Odiapua.com

ସ୍ୱପ୍ନେଶ୍ୱର ପୀଠରେ କାଉଡିଆଙ୍କ ଭିଡ

ଭଦ୍ରକ, ୨୭ା୭ (ଓଡ଼ିଆ ପୁଅ / ସ୍ନିଗ୍ଦା ରାୟ) – ଶ୍ରାବଣ ମାସର ଦ୍ୱିତୀୟ ସୋମବାର ପାଇଁ ଆଜି ବନ୍ତ ବ୍ଲକର ବିଭିନ୍ନ ଶୈବ ପୀଠରେ ଜଳ ଲାଗି କାଉଡିଆଙ୍କ ଭିଡ ଦେଖିବାକୁ ମିଳିଛି । ଗୋପୀନାଥପୁର ସ୍ୱପ୍ନେଶ୍ୱର ପୀଠରେ ପଣ୍ଡିତ ମଦନମୋହନ ଦାଶ, ଗୌତମ ପାଣିଗ୍ରାହୀ, ନିରଞ୍ଜନ ତ୍ରିପାଠୀ ପୂଜାର୍ଚ୍ଚନା କରିଥିଲେ । ତାଜିପୁର, ତୁଡିପଦା, ସାହୁପଡା, ଗୋପୀନାଥପୁର ଆଦି ଅଚଂଳରୁ କାଉଡିଆ ମାନେ ଏଠାକୁ ଆସିଥିଲେ । ସେହିପରି ଏହି ବ୍ଲକର ପ୍ରସିଦ୍ଧ ପ୍ରତାପ ସିନ୍ଧୁକେଶ୍ୱର ପୀଠରେ ଆଜି ହଜାର ହଜାର ସଂଖ୍ୟାରେ କାଉଡିଆ ସାଳନ୍ଦୀ ନଦୀର ବିଭିନ୍ନ ଘାଟରୁ ପାଣି ଉଠାଇ ଶିବଙ୍କ ଭଜନ ତାଳେ ତାଳେ ସୁସଜ୍ଜିତ ବେଶରେ ପହଞ୍ôଛ ଥିଲେ । ପଣ୍ଡିତ ସୁରେନ୍ଦ୍ର ପଣ୍ଡା, ଶରତ ପଣ୍ଡା, ପଦ୍ମନାଭ ପଣ୍ଡା, ପ୍ରଫୁଲ୍ଲ ପଣ୍ଡା ପ୍ରମୁଖ ଜଳଲାଗି କରିଥିଲେ । ଏତଦ୍‌ଭିନ୍ନ ଏହି ବ୍ଲକର ତୋଡଗାଁର ବରଡେଶ୍ୱର, ପୁରୁଷଣ୍ଢର ବୁଢା ମହାଦେବ, ନରସିଂହପୁରର ଗୁପ୍ତେଶ୍ୱର, ତ୍ରିସାଲିଆର ସୁବର୍ଣ୍ଣେଶ୍ୱର ଆଦି ମନ୍ଦିର ଗୁଡିକରେ ଭିଡ ପରିଲକ୍ଷିତ ହୋଇଥିଲା । କାଳନ୍ଦୀ ନାୟକ, ପ୍ରତିମା ନାୟକ, ଜଗନ୍ନାଥ ଜେନା, ମିରିକିଟି ରାଉତ ପ୍ରମୁଖ କାଉଡିଆ ମାନେ ସିନ୍ଧୁକେଶ୍ୱର ପୀଠରେ ଜଳାଭିଷେକ କରିଥିଲେ ।