Odiapua.com

ସ୍ୱଛତା କ୍ଷେତ୍ରରେ କୋଣାର୍କ ଏନଏସି ଶ୍ରେଷ୍ଠ ବିବେଚିତ

ପୁରୀ, ୨୩/୮ (ଓଡ଼ିଆ ପୁଅ/ବିଡୟ ପଟ୍ଟନାୟକ) -ଜାତୀୟ ସ୍ତରରେ ସ୍ୱଛ ସର୍ବେକ୍ଷଣ ରେ ପୁରୀ ପୌରପାଳିକା ଗତବର୍ଷ ର ୩୩୯ ସ୍ଥାନରୁ ଉନ୍ନିତ ହୋଇ ଏବର୍ଷ ୨୬୫ ସ୍ଥାନ ହାସଲ କରିଛି। ଏକ ଲକ୍ଷ ରୁ ୧୦ ଲକ୍ଷ ଜନସଂଖ୍ୟା ଥିବା ୫୦୦ ସହର ଏହି ସର୍ବେକ୍ଷଣ ରେ ଅନ୍ତର୍ଭୁକ୍ତ। ସେହିପରି ୨୫ ହଜାର ପର୍ଯ୍ୟନ୍ତ ଜନସଂଖ୍ୟା ଥିବା ସହର ମଧ୍ୟରେ କୋଣାର୍କ ବିଞପ୍ତି ପରିଷଦ ୧୬୧, ପିପିଲି ଏନଏସି ୧୬୩ ଏବଂ ନିମାପଡା ଏନଏସି ୧୭୯ ସ୍ଥାନ ହାସଲ କରିଛି। ଗତବର୍ଷ ଏହି ୩ ଏନଏସି ର ସ୍ଥାନ ଯଥାକ୍ରମେ ୩୧୧, ୨୩୫ ଏବଂ ୨୩୭ ଥିଲା। କୋଣାର୍କ ଏନଏସି ଓଡିଶା ରେ ପ୍ରଥମ ଏନଏସି ଭାବରେ ସ୍ଥାନିତ ହୋଇଛି।