Odiapua.com

ସ୍ୱଚ୍ଛ ସାଥୀ ଓ ସ୍ୱଚ୍ଛ ସୁପରଭାଇଜରଙ୍କୁ ସମ୍ବର୍ଦ୍ଧନା

ପୁରୀ ୩୧-୦୭ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଜିଲ୍ଲାପାଳ ଶ୍ରୀ ବଳୱନ୍ତ ସିଂ ପୁରୀ ପୌରସଂସ୍ଥା ଅଧିନସ୍ଥ ସ୍ୱଚ୍ଛସାଥୀ ଓ ସ୍ୱଚ୍ଛ ସୁପର ଭାଇଜରଙ୍କୁ ସମ୍ବଦ୍ଧିତ କରିଛନ୍ତି। ବାଙ୍କି ମୁହାଣ ନିକଟସ୍ଥ ନିଳାଦ୍ରୀ ବିଚ୍ ପାର୍କ ପରିସରରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ୮୦ ଜଣ ସ୍ୱଚ୍ଛସାଥୀ ଓ ୨୦ ଜଣ ସ୍ୱଚ୍ଛ ସୁପରଭାଇଜର ଉପସ୍ଥିତ ଥିଲେ। ସହରରେ ଆବର୍ଜନା ସହଗ୍ରହ ସହ ସଚେତନତା ସୃଷ୍ଠି କ୍ଷେତ୍ରରେ ସ୍ୱଚ୍ଛସାଥୀ ଓ ସୁପର ଭାଇଜରଙ୍କ ଭୂମୀକାକୁ ଜିଲ୍ଲାପାଳ ଭୂୟସୀ ପ୍ରସଂସା କରିଛନ୍ତି। ଏହି ଅବସରରେ ପ୍ରତ୍ୟେକଙ୍କୁ ୧୦୦୦ ଟଙ୍କା ଲେଖାଏଁ ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଥିଲା। ଏଥି ସହ ଆବର୍ଜନା ପୃଥକୀକରଣ ଓ ମାଇକ୍ରୋ କମ୍ପୋଷ୍ଟ କ୍ଷେତ୍ରରେ ମଧ୍ୟ ସେମାନଙ୍କର ଗୁରୁ ଦାୟିତ୍ୱ ରହିଛି। ପ୍ରତି ୬୫୦ ପରିବାରକୁ ଜଣେ ସ୍ୱଚ୍ଛ ସାଥୀ ଓ ପ୍ରତି ୪ ଜଣ ସ୍ୱଚ୍ଛସାଥୀଙ୍କୁ ଜଣେ ସୁପରଭାଇଜର ନିଯୁକ୍ତି ହୋଇଛନ୍ତି। ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପୌରସଂସ୍ଥା ନିର୍ବାହୀ ଅଧିକାରୀ ବିଜୟ କୁମାର ଦାସ, ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା, ପୌରସଂସ୍ଥା ଉପନିବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।