Odiapua.com

ସ୍ୱର୍ଗତଃ ଶକ୍ତିଭୂଷଣ ଥିଲେ ଜଣେ ସରଳ ଓ ମେଳାପୀ ବ୍ୟକ୍ତିତ୍ୱ

ଭଦ୍ରକ, ୨୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ସୁପରିଚିତ ସାହିତ୍ୟିକ, ଚିକିତ୍ସକ ସ୍ୱର୍ଗତଃ ଡାକ୍ତର ଆର. ଶିବାଜୀ ରାଓଙ୍କ ପୁତ୍ର ତଥା ସାମ୍ବାଦିକ ଶଶିଭୂଷଣ ସ୍ୱାମୀ ଓ ସତ୍ୟଭୂଷର ସ୍ୱାମୀଙ୍କ ସାନଭାଇ ଶକ୍ତିଭୂଷଣ ସ୍ୱାମୀଙ୍କର ଆଜି ଶ୍ରଦ୍ଧାଞ୍ଜଳି ସଭା ସ୍ତାନୀୟ ଭାଗବତ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ସାମ୍ବାଦିକ ଅମର ନାୟକଙ୍କ ଦ୍ୱାରା ନୀରବ ପ୍ରାର୍ଥନା କରାଯାଇଥିଲା । ଏଥିରେ ବରିଷ୍ଠ ସାମ୍ବାଦିକ ନିହାର ଦାସ, ପ୍ରମୋଦ ରାୟ, ଭଜଗୋବିନ୍ଦ ଜେନା, ଉମାକଲ୍ୟାଣ ମହାପାତ୍ର, ଦୁର୍ଗାଶଙ୍କର ବିଶ୍ୱାଳ, ତପନ ସ୍ୱାଇଁ, ଅଶୋକ ନାୟକ, କିଶୋର ନାୟକ, ତପନ ମିଶ୍ର, ଜ୍ଞାନପ୍ରକାଶ ପାଣି, ଶୈଳେନ୍ଦ୍ର ପଲାଇ, ଶିବାନନ୍ଦ ଦାସ, ରାଜେଶ ଦାସ, ମାନସ ମହାନ୍ତି, ସଂଜୀବ ନାୟକ, ସୁବ୍ରତ ପାଲ, ନବକିଶୋର ସ୍ୱାଇଁ, ଦେବାଶିଷ ମହାପାତ୍ର, ନରେନ୍ଦ୍ର ସାମଲ, ପ୍ରିୟରଂଜନ ବୋଇତି, ସୌମ୍ୟରଂଜନ ପାଢୀ, ଅଜୟ ପଣ୍ଡା, ସେକ୍ ନସିମ ଅଖତର, ରାଜେଶ ଗୋସ୍ୱାମୀ, ସୀତାକାନ୍ତ ପାଢୀ, ରବାନୀ କାଦ୍ରୀ, ସାଧନ ଧର, ସେକ୍ ଫିଟର ଓ ବିଜୟ କୁଅଁର ପ୍ରମୁଖ ଉପସ୍ଥିତ ରହି ତାଙ୍କ ଅମର ଆତ୍ମାର ସଦଗତି କାମନା କରିଥିଲେ । ଶକ୍ତିଭୂଷଣ ଜଣେ ଅମାୟିକ ଓ ମେଳାପୀ ସ୍ୱଭାବର ଯୁବକ ଥିଲେ ବୋଲି ସମସ୍ତେ ବକ୍ତବ୍ୟ ରଖିଥିଲେ । ଡାକ୍ତର ଆର. ଶିବାଜୀ ରାଓ ଫାଉଣ୍ଡେସନ ଟ୍ରଷ୍ଟ ବୋର୍ଡ ପକ୍ଷରୁ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ଡାକ୍ତର ପ୍ରଦୀପ ନାୟକ, ସମାଜସେବୀ ଅଭିମନ୍ୟୁ ସେଠୀ, କିଶୋର ମହାପାତ୍ର, ମନସ୍ମିତା ଖୁଣ୍ଟିଆ, ଶରତ ପଢିଆରୀ, ଯୁବନେତା ସୀତାଂଶୁ ମହାପାତ୍ର, ତଥାଗତ ସାମଲ, ପ୍ରମୋଦ ବନ୍ଧ, ଆଶିଷ ନାୟକ, ଆଇନ୍‌ଜୀବୀ ଅତିଶ ବେହେରା, ରାଧାରାଣୀ ମହାପାତ୍ର, ସାହିତ୍ୟିକ ଗୀତାରାଣୀ ଆଇଚ, ରାଜଲକ୍ଷ୍ମୀ ମହାପାତ୍ର, ରାଜସ୍ୱ ନିରୀକ୍ଷକ ରଂଜିତ ନାୟକ, ଡିଏସ୍‌ପି କମଲ ଲୋଚନ ଭୂୟାଁ, ଜୟଦେବ ପଲେଇ, ଶାନ୍ତିଭୂଷଣ ସ୍ୱାମୀ, ଏସ୍‌. ଶୁଭଲକ୍ଷ୍ମୀ ପ୍ରମୁଖ ଉପସ୍ଥିତ ରହି ସ୍ୱର୍ଗତଃ ଶକ୍ତିଭୂଷଣଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।