Odiapua.com

ସ୍ୱର୍ଗତଃ ଅଜିତ୍ ଚାନ୍ଦଙ୍କ ଶ୍ରାଦ୍ଧବାର୍ଷିକୀ

ଭଦ୍ରକ, ୧୯ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ପୌରପାଳିକା ଅଧୀନସ୍ଥ ୯ ନଂ ୱାର୍ଡର ବିଶିଷ୍ଟ ସମାଜସେବୀ ତଥା ବିଜୁ ଜନତା ଦଳର ଜଣେ ସକ୍ରୀୟ କର୍ମୀ ଅମର ଚାନ୍ଦଙ୍କ ପିତା ସ୍ୱର୍ଗତଃ ଅଜିତ୍ ଚାନ୍ଦଙ୍କ ଶ୍ରାଦ୍ଧବାର୍ଷିକୀ ତାଙ୍କର ଭଦ୍ରକ ବାଘୁରାଇ ପାତ୍ରସାହିସ୍ଥିତ ରତ୍ନଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପୂର୍ବତନ ଭଦ୍ରକ ବିଧାୟକ ତଥା ବର୍ତମାନର ଭଣ୍ଡାରିପୋଖରୀ ବିଧାୟକ ସଂଜୀବ କୁମାର ମଲ୍ଲିକ, ବିଜୁ ଜନତା ଦଳର ପୂର୍ବତନ ରାଜ୍ୟ ଯୁଗ୍ମ ସଂପାଦକ ରାକେଶ କୁମାର ପଣ୍ଡାଙ୍କ ସମେତ ବହୁ ନେତୃମଣ୍ଡଳୀ ଯୋଗଦେଇ ତାଙ୍କ ପ୍ରତିମୂର୍ତିରେ ଶ୍ରଦ୍ଧାସୁମନ ଅର୍ପଣ ପୂର୍ବକ ସେ କିଭଳି ତାଙ୍କ ଜୀବନର ଅନ୍ତିମ ସମୟ ପର୍ଯ୍ୟନ୍ତ ଗରିବ ଲୋକଙ୍କୁ ସହାୟତା କରୁଥିଲେ ତାହା କହିଥିଲେ। ଏବଂ ଆଜିର ଯୁବପିଢି ସ୍ୱର୍ଗତଃ ଚାନ୍ଦଙ୍କ ଭଳି ଜଣେ ନିଷ୍ଠାବାନ, ପରୋପକାରୀ ସମାଜସେବୀଙ୍କ ପଦାଙ୍କ ଅନୁସରଣ କଲେ କେବଳ ଏହି ଅଂଚଳ ନୁହେଁ ସମଗ୍ର ଜିଲା, ରାଜ୍ୟ ଓ ଦେଶ ବିକଶିତ ହୋଇପାରିବ ବୋଲି ସୂଚାଇଥିଲେ। ଶେଷରେ ସ୍ୱର୍ଗତଃ ଚାନ୍ଦଙ୍କ ବଡପୁତ୍ର ଅମିତ୍ କୁମାର ଚାନ୍ଦ ଉପସ୍ଥିତ ସମସ୍ତ ଅତିଥିମାନଙ୍କୁ ଧନ୍ୟବାଦ ଜଣାଇଥିଲେ।