Odiapua.com

ସ୍ୱର୍ଗଦ୍ୱାରରେ ସବ ସତ୍କାର ହ୍ରାସ ପାଇଛି

ପୁରୀ ୨୧-୦୭ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପୁରୀ ସ୍ୱର୍ଗଦ୍ୱାରରେ ସବ ସତ୍କାର କରାଗଲେ ବହୁ ପୂର୍ଣ୍ଣ୍ୟ ମିଳିଥାଏ ବୋଲି ବିଦିତ ରହିଛି। କିନ୍ତୁ ଏବେ କୋଭିଡ୍ -୧୯ ଆଇନ୍ ଲାଗୁହେବା ପରେ ପୁରୀ ଜିଲ୍ଲା ବାହାରୁ କୌଣସୀ ସବ ସତ୍କାର ଏଠାରେ କରାଯଇପାରିବ ନାହିଁ ବୋଲ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଜାରି ହେଇଛି କେବଳ ପୁରୀ ଜିଲ୍ଲା ଭିତରୁ ଯେଉଁ ସବ ଆସିବ ତାହାର ସତ୍କାର ହୋଇପାରିବ ପୂର୍ବରୁ ପ୍ରତ୍ୟେକ ଦୀନ ୫୦ ରୁ ଅଧିକ ସବ ସତ୍କାର କରାଯାଉଥିବା ବେଳେ ଦୈନ୍ୟଦୀନ ଏହି ସଂଖ୍ୟା ହ୍ରାସ ପାଇଛି। ରବିବାରଦିନ ପୁରୀ ସହର ଓ ଜିଲ୍ଲା ଭିତରୁ ପ୍ରାୟ ସକାଳୁ ରାତି ମଧ୍ୟରେ ୮ଟି ସବ ସତ୍କାର କରାଯାଇଥିଲା। ସୋମବାର ଦିନ ୧୨ ସୁଦ୍ଧା ୩ ସବ ସତ୍କାର ହୋଇଥିବା ଜଣା ଯାଇଛି। ଅପରପକ୍ଷେ ସ୍ୱର୍ଗଦ୍ୱାରର ସୌନ୍ଦର୍ଯ୍ୟ କରଣ ପାଇଁ କାର୍ଯ୍ୟ ଜୋରସୋରରେ ଲାଗିରହିଛି।ଜେସିବି ମେସିନ୍ ମାଧ୍ୟମରେ ବାଲି ସମତୁଲ କରାଯାଉଛି। ଏ ସମ୍ପର୍କରେ ପଥସ୍ରାଧ କରୁଥିବା ସେବାୟତ ସତ୍ୟନାରାୟଣ ଦାସ ସବ ସତ୍କାର ହ୍ରାସ ପାଇଥିବା ମଧ୍ୟ ମତ ଦେଇଛନ୍ତି। ଏଠାରେ ସୂଚନା ଯୋଗ୍ୟ ଗତ ୧୭ ତାରିଖ ଦିନ ସ୍ୱର୍ଗ ଦ୍ୱାର ଗୋଟିଏ ହେଲେ ସବ ସତ୍କାର ହୋଇନଥିଲା।ସ୍ୱର୍ଗଦ୍ୱାର ସର୍ବଦା ଯେମିତି ହେଲେ ଜୁଇ ଜଳୁଥାଏ।ଏପରିକି ଫନି ଓ ମହାବାତ୍ୟା ରେ ମଧ୍ୟ ସବ ସତ୍କାର ହୋଇଥିବା ବେଳେ କୋରନା ସମୟରେ ଏହାଏକ ନୂତନ ଉଦାହର ସୃଷ୍ଟି କରିଛି।