Odiapua.com

ସ୍ୱର୍ଗଦ୍ୱାରରେ ବାହାର ଜିଲ୍ଲା ଏବଂ ଅନ୍ୟରାଜ୍ୟର ବ୍ୟକ୍ତିଙ୍କ ଶବଦାହ ଏବଂ ମହୋଦଧିରେ ଅସ୍ଥି ବିସର୍ଜନ କଟକଣା ଅକ୍ଟୋବର ୩୧ ପର୍ଯ୍ୟନ୍ତ ବୃଦ୍ଧି

ପୁରୀ ୧-୧୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) କରୋନା ମହାମାରୀକୁ ଦୃଷ୍ଟିରେ ରଖି ସ୍ବର୍ଗଦ୍ବାରଠାରେ ବାହାର ଜିଲ୍ଲା ଏବଂ ଅନ୍ୟରାଜ୍ୟର ବ୍ୟକ୍ତିଙ୍କ ଶବଦାହ ଏବଂ ମହୋଦଧିରେ ଅସ୍ଥି ବିସର୍ଜନ ଉପରେ ଜାରି କଟକଣାକୁ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ମାତ୍ର କୋଭିଡ ନୀୟମ ଅନୁପାଳନ କରି ପୁରୀ ଜିଲ୍ଲାବାସିନ୍ଦା ସ୍ବର୍ଗଦ୍ବାରଠାରେ ସେମାନଙ୍କ ସଂପର୍କୀୟଙ୍କ ଶବଦାହ ସହ ସମୁଦ୍ରରେ ଅସ୍ଥି ବିସର୍ଜନ କରିପାରିବେ। ଜିଲ୍ଲା ମଧ୍ୟକୁ ଆସୁଥିବା ବାହାର ଜିଲ୍ଲା ଓ ରାଜ୍ୟର ଶବାଧାର ଉପରେ ନଜର ରଖିବାକୁ ସଂପୃକ୍ତ ତହସିଲଦାର ଓ ଆଇଆଇସି ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।