Odiapua.com

ସ୍ୱର୍ଗତଃ ଅଭିରାମ ପଣ୍ଡାଙ୍କ ସ୍ମୃତିରେ ସମ୍ବର୍ଦ୍ଧନା ସମାରୋହ

ଭଦ୍ରକ, ୧୯ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ୍ ଅନ୍ତର୍ଗତ ବିଷ୍ଣୁପୁର ପଂଚାୟତ ଚିଙ୍ଗୁଡିପୁର କେନାଲ ଛକ ସ୍ଥିତ ଆଞ୍ଚଳିକ ସ୍ୱାମୀ ବିବେକାନନ୍ଦ ଗୁରୁକୁଳ ଆଶ୍ରମ ପରିସରରେ ଅଭିରାମ ପଣ୍ଡା ସ୍ମୃତି ସଂସଦ ଆନୁକୂଲ୍ୟରେ ବିଶିଷ୍ଟ ଶିକ୍ଷାବିତ୍ ତଥା ମାର୍ଗଦର୍ଶକ ସ୍ୱର୍ଗତଃ ଅଭିରାମ ପଣ୍ଡାଙ୍କ ପଞ୍ଚମ ଶ୍ରାଦ୍ଧବାର୍ଷିକୀ ଏବଂ ସମ୍ବର୍ଦ୍ଧନା ସମାରୋହ ପାଳିତ ହୋଇଯାଇଛି । ସ୍ମୃତି ସଂସଦ ସଭାପତି ଶିକ୍ଷାବିତ୍ ପ୍ରଭାକର ମହାପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ବାଦଲ ସିକଦାର ମୁଖ୍ୟ ଅତିଥି, ନାଟ୍ୟକାର ଅରୁଣ ବାରିକ ବୁଖ୍ୟବକ୍ତା, ପ୍ରଧାନ ଶିକ୍ଷକ ରତିକାନ୍ତ ବେହେରା, ହରମୋହନ କୁଅଁର, ସ୍ଥାନୀୟ ସରପଞ୍ଚ ଅମୂଲ୍ୟ ନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଅଭିରାମ ସାର୍‌ଙ୍କ ଗୁଣାବଳୀ ଓ ତ୍ୟାଗପୂତ ଜୀବନୀ ସମ୍ବନ୍ଧରେ ଆଲୋଚନା କରିବା ସହ ସ୍ମୃତି ସଂସଦର ପୂଜ୍ୟପୂଜାର ଏହି ମହତ୍ ଉଦ୍ୟମକୁ ସାଧୁବାଦ ଦେଇଥିଲେ । ଅନୁଷ୍ଠାନର ସଂପାଦକ କବି ପ୍ରଫୁଲ୍ଲ କୁମାର ନାୟକ ସଂପାଦକୀୟ ବିବରଣୀ ପ୍ରଦାନ କରିଥିଲେ । ସଭାର ପ୍ରାରମ୍ଭରେ ୩/୪ ଦିନ ମଧ୍ୟରେ ପରଲୋକ ହୋଇଥିବା ଅଂଚଳର ଦୁଇ ଜଣ ଉଦୀୟମାନ ଯୁବକ ପଦ୍ମଲୋଚନ ନାୟକ ଏବଂ ପ୍ରସନ୍ନ ଖିଲାରଙ୍କ ପାଇଁ ୨ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା ।

ଶିକ୍ଷା କ୍ଷେତ୍ରରେ ପ୍ରଭାତ କୁମାର ଜେନା, ପ୍ରହଲ୍ଲାଦ ପଣ୍ଡା, ଜଗନ୍ନାଥ ନାୟକ, ସାମ୍ବାଦିକତାରେ ଜ୍ଞାନରଂଜନ ପାଣି, ରାଜେଶ କୁମାର ଦାସ, ଚିତ୍ରଶିଳ୍ପୀ ଭାବେ ନିରଞ୍ଜନ ନାୟକ, ଫେସନ ଫଟୋଗ୍ରାଫର ଭାବେ ବଦ୍ରୀ ନାରାୟଣ ପଣ୍ଡା, ସୁରେନ୍ଦ୍ର ନାୟକ ସ୍ମୃତି ସମ୍ମାନରେ ସମ୍ମାନ, ଶିକ୍ଷୟିତ୍ରୀ ତଥା କବି ପ୍ରଭାତୀ ମହାପାତ୍ର ଏବଂ ସ୍ଥାନୀୟ ଉଚ୍ଚ ବିଦ୍ୟାଳୟରେ ୧୦ମ ଶ୍ରେଣୀ ପରୀକ୍ଷାରେ ସର୍ବୋଚ ନମ୍ବର ରଖିଥିବା ସୁଶ୍ରୀ ସ୍ନେହଲତା ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସ୍ମୃତିରେଖା ପାତ୍ର ସ୍ମୃତି ସଂଗୀତ ଗାନ ଏବଂ ବେଦପାଠ କରିଥିବାବେଳେ ନାଟ୍ୟକାର ନିର୍ମଳ ଚନ୍ଦ୍ର ସ୍ୱାଇଁ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । କବି ତଥା ପ୍ରଧାନ ଶିକ୍ଷକ ଭୀମ ଚରଣ ପରିଡା ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ କାର୍ଯ୍ୟକ୍ରମରେ ରାମଚନ୍ଦ୍ର ରାଉତ, ନଗେନ୍ଦ୍ର ପ୍ରସାଦ ଦାସ, ରୁଦ୍ରମାଧବ ବାରିକ, ଗୁରୁମା ବନ୍ଦିତା ଦାସ, ମୋନିକା ପ୍ରିୟଦର୍ଶିନୀ ହୋତା, ରୀନା ରାଣୀ ବେହେରା, ସୁପ୍ରିୟା ନାୟକ, ସୁଜାତା ଜେନା, ଶୁଭସ୍ମିତା ପେଡା, ସୁପ୍ରିତି ଲେଙ୍କା, ସୌଦାମିନୀ ଖିଲାର, ସୁନିତା ନାୟକ, ସସ୍ମିତା ଦାସ, ଲୋପାମୁଦ୍ରା ନାଥ, ଶୁଭସ୍ମିତା ପଣ୍ଡା, ଗୁରୁଜୀ ସତ୍ୟ ନାରାୟଣ ନାୟକ, ସଂଗ୍ରାମ ସାହୁ, ରାଜକିଶୋର ଯେନା, ଚନ୍ଦ୍ରଶେଖର ପଣ୍ଡା, ବାବାଜୀ ସେଠୀ ପ୍ରମୁଖ ସହଯୋଗ କରିଥିଲେ ।