Odiapua.com

ସ୍ୱର୍ଗତ ସଂଗ୍ରାମ ଜେନାଙ୍କ ଜନ୍ମବାର୍ଷିକ ପାଳନ ଅବସରରେ ରକ୍ତଦାନ ଶିବିର ଆୟୋଜିତ

ଭୁବନେଶ୍ୱର ୫.୮ (ଓଡ଼ିଆ ପୁଅ) – ଆଜି ଭୁବନେଶ୍ୱର ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ସଭାପତି ଶ୍ରୀ ରଞ୍ଜିତ ପାତ୍ରଙ୍କ ତତ୍ୱାବଧାନରେ ପୂର୍ବତନ ପ୍ରଦେଶ ଯୁବ କଂଗ୍ରେସ ସଭାପତି ତଥା ପୂର୍ବତନ ପ୍ରଦେଶ କଂଗ୍ରେସ ସାଧାରଣ ସଂପାଦକ, ବିଶିଷ୍ଟ ସମାଜସେବୀ ଓଡ଼ିଶାର ଛାତ୍ରଯୁବ ମାନଙ୍କର ପ୍ରଥପ୍ରଦଶର୍କ ତଥା ସ୍ୱାଭିମାନ ରାଜନେତା ସ୍ୱର୍ଗତ ସଂଗ୍ରାମ କେଶରୀ ଜେନାଙ୍କ ଜନ୍ମବାର୍ଷିକ ପାଳନ ଅବସରରେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ରକ୍ତଦାନ ଶିବିର ହୋଇଥିଲା। ଏହି ରକ୍ତଦାନ ଶିବିରକୁ ଓଡ଼ିଶା ବ୍ଲଡ ସେଂଟର ବିଏମସି ହସପିଟାଲ ପରିଚାଳନା କରିଥିଲା ବେଳେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ ଉଦ୍ଘାଟନ କରିଥିଲେ। ଏହି ପରିପ୍ରେକ୍ଷୀରେ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ସ୍ୱର୍ଗତ ସଂଗ୍ରାମ କେଶରୀ ଜେନା କଂଗ୍ରେସ ଦଳରେ ଏକ ଅମୂଲ୍ୟ ସଂପତିଥିଲା। ଜଣେ ପ୍ରତିଭାବାନ ଯୁବନେତା ଓ କର୍ତବ୍ୟନିଷ୍ଠ ରାଜନେତା ଭାବରେ ତାଙ୍କର ଆଦୃତିଥିଲା। ସେ ଯୁବ କଂଗ୍ରେସ ସଭାପତି ଥିଲା ବେଳେ ସାରା ରାଜ୍ୟରେ ଯୁବକମାନଙ୍କୁ ସଂଗଠିତ କରିବାପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରିବା ସହ ବିଭିନ୍ନ ଜିଲ୍ଲାରେ ରାଜ୍ୟ ସରକାରର ଦୁର୍ନୀତି ଭ୍ରଷ୍ଟାଚାର ଓ କୁଶାସନ ବିରୋଧରେ ଆନ୍ଦୋଳନ କରିଥିଲେ। ରାଜ୍ୟର ବିଭିନ୍ନ ବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ରାଜନୀତିର ମୁଖ୍ୟସୋତ୍ରରେ ସାମିଲ ହେବାପାଇଁ ଉତ୍ସାହିତ କରୁଥିଲେ। ବନ୍ୟା, ବାତ୍ୟା, ମରୁଡ଼ି, କରୋନା ପ୍ରଭୃତି ପ୍ରାକୃତିକ ଦୁର୍ବିପାକରେ ପ୍ରପୀଡ଼ିତ ଲୋକଙ୍କୁ ମୁକ୍ତ ହସ୍ତରେ ସାହାଯ୍ୟ କରିବା ସହ ଉଦ୍ଧାର କାର୍ଯ୍ୟ କରୁଥିଲେ। ତାଙ୍କର ମୃତ୍ୟୁପରେ ମଧ୍ୟ ତାଙ୍କର ଅନୁଗାମୀମାନେ ତାଙ୍କର ଅଧୁରା ସ୍ୱପ୍ନକୁ ସାକାର କରିବାପାଇଁ କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ସେ ତାଙ୍କ ଜୀବନ କାଳରେ ଶହ ଶହ ରକ୍ତଦାନ ଶିବିର ଆୟୋଜିତ କରିଥିଲେ ଏବଂ ତାଙ୍କ ପାଇଁ ଭୁବନେଶ୍ୱର ଜିଲ୍ଲା ଯୁବ କଂଗ୍ରେସ ରକ୍ତଦାନ ଶିବିର ଆୟୋଜନ କରିଛନ୍ତି।

ଏହି ରକ୍ତଦାନ ଶିବିରରେ ୨୦୦ ରୁ ଉର୍ଦ୍ଧ୍ୱ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ପୂର୍ବତନ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ତାରାପ୍ରସାଦ ବାହିନୀପତି, ସନ୍ତୋଷସିଂ ସାଲୁଜା, ସୁରେଶ କୁମାର ରାଉତରାୟ, ଶରତ ରାଉତ, ମାନସ ଚୌଧୁରୀ, ଡ. ଦେବାଶିଷ ପଟ୍ଟନାୟକ, ଶିବାନନ୍ଦ ରାୟ, ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ବନ୍ଦିତା ପରିଡ଼ା, ବିଶ୍ୱଜିତ ଦାଶ, ରଜତ ଚୌଧୁରୀ, ଯୁବ କଂଗ୍ରେସ ପ୍ରଭାରୀ ସେସ୍ ନାରୟଣ ଓଝା, ୟାସିର ନୱାଜ, ସ୍ମୃତି ଲେଙ୍କା, ମନୋଜ ଜେନା, ପ୍ରକାଶ ମିଶ୍ର, ଆଲୋକ ଲେଙ୍କା, ସ୍ୱାଗତ କର, ଅଜୟ ସାହୁ, ବଟକୃଷ୍ଣ ରାଉତରାୟ, ଅମ୍ରେଶ ପରିଡ଼ା, ନଳିନୀକାନ୍ତ ନାୟକ, ବିରଂଚି ବାରିକ, କାର୍ତିକେଶ୍ୱର କାଣ୍ଡି, ରଣଜିତ ସେନାପତି, ଜଗଦିଶ ଗଜେନ୍ଦ୍ର, ମନୋଜ ବିଶ୍ୱାଳ, ମହମ୍ମଦ ଗୁଲଫାମ, ଉଦିତ ପ୍ରଧାନ, ସାହାରୁଖ ଖାନ, କିରଣ ସାହୁ, ଗୋପନ ମାର୍ଥା, ବିଶ୍ୱଭୂଷଣ ମହାପାତ୍ର, ସମିଉଲ ହକ, ପ୍ରତ୍ୟୁଷ ପ୍ରଧାନ, ନିତେଶ ବେହେରା, ପ୍ରଭାତ ପ୍ରତାପ ସିଂ, ସଂକୁନା କହଁର, ସାଗର ପଟ୍ଟନାୟକ, ରିଆଜୁଲ ଇସଲାମ, ବଳରାମ ନନ୍ଦ, ଶ୍ରୀ ମହାନ୍ତି, ଲିପିକା ପାତ୍ର, ରାଜଲକ୍ଷ୍ମୀ ନନ୍ଦ, ଆର୍ଯ୍ୟାନ ସାସମଲ, ରାଜଲକ୍ଷ୍ମୀ ସାହୁ, ତୁଷାରକାନ୍ତି ତପସ୍ୱୀ, ସୋମ୍ୟ ବରାଳ, ସନ୍ଦିପ ରାଉତରାୟ, ପ୍ରତ୍ୟୁଷ ପ୍ରଧାନ, ମୁନୁ ପରିଡ଼ା, ପିୟୁଷ ଜେନା, ସୁନିଲ ସାହୁ, ଦେବାଶିଷ ସାହୁ, ଦେବାଶିଷ ମହାପାତ୍ର, ସୌରଭ ପଟ୍ଟନାୟକ, ମୁନା ପରିଡ଼ା, ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ରକ୍ତଦାନ ଦେଇଥିଲେ। ରକ୍ତଦାନ ଶିବିର ପରେ ଏକ ପଂକ୍ତି ଭୋଜନର ଆୟୋଜନ କରାଯାଇଥିଲା।