ହାଟଡ଼ିହି, ୨୨ ।୭ (ଓଡିଆପୁଅ / ବିକାଶ ବିଶ୍ୱାଳ) ଚଳିତବର୍ଷ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଚାଷୀମାନେ ଚାଷ କାମ ଆରମ୍ଭ କରିପାରୁ ନଥିବା ବେଳେ ଜଳସମ୍ପଦ ବିଭାଗ ପକ୍ଷରୁ ବୈତରଣୀ ଖଣ୍ଡର ନିର୍ବାହୀଯନ୍ତ୍ରୀ ବିଧାନ ଚନ୍ଦ୍ର ସାହୁଙ୍କ ଦ୍ୱାରା ନିର୍ଦ୍ଧାରିତ ରୋଟେସନ ପଦ୍ଧତିରେ ଏବେ ଜଳଯୋଗାଣ କରାଯାଉଛି । ଫଳରେ ଯେପରି ସମସ୍ତ ଅଞ୍ଚଳର ଚାଷୀମାନେ ପାଣିପାଇ ପାରିବେ ତାହାକୁ ଗୁରୁତ୍ୱ ଦିଆଯାଇଛି । କୋରେଇ ମାଇନର ଓ ଓରାଳି ମାଇନର କେନାଲରେ ବିଭାଗ ପକ୍ଷରୁ ଏବେ ଜଳ ପ୍ରବାହ କରାଯାଇଥିବାରୁ ଚାଷୀ ମାନଙ୍କ ମଧ୍ୟରେ ଆନନ୍ଦ ଖେଳିଯାଇଛି । ସେହିପରି ହାଟଡିହି ବ୍ଲକର ସମସ୍ତ ମୁଖ୍ୟ କେନାଲ ଓ ମାଇନର କେନାଲ ଗୁଡିକରେ କିପରି ସୁଚାରୁରୁପେ ଜଳଯୋଗାଣ କରାଯିବ ତାହାର ସୁବ୍ୟବସ୍ଥା କରାଯାଇଛି । ଯାହାଦ୍ୱାରାକି କେନାଲର ତଳ ଅଞ୍ଚଳରେ ଥିବା ଚାଷୀମାନେ ସୁବିଧାରେ ପାଣିପାଇ ସୁରୁଖୁରୁରେ ସେମାନଙ୍କ ଖରିଫ ଚାଷ କରିପାରିବେ ତାହାକୁ ଗୁରୁତ୍ୱ ଦିଆଯାଇଥିବା ବିଭାଗୀୟ ଯନ୍ତ୍ରୀ ସୁଚନା ଦେଇଛନ୍ତି ।