Odiapua.com

ସ୍ୱପ୍ନେଶ୍ୱରୀ ସନ୍ତୋଷୀ ମା’ ମନ୍ଦିରର ବାର୍ଷିକ ଉତ୍ସବ ପାଳିତ

ଭଦ୍ରକ, ୧୩ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାର ଚୁନିଦା ଠାରେ ଓଁ ଶ୍ରୀ ଶ୍ରୀ ସ୍ୱପ୍ନେଶ୍ୱରୀ ସନ୍ତୋଷୀ ମା’ ମନ୍ଦିରର ଦୁଇଦିନ ବ୍ୟାପୀ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଉଦ୍‌ଘାଟନୀ ଉତ୍ସବରେ ସନ୍ତୋଷୀ ମା’ ମନ୍ଦିର କମିଟିର ମୁଖ୍ୟ ଉପଦେଷ୍ଟା ବରିଷ୍ଠ ସାମ୍ବାଦିକ ରବି ନାରାୟଣ ଖିଲାର ଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଗାଳ୍ପିକ ତଥା ଧାମନଗର ମହାବିଦ୍ୟାଳୟର ଅଧ୍ୟକ୍ଷ ପବିତ୍ର ପାଣିଗ୍ରାହୀ ଉକ୍ତ ଉତ୍ସବକୁ ପ୍ରଦୀପ ପ୍ରଜ୍ୱଳନ କରି ଉଦଘାଟିତ କରିଥିଲେ । ମୁଖ୍ୟବକ୍ତା ଭାବେ ମହିଳା ମହାବିଦ୍ୟାଳୟର ପ୍ରଧ୍ୟାପକ ଅଭୟ କୁମାର ଦାସ, ଭୀମଚରଣ ପରିଡା, ବାସନ୍ତୀଲତା ପରିଡା, ପିତାମ୍ବର ପରିଡା, ନିତ୍ୟାନନ୍ଦ ବେହେରା,ଯୁବନେତା ନିରଞ୍ଜନ ମଲିକ, କୃଷ୍ଣଚନ୍ଦ୍ର ବେହେରା ପ୍ରମୁଖ ଯୋଗ ଦେଇଥିଲେ ଏବଂ ଉଦ୍‌ଯାପନୀ ଉତ୍ସବରେ ଶିକ୍ଷକ ବୈକୁଣ୍ଠ ବିଶ୍ୱାଳ ସ୍ୱାଗତଭାଷଣ ପ୍ରଦାନ କରିଥିବାବେଳେ ସମ୍ବର୍ଦ୍ଧନା ସଭାରେ ଉତ୍କଳ ସାମ୍ବାଦିକ ସଂଘର ଭଦ୍ରକ ଜିଲ୍ଲା ସଭାପତି ତଥା ବରିଷ୍ଠ ସାମ୍ବାଦିକ ରବି ନାରାୟଣ ଖିଲାରଙ୍କ ଅଧ୍ୟକ୍ଷତାରେ ଉଦଘାଟକ ଭାବେ ଓଡିଶା ସରକାରଙ୍କ ଅତିରିକ୍ତ ସଚୀବ ମଧୁସୂୂଦନ ଦାଶ, ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଯତୀନ କୁମାର ପଣ୍ଡା, ମୁଖ୍ୟବକ୍ତାଭାବେ ଇଂ ଅଭୟ ସୂତାର, ଅଧ୍ୟାପକ ନିହାର ରଞ୍ଜନ କର, ପ୍ରଧାନଶିକ୍ଷୟିତ୍ର ଜାନକୀ ପାଢୀ, ସମାଜସେବୀ କଳ୍ପନା ଜେନା, କବି ନିର୍ମଳ ରାଉତ, ଉପଦେଷ୍ଟା ନିତ୍ୟାନନ୍ଦ ବେହେରା , ପ୍ରମୁଖ ଯୋଗଦେଇଥିଲେ ।

କଣ୍ଠଶିଳ୍ପୀ ଶୁଭ୍ରସ୍ମିତା ରାଉତ ପ୍ରାରମ୍ଭିକ ସଂଗୀତ ଗାନ କରିଥିବାବେଳେ ଓ ଆବାହକ କୃଷ୍ଣ ଚନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ କୁମାର ଗୌତମ ଙ୍କ ଦ୍ୱାରା ମେଲୋଡି,ସିଟି ଡ୍ୟାନଗ୍ରୁପ, ଡଲପିନ ଗ୍ରୁପ ଓ କୁନିକୁନି ପିଲାମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜ୍ଜନ କରିଥିବା କ୍ରିତୀକ୍ରିଷ୍ଣା ପଣ୍ଡା, ସାମ୍ବାଦିକ ସୁଧାକର ଦାଶ, ନାରିନେତ୍ରୀ ସୁରତୀ ନାୟକ, କଣ୍ଠଶିଳ୍ପୀ ଗୌତମ କୁମାର, ସମାଜସେବୀ ପ୍ରମୋଦ ରାଉତ, ସୁଜାତା ସାହୁ, ଉର୍ମିଳା ସାହୁଙ୍କ ସମେତ ବିଭିନ୍ନ ପ୍ରତିଭାଙ୍କୁ ଟ୍ରଷ୍ଟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା ।