ଭଦ୍ରକ, ୧ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଆଦର୍ଶ ଆଧାରରେ ଗଢାଯାଇଥିôବା ଆଞ୍ଚଳିକ ରାଜନୈତିକ ଦଳ ଭାବେ ‘ଓଡିଶା ପ୍ରଗତୀ ଦଳ’ ଓଡିଶାବାସୀଙ୍କ ଆଶା ଆକାଂକ୍ଷା ପୂରଣ କରିବ । ଏଥିପାଇଁ ନୂଆବର୍ଷରେ ‘ଓଡିଶା ପ୍ରଗତୀ ଦଳ’ ଭଣ୍ଡାରିପୋଖରୀରେ ତା’ର ରାଜନୈତିକ ଲକ୍ଷ୍ୟ ସାର୍ବଜନୀନ କରିଛି । ସୁନାର ଓଡିଶା ଗଠନ ପାଇଁ ଉତ୍କଳ ଗୌରବ ମଧୁବାବୁଙ୍କ ଆଦର୍ଶରେ ଗଠିତ ‘ଓଡିଶା ପ୍ରଗତୀ ଦଳ’ ଆଗାମୀ ସାଧାରଣ ନିର୍ବାଚନରେ ଓଡିଶାରେ ୧୧୫ଟି ବିଧାନସଭା ଆସନ ଓ ୧୫ଟି ଲୋକସଭା ଆସନରେ ନିଜ ଦଳର ପ୍ରାର୍ଥୀକୁ ବିଜୟୀ କରିବା ପାଇଁ ଯୋଜନା ପ୍ରସ୍ତୁତ କରିସାରିଛି । ବେକାରୀ ସମସ୍ୟା ଦୂର ପାଇଁ ବ୍ୟାପକ କର୍ମନିଯୁକ୍ତି, ମହିଳା ଓ ଶିଶୁମାନଙ୍କ ସୁରକ୍ଷା, କୃଷକ ଓ ନିଷ୍ପେସିତ ଲୋକଙ୍କ ଆର୍ଥୀକ ଅଭିବୃଦ୍ଧି ସହ ସାମ୍ବାଦିକମାନଙ୍କ ସ୍ୱାର୍ଥରକ୍ଷା ପାଇଁ ଓଡିଶା ପ୍ରଗତୀ ଦଳ ଗୁରୁତ୍ୱ ଦେଇ ନିଜର ସାଙ୍ଗଠନିକ ସ୍ଥିତିର ଓଡିଶାର ଗ୍ରାମାଞ୍ଚଳରୁ ମଜଭୁତ କରିବ ବୋଲି ଦଳ ପକ୍ଷରୁ ଭଣ୍ଡାରିପୋଖରୀ ବ୍ଲକର ମହେଶପୁର ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ରାଜ୍ୟ ପଦାଧିକାରୀମାନେ କହିଛନ୍ତି । ସମ୍ବାଦଦାତା ସମ୍ମିଳନୀରେ ଦଳର ରାଜ୍ୟ ଉପସଭାପତି ଗିରିଜା ପ୍ରସାଦ ମହାନ୍ତି ଉପରୋକ୍ତ ସୂଚନା ଦେବା ସହ କୃଷକମାନଙ୍କ ଉନ୍ନତି ପାଇଁ ସ୍ୱତନ୍ତ୍ର ନୀତି ପ୍ରଣୟନ କରିବା ପାଇଁ ଆନ୍ଦୋଳନ କରିବେ ବୋଲି କହିଛନ୍ତି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କର୍ମନିଯୁକ୍ତି ଦେବାରେ ଲୋକଙ୍କ ସାଧାରଣ ସ୍ୱାର୍ଥ ପୂରଣରେ ବିଫଳ ହୋଇଛନ୍ତି ବୋଲି ଆରୋପ କରି ଗ୍ରାମାଞ୍ଚଳରେ ନିଷ୍ପେସିତ ଲୋକଙ୍କ ଉନ୍ନତି ପାଇଁ ଦଳ କାର୍ଯ୍ୟ କରିବ ବୋଲି କହିଛନ୍ତି । ଭଣ୍ଡାରିପୋଖରୀ ବିଧାନସଭା ଆସନରୁ ଦଳର ରାଜ୍ୟ ସାଧାରଣ ସମ୍ପାଦକ ଉତ୍କଳ କେଶରୀ ବିଶ୍ୱାଳ ନିର୍ବାଚନ ଲଢିବା ନେଇ ମଧ୍ୟ ଘୋଷଣା କରାଯାଇଛି । ପ୍ରତ୍ୟେକ ନିର୍ବାଚନରେ ଅଂଶ ଗ୍ରହଣ କରିବା ସହ ଓଡିଶାରେ ଏକ ବିକଳ୍ପ ଦଳ ଭାବେ ଲୋକଙ୍କ ଆଶା ଆଙ୍କାଖ୍ୟା ପୂରଣ କରିବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛି । ଏହି ସାମ୍ବାଦିକ ସମ୍ମଳନୀରେ ଅନ୍ୟମାନଙ୍କମ ମଧ୍ୟରେ ଦଳର ରାଜ୍ୟ ସାଧାରଣ ସମ୍ପାଦକ ଉତ୍କଳ କେଶରୀ ବିଶ୍ୱାଳ, ରାଜ୍ୟ ପର୍ଯ୍ୟବେକ୍ଷକ ଦିବ୍ୟରଞ୍ଜନ ସ୍ୱାଇଁ, ରାଜ୍ୟ ସମ୍ପାଦକ ନୁରୁଲ ଇସଲାମ, ରାଜ୍ୟ ଯୁବ ସଭାପତି ବିକାଶ ମିଶ୍ର, ଯୁବ ସାଧାରଣ ସମ୍ପାଦକ ସୟଦ ସମୀମ ଅଖତର, ଢେଙ୍କାନାଳ ଜିଲ୍ଲା ସଭାପତି ପ୍ରତାପ ପଣ୍ଡା, ଉତ୍ତର ଓଡିଶା ଜୋନ ସଭାପତି ଅନିଲ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ସୂଚନା ଦେବା ସହ ମହିଳା କମିଶନକୁ ରାଜନୈତିକ ମୁକ୍ତ କରିବା ସହ ଚିଟଫଣ୍ଡ ଦୁର୍ନୀତି ଓ କୃଷକ ନୀତିକୁ ସମାଲୋଚନା କରିଥିଲେ । ଚିଟଫଣ୍ଡ ଦୁର୍ନୀତିରେ ବିଜେଡିର ବହୁ ନେତା ଲିପ୍ତ ଥିବାରୁ ରାଜକୋଷ ପରିବର୍ତ୍ତେ ବିଜେଡିର ଦଳୀୟ ପାଣ୍ଠି ଓ ସଂପୃକ୍ତ ନେତାଙ୍କ ସମ୍ପତ୍ତିରୁ କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଅର୍ଥ ଦେବାକୁ ଦାବି କରିଛନ୍ତି ।