Odiapua.com

ସ୍ୱର୍ଗଦ୍ୱାରରେ ଶବ ସଂସ୍କାର ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯିବ

ପୁରୀ ୪-୮ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପୁରୀ ସ୍ୱର୍ଗଦ୍ୱାରରେ ଏଣିକି ସବ ସଂସ୍କାର ପାଇଁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସାୟ ଗ୍ରହଣ କରାଯିବ। ସିଙ୍ଗିଲ ୱିଣ୍ଡୋ ବ୍ୟବସ୍ଥା ମାଧ୍ୟମରେ ଶବ ସତ୍କାର ପାଇଁ ଯୋଜନା କରାଯିବାକୁ ଥିବା ବେଳେ ଏବେ ସ୍ୱର୍ଗଦ୍ୱାରରେ ସ୍ୱତନ୍ତ୍ର ପିଣ୍ଡି ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। ଏହି ବ୍ୟବସ୍ଥାକୁ ସାଧାରଣରେ ସ୍ୱାଗତ କରାଯାଇଥିବା ବେଳେ ସ୍ୱର୍ଗଦ୍ୱାର ପରିସରରେ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ସମୁଦ୍ର ଆଳତୀ କାର୍ଯ୍ୟକ୍ରମ ପାଇଁ ସୁ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ସ୍ୱର୍ଗଦ୍ୱାରକୁ ନେଇ ଆବଶ୍ୟକୀୟ ପରାମର୍ଶ ଜଗତଗୁରୁ ଦେବା ପାଇଁ ମତ ରଖିଛନ୍ତି। ଏଣିକି ପୁରୀ ସ୍ୱର୍ଗଦ୍ୱାରେ ସବ ସତ୍କାର ପାଇଁ ଲୋକଙ୍କୁ ଆଉ ଶୋଷଣର ଶିକାର ହେବାକୁ ପଡିବ ନାହିଁ। ସିଙ୍ଗଲ ୱିଣ୍ଡୋ ବ୍ୟବସ୍ତା ମାଧ୍ୟମରେ ଶବଦାହ କରିବାକୁ ଆସୁଥିବା ଲୋକମାନେ ବ୍ୟବସ୍ଥିତ ଢଙ୍ଗରେ ଶବ ସତ୍କାର କରିବା ନେଇ ପ୍ରଶାସନ ଯୋଜନା କରିଛି। ପୂର୍ବରୁ ରେଜିଷ୍ଟେସନ୍ ଠାରୁ ଆରମ୍ଭ କରି ସଫେଇ, କାଠ, ପଥସ୍ରାଦ୍ଧ, ପୂଜାସାମଗ୍ରୀ, ଘିଅ, ଚନ୍ଦନ କାଠ ବାବଦକୁ ଭିନ୍ନ ଭିନ୍ନ ପ୍ରକାର ର ଲୋକଙ୍କୁ ଅର୍ଥ ଦେବାକୁ ପଡୁଥିଲା। ଏଣିକି ପ୍ରଶାସନ ପକ୍ଷରୁ ଧାର୍ଯ୍ୟ ରାଶି ପୈଠ କରି ସବ ଦାହ କରିବାକୁ ଯୋଜନା କରାଯାଇଛି। ହରିଶ୍ଚନ୍ଦ୍ର ଯୋଜନା ପାଇଁ ସାମାନ୍ ବ୍ୟବସ୍ଥା ଗ୍ରହଣ କରାଯିବା ନେଇ ହୋଇଛି ନିଷ୍ପତି ସେଥିପାଇଁ ନୂତନ ପିଣ୍ଡି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଅସ୍ତି ରଖିବା ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ। ସବ ବାହକ ମାନେ ଶୃଙ୍ଖଳିତ ଭାବେ ଶବ ଦାହ କରିବା ନେଇ ବ୍ୟବସ୍ତା ଗ୍ରହଣ କରିଥିବା ବେଳେ ପ୍ରଶାସନ ର ଏଭଳି ଯୋଜନାକୁ ସାଧାରଣରେ ସ୍ୱାଗତ କରାଯାଇଛି।