Odiapua.com

ସ୍ୱର୍ଗତଃ ରମେଶ ଚନ୍ଦ୍ର ବେହେରାଙ୍କ ଏକାଦଶାହ ଶ୍ରଦ୍ଧାଞ୍ଜଳି ସଭା

ଭଦ୍ରକ, ୨୪ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚରମ୍ପା ଗ୍ରାମ(ବାଲାଜୀ ସାହି) ଠାରେ ବିଜୁ ଜନତା ଦଳର ଜନପ୍ରିୟ ବରିଷ୍ଠ ନେତା, ପୂର୍ବତନ ସରପଂଚ ଓ ସମିତି ସଭ୍ୟ ସ୍ୱର୍ଗତ ରମେଶ ଚନ୍ଦ୍ର ବେହେରା ଙ୍କ ଏକାଦଶାହ କ୍ରିୟା ଓ ଶୋକସଭା ବିଜୁ ଜନତା ଦଳର ଭଦ୍ରକ ବ୍ଲକ ସଭାପତି ପ୍ରଫୁଲ୍ଲ ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ହୋଇ ଯାଇଅଛି। ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟ ବରିଷ୍ଠ ଉପ-ସଭାପତି ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ବିଜେଡ଼ି ଭଦ୍ରକ ଜିଲ୍ଲା ସଭାପତି ଜଗନ୍ନାଥ ସ୍ୱାଇଁ ଙ୍କ ସହିତ ବିଜେଡ଼ିର ବହୁ ବରିଷ୍ଠ, ଯୁବ, ମହିଳା ଓ ଛାତ୍ର ନେତୃବୃନ୍ଦ ଉପସ୍ଥିତ ହୋଇ ସ୍ୱର୍ଗତ ବେହେରାଙ୍କ ପ୍ରତି ଅନୁଭୂତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେ ଥିଲେ ସରଳ, ନିଷ୍ଠାବାନ ଓ ଜନସେବାପ୍ରତି ଅସୀମ ସମର୍ପିତ ଜନନେତା। ତାଙ୍କ ଜୀବନ ଆଦର୍ଶ, ନେତୃତ୍ୱ ଗୁଣ ଓ ଦଳପ୍ରତି ଅତୁଟ ନିଷ୍ଠା ସଦା ଆମ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ପୂର୍ବତନ ମନ୍ତ୍ରୀ ଶ୍ରୀ ସାମଲ କହିଥିଲେ।