Odiapua.com

ସ୍ୱଳ୍ପ ନେତାଙ୍କୁ ନେଇ ପଞ୍ଚାନନଙ୍କ ବନ୍ଧୁ ମିଳନ

ଭଦ୍ରକ, ୧୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୂର୍ବତନ ରାଜ୍ୟ ସଂଗଠନ ସମ୍ପାଦକ ପଞ୍ଚାନନ ରାଉତଙ୍କ ପକ୍ଷରୁ ଆଗରପଡ଼ା ପୂତ୍ତବିଭାଗ ଡାକବଙ୍ଗଳା ଠାରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଗକୁ ନିର୍ବାଚନ ଥିବା ବେଳେ ଶ୍ରୀ ରାଉତ ହାତ ଗଣତି କର୍ମିଙ୍କୁ ନେଇ ବନ୍ଧୁ ମିଳନ ଆଳରେ ସାମ୍ବାଦିକଙ୍କୁ ଅଞ୍ଚଳର ସମସ୍ୟା ବାବଦରେ ମତ ଉପସ୍ଥାପନ ଚର୍ଚ୍ଚାର ବିଷୟ ହୋଇଛି । ପୂର୍ବତନ ଜିଲ୍ଲା ଉପ-ସଭାପତି ସୁଧାକର ଧଳଙ୍କ ଆବାହକତ୍ୱରେ ଶ୍ରୀ ରାଉତ ଆଗରପଡ଼ା ବଉଳା ରାସ୍ତା ପ୍ରଶସ୍ତିକରଣ, ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ବନ୍ତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଅଭାବ, ଯାତ୍ରୀ ବିଶ୍ରାମ ଗାର ଆଦି ନେଇ ଦଳ ଆନ୍ଦୋଳନ କରିବ ବୋଲି କହିଥିଲେ । ଆଗରପଡ଼ା ପୂତ୍ତବିଭାଗ ଡାକବଙ୍ଗଳା ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଜେପି ନେତା ପ୍ରଫୁଲ୍ଲ ସିଂହ, ଲମ୍ବୋଧର ତ୍ରିପାଠୀ, ଅମୁଲ୍ୟ ରତ୍ନ ନନ୍ଦ, ସୁରେନ୍ଦ୍ର ନାୟକ, ଉତ୍ତମ ବେହେରା, ଜର୍ନାଦ୍ଧନ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।