Odiapua.com

ସ୍ୱଳ୍ପ ବେତନ ଭୋଗୀ ସରକାରୀ କର୍ମଚାରୀ ମିଳିତମଞ୍ଚର ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ସଂଘ ତରଫରୁ ଟ.୨୦, ୦୫୧ଙ୍କାର ଚେକ୍ ପ୍ରଦାନ

ଭୁବନେଶ୍ୱର, ତା ୨୧ା୬ (ଓଡ଼ିଆ ପୁଅ) : ଓଡ଼ିଶା ରାଜ୍ୟ ସ୍ୱଳ୍ପ ବେତନ ଭୋଗୀ ସରକାରୀ କର୍ମଚାରୀ ମିଳିତମଞ୍ଚର ବିଧିବଦ୍ଧ ନିଷ୍ପତ୍ତି ନେଇ ଜନପ୍ରିୟ ତଥା କର୍ମଚାରୀ ପ୍ରିୟ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ପଞ୍ଚମଥର ମୁଖ୍ୟମନ୍ତ୍ରୀ ପଦରେ ଅଧିଷ୍ଠିତ ହୋଇଥିବାରୁ ତାଙ୍କୁ ସଂଘ ତରଫରୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଦେବାସହ ‘ଫନି’ ବାତ୍ୟା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ସଂଘ ତରଫରୁ ଟ.୨୦, ୦୫୧ଙ୍କାର ଚେକ୍ ପ୍ରଦାନ କରାଗଲା। ମୁଖ୍ୟମନ୍ତ୍ରୀଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ସମୟରେ କର୍ମଚାରୀ ନେତା ଶ୍ରୀଯୁକ୍ତ ଆଶୁତୋଷ ମହାନ୍ତି, କୈଳାସ ଚନ୍ଦ୍ର ମଲ୍ଲିକ, ଗଙ୍ଗାଧର ସ୍ୱାଇଁ, ଅଶୋକ ଚୌଧୁରୀ, ଏକାଦଶୀ ପରିଡ଼ା, ଶ୍ୟାମସୁନ୍ଦର ଦାସ, ନୃସିଂହ ବାରିକ, ରୋହିତ ବାରିକ, ମାୟାଧାର ବାରିକ, ଜୟଦେବ ପ୍ରଧାନ, ବିଭୂତି କାନୁନ୍ ଗୋ, ରୋହିତ ମହାନ୍ତି, ପତିତପାବନ ମହାନ୍ତି, କପିଳାସ ବେହେରା, ହୃଷିକେଶ ମହାନ୍ତି, କେ. ଆପ୍ପାରାଓ, କୈଳାସ ଚନ୍ଦ୍ର ମହାରଣା, ଗୌରାଙ୍ଗ କର, ସୁଶାନ୍ତ ମହାପାତ୍ର, ସୁବାଷ ଚନ୍ଦ୍ର ଦାସ, ଶଶାଙ୍କର ସାହୁ, ହରିପ୍ରସନ୍ନ ମହାନ୍ତି, ପ୍ରମୋଦ ଶତପଥି, ହରି ମହାନ୍ତି, ସହଦେବ ମହାନ୍ତି, ସରୋଜ କୁମାର ନାୟକ, ସଦାନନ୍ଦ ଖୁଣ୍ଟିଆ, ସାଧୁଚରଣ ମହାନ୍ତି, ନିରଞ୍ଜନ ପାଢୀ, ବଳଭଦ୍ର ସ୍ୱାଇଁ, କାହ୍ନୁଚରଣ ପୂଜାରୀ, ବେଣୁ ବେହେରା, କୁନି ବାରିକ ପ୍ରମୁଖ ଉପସ୍ଥିତ ଥିଲେ।