Odiapua.com

ସ୍ୱାଧିନତା ସଂଗ୍ରାମୀଙ୍କ ବିୟୋଗରେ ଶୋକସଭା

ଭଦ୍ରକ, ୨୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାରିକପୁରସ୍ଥିତ ପ୍ରାଣକୃଷ୍ଣ ଧଳ ପାଠାଗାର ଆନୁକୂଲ୍ୟରେ ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ ଶଶୀଭୂଷଣ ଦାସଙ୍କ ବିୟୋଗରେ ଶୋକସଭା ଶିକ୍ଷାବିତ ପ୍ରଫୁଲ୍ଲ କୁମାର ସାହୁଙ୍କ ସଭାପତିତ୍ୱରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ସ୍ୱର୍ଗତ ସ୍ୱାଧିନତା ସଂଗ୍ରାମୀଙ୍କ ‘ଭଣ୍ଡାରିପୋଖରୀ ଥାନାପୋଡି’ରେ ସକ୍ରିୟ ଅଂଶଗ୍ରହଣ, ସରଳ, ତ୍ୟାଗପୂତ ଜୀବନାଦର୍ଶ, ଚରନାତ୍ମକ କାର୍ଯ୍ୟ ସମ୍ପର୍କରେ ଆଇନ ସ୍ୱେଚ୍ଛାସେବୀ ନାରାୟଣ ଚନ୍ଦ୍ର ପୋଥାଳ, ଶିକ୍ଷାବିତ୍ ସନ୍ତୋଷ କୁମାର ସାହୁ, ଏବିଇଓ ପୁରୁଷୋତ୍ତମ ଧଳ, ରମଣୀ ପୋଥାଳ, ମଧୁସୂଦନ ଜେନା, ରବିନ୍ଦ୍ର କୁମାର ନନ୍ଦ, ଶ୍ରୀକାନ୍ତ ଦାସ, ହିମାଂଶୁ ରାଉତ, ଘନଶ୍ୟାମ ସ୍ୱାଇଁ ପ୍ରମୁଖ ଆଲୋକପାତ କରିବା ସହ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ।