Odiapua.com

ସ୍ୱର୍ଗତ ରାଜୀବ ଗାନ୍ଧିଙ୍କ ପରିବାର ଠାରୁ ଏସିପିଜି ସୁରକ୍ଷା ପ୍ରତ୍ୟାହାର ହେବ

ନୂଆଦିଲ୍ଳୀ ୮।।୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)୧୯୯୧ରେ ରାଜୀବ ଗାନ୍ଧୀଙ୍କ ହତ୍ୟା ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ଓ ତାଙ୍କ ପରିବାରକୁ ଏସପିଜି ସୁରକ୍ଷା ଦିଆଗଲା । ୧୯୯୨ରୁ ଗାନ୍ଧି ପରିବାର ପାଖରେ ଏସପିଜି ସୁରକ୍ଷା ରହିଛି । ଗୃହମନ୍ତ୍ରାଳୟର ଏକ ସ୍ୱତନ୍ତ୍ର କମିଟି ଏହାର ସମୀକ୍ଷା କରି ସଂପୃକ୍ତ ଭିଆଇପିଙ୍କ ପ୍ରତି ବିପଦ ଆଶଙ୍କା ବଢିଛି କିମ୍ବା କମିଛି ତାହାର ସମୀକ୍ଷା କରି ଦିଆଯାଉଥିବା ସୁରକ୍ଷାର ସ୍ତର ନିର୍ଦ୍ଧାରଣ କରିଥିବା ସୁଚନା ମିଳିଛି। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି, କଂଗ୍ରେସ ନେତା ତଥା ସାଂସଦ ରାହୁଲ ଗାନ୍ଧି ଓ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧିଙ୍କଠାରୁ ଏସପିଜି ସୁରକ୍ଷା ପ୍ରତ୍ୟାହାର କରିନିଆଯାଇ ସେମାନଙ୍କୁ ଜେଡପ୍ଲସ ସୁରକ୍ଷା ଦିଆଯିବ ।ସୁଚନାଯୋଗ୍ୟ- ଗୃହମନ୍ତ୍ରୀଙ୍କୁ ଆତଙ୍କବାଦୀମାନେ ଟାର୍ଗେଟ କରିପାରନ୍ତି ବୋଲି ଗୁଇନ୍ଦା ସୂଚନା ମିଳିବା ପରେ ତାଙ୍କର ସୁରକ୍ଷା ବ୍ୟବସ୍ଥାକୁ ବଢାଇଦିଆଯାଇଛି । ତାଙ୍କୁ ଏବେ ଜେଡ ସ୍ପେଶାଲ ସୁରକ୍ଷା ଦିଆଯାଉଛି ।