Odiapua.com

ସ୍ୱତନ୍ତ୍ର କିଶୋର ପୋଲିସ ୟୁନିଟଙ୍କ ପ୍ରଶିକ୍ଷଣ, କିଶୋର ନ୍ୟାୟ ଆଇନ୍ ଓ ଅଧିନିୟମ -୨୦୨୧ ଶୀର୍ଷକ କର୍ମଶାଳା

ଭଦ୍ରକ, ୧୬ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲା ପୋଲିସ୍ କାର୍ଯ୍ୟାଳୟ , ଭଦ୍ରକ ପରିସରରେ ଏକଦିବସୀୟ ସ୍ୱତନ୍ତ୍ର କିଶୋର ପୋଲିସ ୟୁନିଟ୍ ନିମନ୍ତେ କିଶୋର ନ୍ୟାୟ ଆଇନ ଓ ଅଧିନିୟମ-୨୦୨୧ ଶୀର୍ଷକ କର୍ମଶାଳା ଶିଶୁ ସୁରକ୍ଷା ୟୁନିଟର ଆଇନ ପ୍ରୋବେସନ ଅଧିକାରୀ ସୁବ୍ରତ ଦାସଙ୍କ ସଞ୍ଚାଳନାରେ ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ମୁଖ୍ୟ ଅତିଥି ରୂପେ ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଠୁପାଲି ଯୋଗଦାନ କରି ପ୍ରଦୀପ ପ୍ରଜ୍ୱଳନ କରିଥିଲେ । ଅନ୍ୟତମ ପ୍ରମୁଖ ଅତିଥିମାନଙ୍କ ମଧ୍ୟରେ ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ଡ଼ା. ଦେବରାଜ ପାଣିଗ୍ରାହୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅବିନାଶ ମହାନ୍ତି, ସ୍ୱତନ୍ତ୍ର କିଶୋର ପୋଲିସ ୟୁନିଟର ଅଧ୍ୟକ୍ଷା ପୁଷ୍ପଲତା ବାରିକ ସମେତ ବିଷୟ ବିଷାରଦରୂପେ କଟକ ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ତଥା ପୂର୍ବତନ ସହଯୋଗୀ ପ୍ରାଧ୍ୟାପକ ଜାତୀୟ ଆଇନ ମହାବିଦ୍ୟାଳୟ,କଟକର ପ୍ରମୋଦ କିଶୋର ଆଚାର୍ଯ୍ୟ ଯୋଗଦାନ କରି ଜିଲ୍ଲା ସ୍ତରରେ ଥିବା ଶିଶୁ ମଙ୍ଗଳ ପୋଲିସ୍ ୟୁନିଟର ଭୂମିକା, ଦାୟିତ୍ୱ ଓ ବିଭିନ୍ନ ଅଂଶୀଦାରମାନଙ୍କ ସହ ସହଭାଗିତାରେ ଶିଶୁ ଅନୁପଯୋଗୀ ପରିବେଶ ସୃଷ୍ଟିକରି ଶିଶୁମିତ୍ର ରୂପେ ଶିଶୁର ସାର୍ବଭୌମତ୍ୱ ସୁରକ୍ଷା, ଅଧିକାର ପାଇଁ କାର୍ଯ୍ୟ କରିବା ନିମନ୍ତେ ଆଲୋକପାତ କରିଥିଲେ ।

ମୁଖ୍ୟ ଅତିଥି ନିଜ ଅଭିଭାଷଣରେ ଶିଶୁର ସର୍ବାଙ୍ଗୀଣ ଉନ୍ନତି ଓ ଥଇଥାନ ଦିଗ ସହ ଶିଶୁ ମାନଙ୍କ ପାଇଁ ବିହୀତ ଆଇନର ସଦୁପଯୋଗ କରିବା ପାଇଁ କର୍ମଶାଳାରେ ଉଦ୍‌ବୋଧନ ଦେଇଥିଲେ । ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ମହାନ୍ତି ପ୍ରାରମ୍ଭିକ ସୂଚନାରେ ବିଭିନ୍ନ ଅନୁଷ୍ଠାନରେ ଥିବା କର୍ମକର୍ତ୍ତାଙ୍କ ସହଯୋଗ କାମନା କରିଥିଲେ । କୌଣସି ପରିସ୍ଥିତିରେ ଶିଶୁ ନିର୍ଯ୍ୟାତନାର ଶିକାର ହେଲେ ସମସ୍ତେ ଦାୟିତ୍ୱବାନ୍ ହୋଇ ଅପରାଧରୁ ଶିଶୁଙ୍କୁ ସାମାଜିକ ସ୍ରୋତରେ ସାମିଲ କରିବା ପାଇଁ ପ୍ରେରଣା ଦେଇଥିଲେ । ଏତଦ୍‌ବ୍ୟତୀତ କିଶୋର ନ୍ୟାୟ ପରିଷଦର ସଦସ୍ୟ ବନମାଳି ଜେନା , ଲଳିତା ସାହୁ , ଶିଶୁ ମଙ୍ଗଳ କମିଟିର ସଦସ୍ୟ ନବୀନ ଚନ୍ଦ୍ର ସାହୁ , ଭାରତୀ ଦାଶ , ଅମର ବାରିକ, ସମେତ ଶିଶୁ ଅନୁଷ୍ଠାନର ଅଧିକ୍ଷକ, ପରାମର୍ଶଦାତା , ଆଇନଜୀବୀ ଅଂଶ ଗ୍ରହଣ କରିଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ଶାଖାର ଅଣଆନୁଷ୍ଠାନିକ ଅଧିକାରିଣୀ ସ୍ୱାଗତିକା ବାରିକ, ମହେଶ ଚନ୍ଦ୍ର ଦାଶ , ଦମୟନ୍ତୀ ଦାଶ, ଚିନ୍ମୟ ପଣ୍ଡା , ସୁଦର୍ଶନ ବାଦ୍ରା , ଧିରଜ ବାରିକ ସମେତ , ଅରବିନ୍ଦ ସେଠୀ, ତଥାଗତ ଜେନା, ଲିପିକା ପଣ୍ଡା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ପରିଶେଷରେ ଆନୁଷ୍ଠାନିକ ଅଧିକାରୀ ବିଶ୍ୱନାରାୟଣ ପଣ୍ଡା ଧନ୍ୟବାଦ ଦେଇଥିଲେ ।