Odiapua.com

ସ୍ୱର୍ଗତ ହରିହର ମହାପାତ୍ରଙ୍କ ସ୍ମୁତି ଶ୍ରଦ୍ଧାଞ୍ଜଳୀ ସଭା

ନୟାଗଡ଼, ୧୪ା୯(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ସ୍ଥାନୀୟ ହୋଟେଲ ତ୍ରିନାଥ ପରିସରରେ ନୟାଗଡ଼ରୁ ପ୍ରକାଶ ପାଉଥିବା ସାପ୍ତାହିକ ଖବରକାଗଜ ‘ଗ୍ରହରାଜ’ର ସଂପାଦକ ସ୍ୱର୍ଗତ ହରିହର ମହାପାତ୍ରଙ୍କ ଏକାଦଶାହ ଅବସରରେ ସ୍ମୃତି ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି। ଯୁବନେତା ସନ୍ତୋଷ କୁମାର ପ୍ରଧାନ ଓ ଶିବରାମ ମହାପାତ୍ରଙ୍କ ଆବାହକତ୍ୱରେ ଅନୁଶଷ୍ଠିତ ଏହି ସ୍ମୃତି ସଭାରେ ପୂର୍ବତନ ମନ୍ତ୍ରୀ ବିଜେପି ନେତ୍ରୀ ସୂରମା ପାଢୀ, ପୂର୍ବତନ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ, ପୂର୍ବତନ ବିଧାୟକ ସିର୍ଦ୍ଧର୍ଥ ଶେଖର ସିଂ, କଂଗ୍ରେସ ନେତା ରଣଜିତ ଦାଶ, ମନୋଜ କୁମାର ସାହୁ, କମ୍ୟୁନିଷ୍ଟ ନେତା ବିଶ୍ୱନାଥ ମହାପାତ୍ର, ସମାଜସେବୀ ପ୍ରମୋଦ କୁମାର ପଟ୍ଟନାୟକ, ବ୍ୟଙ୍ଗକବି ସତ୍ୟାନାଶ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ହରିହର ମହାପାତ୍ରଙ୍କ ଅମ୍ଳାନ ପ୍ରତିଭା ତଥା ତାଙ୍କର ଜୀବନାଦର୍ଶ ଉପରେ ସ୍ମୁତି ଚାରଣ କରିଥିଲେ। କାର୍ଯ୍ୟକ୍ରମକୁ ସାମ୍ବାଦିକ ରାମକୃଷ୍ଣ ରଥ ପରିଚାଳନା କରିଥିଲେ।