Odiapua.com

ସ୍ୱରାଷ୍ଟ୍ର ସଚିବ ଭାବେ ଶ୍ରୀ ଅଜୟ କୁମାର ଭଲ୍ଲାଙ୍କ ନିଯୁକ୍ତିକୁ ଏସିସିର ଅନୁମୋଦନ

ନୂଆ ଦିଲ୍ଲୀ ୨୩-୮ (ଓଡ଼ିଆ ପୁଅ) କେନ୍ଦ୍ର କ୍ୟାବିନେଟର ନିଯୁକ୍ତି ସଂକ୍ରାନ୍ତ କମିଟି (ଏସିସି) ୧୯୮୪ ବ୍ୟାଚର ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଶ୍ରୀ ଅଜୟ କୁମାର ଭଲ୍ଲାଙ୍କୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ସଚିବ ଭାବେ ନିଯୁକ୍ତି ଦେଇଛନ୍ତି। ପୂର୍ବରୁ ସେ ମନ୍ତ୍ରଣାଳୟର ସ୍ୱତନ୍ତ୍ର ଦାୟିତ୍ୱ ଅଧିକାରୀ (ଓଏସଡି) ଭାବେ ଦାୟିତ୍ୱ ନିର୍ବାହ କରୁଥିଲେ। ଶ୍ରୀ ଭଲ୍ଲା କ୍ୟାବିନେଟ ସଚିବ ରାଜୀବ ଗୌବାଙ୍କ ସ୍ଥାନରେ କାର୍ଯ୍ୟ କରିବେ।