ ସମ୍ପାଦକ ସୁନୀଲ ପଣ୍ଡା ଓ ସଂଗଠନ ସମ୍ପାଦକ ସ୍ନେହାଶିଷ ଜେନା, ଆଶିଷ ମିଶ୍ର ଓ ଶୁବ୍ରାଶୁଂ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।