ଭଦ୍ରକ, ୧୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ତ୍ରୁଟିଶୂନ୍ୟ ଓ ସଂପୂର୍ଣ୍ଣ ଭୋଟର ତାଲିକା ପ୍ରସ୍ତୁତ କରିବା ପାଇଁ ଭଦ୍ରକ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ଗୁରୁତ୍ୱ ଦେଇଛନ୍ତି। ଆଜି ଜିଲାପାଳ ଶ୍ରୀ ଉପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ସଦଭାବନା ସଭାଗୃହରେ ସ୍ୱତନ୍ତ୍ର ସଘନ ସଂଶୋଧନ – ଝଓଜ ୨୦୨୬ପ ସମ୍ବନ୍ଧରେ ଅବଗତ କରାଇବା ପାଇଁ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ସରୋଜ କୁମାର ଦତ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ରବି ନାରାୟଣ ସାହୁ, ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତୀ, ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଶୁଭେନ୍ଦ୍ର କୁମାର ସାମଲ ସମେତ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିମାନେ ଉପସ୍ଥିତ ଥିଲେ । ସଂଶୋଧିତ କାର୍ଯ୍ୟସୂଚୀ ଅନୁଯାୟୀ,ଦାବି ଓ ଆପତି ଦାଖଲ ଅବଧି ୦୫.୦୭.୨୦୨୬ ରୁ ୧୯.୦୮.୨୦୨୬ ପର୍ଯ୍ୟନ୍ତ ରହିଛି ।ଦାବି ଓ ଆପତି ର ଫଇସଲା ସମ୍ପର୍କିତ ନୋଟିସ ପର୍ଯ୍ୟାୟ ୦୫.୦୭.୨୦୨୬ରୁ ୧୭.୦୯.୨୦୨୬ ପର୍ଯ୍ୟନ୍ତ ଚାଲିବ । ଚୂଡ଼ାନ୍ତ ମତଦାତା ତାଲିକା ୨୧.୦୯.୨୦୨୬ରେ ପ୍ରକାଶ ପାଇବ । ଫର୍ମ ୯, ଫର୍ମ ୧୦, ଫର୍ମ ୧୧, ଫର୍ମ ୧୧ଇ, ଏବଂ ଫର୍ମ ୧୧ଈ ରେ ବିଷୟରେ ଆଲୋଚନା ହୋଇଥିଲା ।ଏହି ଫର୍ମଗୁଡିକ ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀ , ଓଡିଶା ଏବଂ ଜିଲ୍ଲା ନିର୍ବାଚନ ଅଧିକାରୀ , ଭଦ୍ରକଙ୍କ ଅଫିସିଆଲ୍ ୱେବସାଇଟ୍ ରେ ଉପଲବ୍ଧ। ୱେବସାଇଟ୍ ଲିଙ୍କ୍: ଷଗ୍ଧଗ୍ଧକ୍ଟ୍ରଗ୍ଦ://ରକ୍ଷରମଗ୍ଧସକ୍ଟଦ୍ଭ.କ୍ଟକ୍ସସ.ଦ୍ଭସମ.ସଦ୍ଭ/ଗ୍ଦଙ୍କଜ୍ଞଜ୍ଞବକ୍ସଚ୍ଚକ୍ସରଙ୍ଖସଗ୍ଦସକ୍ଟଦ୍ଭ/ଙ୍କକ୍ଟ୍ରକ୍ଷକ୍ଟବୟଲକ୍ଟକ୍ସଜ୍ଞଙ୍ଖସରଙ୍ଗ। ନିର୍ବାଚନ ମଣ୍ଡଳୀ ୱାରୀ ଡିଏସଇ ବିବରଣୀ ଅର୍ଥାତ୍ ଡେମୋଗ୍ରାଫିକ୍ସ ସିମିଲାର ଏଂଟ୍ରିଜ୍ ବା ସମାନ ଜନସାଂଖ୍ୟିକ ତଥ୍ୟ ଥିବା ଭୋଟର ନାମ । ବୈଠକରେ ରାଜନୈତିକ ଦଳର ପ୍ରତିନିଧିମାନେ ଉପସ୍ଥାପନ କରିଥିବା ବିଭିନ୍ନ ପ୍ରସଙ୍ଗ ଓ ପରାମର୍ଶ ଉପରେ ମଧ୍ୟ ଆଲୋଚନା ହୋଇଥିଲା । ଜିଲ୍ଲାପାଳ ଶ୍ରୀ ଉପାଧ୍ୟାୟ କହିଥିଲେ ଯେ, ଯେଉଁ ନାଗରିକମାନଙ୍କର ନାମ ଯୋଡା, ବାଦ କିମ୍ବା ସଂଶୋଧନ ନିମନ୍ତେ ଦାବି/ଆପତି ଅଛି ସେମାନେ ଉପରୋକ୍ତ ୱେବସାଇଟ୍ ମାଧ୍ୟମରେ ତାଲିକା ଯାଂଚ କରିପାରିବେ। ବୈଠକରେ ସମସ୍ତ ସମ୍ପୃକ୍ତ ଅଧିକାରୀ ଉପସ୍ଥିତ ଥିଲେ।