Odiapua.com

ସ୍ୱତନ୍ତ୍ର ଟିକାକରଣ ଶିବିର

ଭଦ୍ରକ, ୧୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ପୌରାଂଚଳ ଜନ ସ୍ୱାସ୍ଥ୍ୟ ବିଭାଗ କାର୍ଯ୍ୟାଳୟ ପରିସରରେ ସ୍ୱତନ୍ତ୍ର ଟିକାକରଣ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ଜନ ସ୍ୱାସ୍ଥ୍ୟ ବିଭାଗ ଅଧିନରେ କାର୍ଯ୍ୟରତ ଭଦ୍ରକ, ବାସୁଦେବପୁର, ଚାନ୍ଦବାଲି ଓ ଧାମନଗରର ସମସ୍ତ କର୍ମଚାରୀଙ୍କୁ କୋଭିଡ଼ ଟିକାକରଣ କରାଯାଇଥିଲା । ଜିଲା ମୁଖ୍ୟ ଚିକିତ୍ସାଳୟରେ ଡା. ଶୁଭାଶିଷ ମହାରଣା ଓ ସୁରଜିତ ମିଶ୍ରଙ୍କ ତତ୍ତ୍ୱାବଧାନରେ ତପନ ବାରିକ, ସୁଚିସ୍ମିତା ମିଶ୍ରଙ୍କ ପରିଚାଳନାରେ ଏହି ଟିକାକରଣ କାର୍ଯ୍ୟକ୍ରମ କରାଯାଇଥିଲା । ମୋଟ ୭୮ ଜଣ କର୍ମଚାରୀଙ୍କୁ ଟିକାକରଣ କରାଯାଇଥିଲା । ସୂଚନା ଥାଉକି ଏହି କର୍ମଚାରୀ ମାନେ କୋଭିଡ଼ ଯୋଦ୍ଧା ଭାବେ ପୂର୍ବରୁ ଘୋଷିତ ହୋଇଥିଲେ । ସରକାରଙ୍କ ସ୍ୱତନ୍ତ୍ର ଟିକାକରଣ କାର୍ଯ୍ୟକ୍ରମ ମାଧ୍ୟମରେ ଏମାନଙ୍କୁ ଟିକା ପ୍ରଦାନ କରାଯାଇଥିବାରୁ ରାଜ୍ୟ ସରକାରଙ୍କୁ ଜନ ସ୍ୱାସ୍ଥ୍ୟ କର୍ମଚାରୀ ସଂଘ ଭଦ୍ରକ ଶାଖା ପକ୍ଷରୁ ସମ୍ପାଦକ ସନ୍ତୋଷ କୁମାର ପଣ୍ଡା, ଖଣ୍ଡ ସମ୍ପାଦକ ମନୋଜ ରାଉତ, ସହସମ୍ପାଦକ ଶୁକଦେବ ଦାସ ପ୍ରମୁଖ କୃତଜ୍ଞତା ଜ୍ଞାପନ କରିଛନ୍ତି ।