Odiapua.com

ସ୍ୱପ୍ନା ଦେଶ ପରେ ମାଟି ତଳୁ ଉଦ୍ଧାର ହେଲା ପୁରାତନ ଦେବଦେବୀଙ୍କ ମୂର୍ତ୍ତି

କଟକ, ୨୬/୬ (ଓଡ଼ିଆ ପୁଅ /ଅଭୟ ଜେନା) କଟକସଦର ବ୍ଲକର ନିମେଇଁସାପୁର ପଞ୍ଚାୟତର ନାହାଭଙ୍ଗା ଗ୍ରାମର ଶମ୍ଭୁ ବେହେରାଙ୍କ ଘର ମଧ୍ୟରେ ପ୍ରାୟ ୨୦ ଫୁଟମାଟି ତଳୁ ଗରୁଡ଼ ଏବଂ ନାରାୟଣ, ବିଷ୍ଣୁ ଭଳି ଦଶ ଗୋଟି ମୂର୍ତ୍ତି ମିଳିଛି।ଶମ୍ଭୁ ବେହେରାଙ୍କ କହିବା କଥା ସ୍ୱପ୍ନା ଦେଶ ହେବାରୁ ମୁଁଏହା ଜାଣିପାରିଲି ଓ ତାହା ପରେ ଘରର ଗୋଟିଏ କୋଣ ଖୋଳି ବାରୁ ସବୁ ମୂର୍ତ୍ତି ଉଦ୍ଧାର କରି ପୂଜା କରୁଛି। ଏହି ଖବର ଜଣା ପଡିବା ପରେ ପ୍ରତ୍ନତତ୍ୱ ବିଭାଗର ଗୋଟିଏ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ଏହି ମୂର୍ତ୍ତି କେତେ ବର୍ଷ ତଳର ଓ ଏହା କେଉଁ ଧାତୁର ମୂର୍ତ୍ତି, ତାହା ଉପରୁ ରହସ୍ୟ ଉଠିବ। ଏହି ଦେବା ଦେବୀଙ୍କ ଏହି ଦେବଦେବୀ ଙ୍କ ମୂର୍ତ୍ତି ଦେଖିବାକୁ ଶମ୍ବୁଙ୍କ ଘରେ ପ୍ରବଳ ଜନ ଗହଳି ଲାଗିରହିଛି।