Odiapua.com

ସ୍ୱର୍ଗଦ୍ୱାରରେ ମିଳିବ ବିଶେଷ ସୁବିଧା : ଜିଲ୍ଲାପାଳ ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ

ପୁରୀ ୩୧-୭ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ସ୍ୱର୍ଗଦ୍ୱାର ପାଇବ ଏଥର ନୂଆ ରୂପ ସବଦାହ ପାଇଁ ଆସୁଥିବା ବନ୍ଧୁ ପରିଜନଙ୍କ ନିମନ୍ତେ ମିଳିବ ବିଶେଷ ସୁବିଧା ଓ ସେବା ସ୍ୱର୍ଗ ଦ୍ୱାର ପୁନଃଉଦ୍ଧାର ସହ ଚତୁଃପାର୍ଶ୍ୱରେ ହେବ ସୌନ୍ଦର୍ଯ୍ୟ କରଣ। ଦେଖାଣାହାରୀଙ୍କ ପାଇଁ ହେବ ଏକ ସୁନ୍ଦର ସ୍ଥାନ। ଜିଲ୍ଲାପାଳ ଶ୍ରୀ ବଲୱନ୍ତ ସିଂ ସ୍ୱର୍ଗଦ୍ୱାର ବୁଲି ଦେଖିବା ସହ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ସିଙ୍ଗିଲ୍ ୱିଣ୍ଡୋ ବ୍ୟବସ୍ଥା ମାଧ୍ୟମରେ ଗୋଟିଏ ସ୍ଥାନରେ ସମସ୍ତ ସୁବିଧା ଉପଲବ୍ଧ ହେବ। ଏଥିପାଇଁ ସ୍ୱତନ୍ତ୍ର ଅଫିସ୍ ଖୋଲାଯାଇ ପେସାଦାର ମାନଙ୍କୁ ନିଯୁକ୍ତି ଦିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ଶବଦାହ ପାଇଁ ଆସୁଥିବା ବ୍ୟକ୍ତି ମାନେ ଯେପରି ଉତ୍ତମ ବ୍ୟବହାର ଓ ଆତିଥ୍ୟତା ପାଇଁ ଭଲ ଅନୁଭୂତି ନେଇ ଫେରିବେ ଏନେଇ ଦୃଷ୍ଟି ଦିଆଯିବ। ପେସାଦାରମାନେ ସମସ୍ତ କାର୍ଯ୍ୟ ତଦାରଖ କରିବେ। ଏଥିପାଇଁ ସ୍ୱତନ୍ତ୍ର ନିର୍ଦ୍ଦେଶାବଳୀ ଜାରୀହେବ। ପରେ ଅପରାହ୍ନରେ ଗାନ୍ଦୀଘାଟରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଶବବାହକ ମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସେମାନଙ୍କ ଜୀବିକା ଉପାର୍ଜନ ମାନର ଉନ୍ନତୀ ସହ ପରିବାର ସଦସ୍ୟ ଙ୍କୁ ବିମା ଭୁକ୍ତ କରାଯିବା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଛନ୍ତି। ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ପୁରୀ ପୌର ସଂସ୍ଥା କାର୍ଯ୍ୟନୀର୍ବାହୀ ଅଧିକାରୀ ବିଜୟ କୁମାର ଦାସ ସେତୁ ନିର୍ମାଣ ନିଗମ ପୁରୀ ଡିଭିଜନ ର ବରିଷ୍ଠ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଭାତ ପାଣୀଗ୍ରାହୀ ପରାମର୍ଶ ଦାତା ସିଦ୍ଦାର୍ଥ ରାୟ ପ୍ରମୁଖ ଉପସ୍ଥିତ ଥିଲେ।