Odiapua.com

ସ୍ୱାଧିନତାର ୭୪ ବର୍ଷ ପରେ ବି ରାସ୍ତାର ଅବସ୍ଥା ବେହାଲ ବର୍ଷା ହେଲେ ରାସ୍ତା କାଦୁଅ ପଚପଚ

ବାହାନଗା,୦୮ା୦୬ (ଭାରତୀ ଦାସ/ ଓଡ଼ିଆ ପୁଅ) ସ୍ୱାଧିନତାର ୭୪ବର୍ଷ ପରେବି ଯୋଜନା ଅପହଞ୍ଚ ଅଛି । ଫଳରେ ଲୋକେ ରାସ୍ତାରେ ଯାତାୟତ ପାଇଁ କଷ୍ଟ ଭୋଗୋଛନ୍ତି । ଫଳରେ ଯାତାୟତ କରିବା ତ ଦୁରର କଥା ଚାଲି ଚାଲି ଯିବା ପାଇଁ ହେଲେ ଗୋଡ଼ ଆଣ୍ଠୁଏ କାଦୁଅରେ ପଶିଯିବ । ଏମିତି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ରେମୁଣା ବ୍ଲକ ମହାରାଜପୁର ଗ୍ରାମର ୪ ନମ୍ବର ୱାର୍ଡରେ । ୨୦୦ ଲୋକଙ୍କ ଯାତାୟତର ମୁଖ୍ୟ ରାସ୍ତା ବର୍ଷା ସମୟରେ ପଲଟିଯାଉଛି ମରଣଯନ୍ତା । ଏହି ରାସ୍ତାରେ ଯାତାୟତ କରୁଥିବା ଲୋକମାନଙ୍କ ମଧ୍ୟରେ ବହୁତ ଲୋକ ବୃଦ୍ଧା ବ୍ୟକ୍ତି, ବିକଳାଙ୍ଗ ବ୍ୟକ୍ତି, ଗର୍ଭବତୀ ମହିଳା, କେନସର ପିଡିତା ଏବଂ କୁନିକୁନି ପିଲାମାନେ ମଧ୍ୟ ନିର୍ଭର କରିଅଛନ୍ତି । ବର୍ଷା ସମୟରେ ରୋଗୀ କିମ୍ବା ଗର୍ଭବତୀ ମହିଳାମାନେ ହସ୍ପିଟାଲ ଯିବା ପାଇଁ ଆମ୍ବୁଲାନ୍ସ ମଧ୍ୟ ଆସି ପାରେ ନାହିଁ । ନିର୍ବାଚନ ପୂର୍ବରୁ ସମସ୍ତେ ପ୍ରତିଶୃତି ଦିଅନ୍ତି କି ନିର୍ବାଚନ ଜିତିଲେ ରାସ୍ତା କରାଇଦେବେ ବୋଲି କିନ୍ତୁ ନିର୍ବାଚନ ଜିତିଲା ପରେ ଭୁଲିଯାଆନ୍ତି ତାଙ୍କଦ୍ୱାରା ଦିଆଯାଇଥିବା ପ୍ରତିଶୃତିକୁ । ଗ୍ରାମବାସୀ ମାନେ ବାରମ୍ବାର ଜିଲ୍ଲା ପ୍ରଶାସନ, ବ୍ଲକ ପ୍ରଶାସନଙ୍କୁ ନିବେଦନ କଲାପରେ ମଧ୍ୟ ରାସ୍ତାରେ କୌଣସି ପ୍ରକାର ସୁଧାରିକରଣ ହୋଇନାହିଁ । ଏହି ଗ୍ରାମର ସୁରେଶ ଦତ୍ତ ସିଂ ନାମକ ବ୍ୟକ୍ତି କ୍ୟାନସର ରୋଗରେ ପିଡିତ ଅଛନ୍ତି । ବାରମ୍ବାର ତାଙ୍କର ସ୍ୱାସ୍ଥ୍ୟବସ୍ତା ବିଗୁଡୁଥାଏ । ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ହସପିଟାଲ ନିଆଯାଏ । ଏହି ରାସ୍ତାକୁ ନିର୍ଭର କରି ମଧ୍ୟ ଆଦିବାସୀ ଓ ହରିଜନ ଲୋକମାନେ ବସବାସ କରନ୍ତି । ଏହି ରସ୍ତାକୁ ନିର୍ଭର କରି ରହୁଥିବା ମହିଳା ମାନଙ୍କ ମଧ୍ୟରେ ବହୁ ମହିଳା ଗର୍ଭବତୀ ଅଛନ୍ତି । ଏହି ଗ୍ରାମର ଶାନ୍ତିଲତା ନାୟକ (୬୭), ରୁକ୍ମଣି ଦାସ (୪୫), ତପନ ନାୟକ (୪୩), ବିଜୟିନୀ ନାୟକ (୧୭) ପ୍ରଭୃତି ଶାରୀରିକ ବିକଳାଙ୍ଗ ଅଟନ୍ତି ଏ ମାନଙ୍କୁ ସରକାରଙ୍କ ପକ୍ଷରୁ ପ୍ରଶିକ୍ଷଣ ଦିଆଯାଇଛି କି କିପରିଭାବେ ସେମାନେ ପକ୍କା କିମ୍ବା ପିଚୋ ରାସ୍ତାରେ ଗମନାଗମନ କରିବେ କିନ୍ତୁ ମାଟି ରାସ୍ତାରେ କିପରି ଭାବେ ଚଲାବୁଲା କରିବେ ଏ ବାବଦରେ କୌଣସି ପ୍ରଶିକ୍ଷଣ ଦିଆଯାଇନାହିଁ । ଏଠି ପ୍ରଶ୍ନ ଉଠୁଛି କି ସରକାରଙ୍କର ବିକଳାଙ୍ଗ ମାନଙ୍କୁ ଦେଇଥିବା ପ୍ରଶିକ୍ଷଣ କଣ ଲୋକ ଦେଖାଣିଆ ଥିଲା କି ? ଏହି ରାସ୍ତାକୁ ନିର୍ଭର କରି ମଧ୍ୟ କିଛି ନବଜାତ ଶିଶୁଙ୍କ ପରିବାର ଅଛନ୍ତି । ମୋଟାମୋଟି ଭାବେ କହିବାକୁ ଗଲେ ଟିକିଏ ବର୍ଷା ହେଲେ ଘରୁ ବାହାରିବା ସମ୍ପୁର୍ଣ୍ଣ ଭାବେ ବିପଦ । ଏହି ଗ୍ରାମରେ ଗମନାଗମନ ପାଇଁ ଠିକରେ ରାସ୍ତା ନାହିଁ କି ରାତିରେ ଗମନା ଗମନ ପାଇଁ ଆଲୁଅର ବ୍ୟବସ୍ଥା ନାହିଁତେବେ ଏଠାକାର ଲୋକେ ଅପେକ୍ଷା କରିଛନ୍ତି କେବେ ସୁଧିରିବ ତାଙ୍କର ଏ ଅବସ୍ଥା । ତେବେ ଏବାବଦରେ ମହାରାଜପୁର ସରପଞ୍ଚଙ୍କୁ ପଚାରିବାରୁ ରାସ୍ତା ବାବଦରେ ଅଭିଯୋଗ ପାଇ ନଥିବା କହିବା ସହ ରାସ୍ତା ମରାମତି ପାଇଁ ଟଙ୍କା ଅନୁମୋଦନ କରାଯାଇଛି । ଖୁବ ଶିଘ୍ର କାର‌୍ୟ୍ୟ ଆରମ୍ଭ ହେବ ବୋଲି କହିଛନ୍ତି ।